ଡେଓ୍ଵାଲ୍ଡ ବ୍ରେଭିସଙ୍କ ବିସ୍ଫୋରକ ଇନିଂସ; ୫୭ ବଲରେ ୧୬୨ ରନ୍‌, ୧୩ ଛକା ଇନିଂସରେ ସାମିଲ

ଜୁନିୟର ଏବି ଡିଭିଲିୟର୍ସ ଭାବେ ପରିଚିତ ଡେଓ୍ଵାଲ୍ଡ ବ୍ରେଭିସ ଟି-୨୦ କ୍ରିକେଟ ଐତିହାସିକ ଇନିଂସ ଖେଳିଛନ୍ତି । ଟି-୨୦ ଇତିହାସରେ ଏକ ଐତିହାସିକ ଇନିଂସ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ମାତ୍ର ୫୭ ବଲରୁ ୧୬୨ ରନର ଏକ ବିସ୍ଫୋରକ ଇନିଂସ ଖେଳି ବ୍ରେଭିସ ଚକିତ କରିଦେଇଛନ୍ତି। CSA ଟି-୨୦ରେ ଏଭଳି କାରନାମା କରି ଦେଖାଇଛନ୍ତି ବ୍ରେଭିସ ।

ସାଉଥ ଆଫ୍ରିକାରେ ଚାଲିଥିବା CSA ଟି-୨୦ ଲିଗରେ ନାଇଟ୍ସ ବିପକ୍ଷରେ ବେବି ଡିଭିଲିୟର୍ସ ଏଭଳି ଇନିଂସ କରି ନିଜକୁ ପ୍ରମାଣିତ କରିଛନ୍ତି । ଟାଇଟନ୍ସ ପକ୍ଷରୁ ଦଳର ଇନିଂସ ଓପନିଂ କରିବାକୁ ଆସିଥିଲେ ବ୍ରେଭିସ । ବ୍ୟାଟିଂ କରିବାକୁ ଆସି ବୋଲରଙ୍କୁ ସେ ଟାର୍ଗେଟ କରିଥିଲେ । ମାତ୍ର ୧୮ ବଲରୁ ଅର୍ଦ୍ଧଶତକ ଏବଂ ୩୫ ବଲରୁ ସେ ନିଜ ଶତକ ହାସଲ କରି ନେଇଥିଲେ । ୫୭ ବଲରେ ୧୬୨ ରନର ଏକ ବିଶାଳ ରନ କରିଛନ୍ତି ବେବି ଡିଭିଲିୟର୍ସ । ବ୍ରେଭିସଙ୍କର ୧୩ଟି ଚୌକା ଏବଂ ୧୩ଟି ଛକା ମାରିଛନ୍ତି । ଏହି ରେକର୍ଡ ଦେଖି ସୋସିଆଲ ମିଡିଆରେ ସମସ୍ତେ ବ୍ରେଭିସଙ୍କର ବ୍ୟାଟିଂ ଦେଖି ପ୍ରଶଂସା କରୁଛନ୍ତି।

ତେବେ ବ୍ରେଭିସଙ୍କ ଏଭଳି ଇନିଂସରେ ଟାଇଟନ୍ସ ୨୦ ଓଭରରେ ୩ ୱିକେଟ ହରାଇ ୨୭୨ ରନର ଏକ ବିଶାଳ ଟାର୍ଗେଟ ଦେଇଥିଲା । ୨୮୪.୨୧ ଷ୍ଟ୍ରାଇକ ରେଟରେ ସେ ଏହି ପାଳି ଖେଳି ରେକର୍ଡ ସୃଷ୍ଟି କରିଛନ୍ତି । ଓପନିଂ କରିବାକୁ ଆସିଥିବା ବ୍ରେଭିସ ଶେଷ ଓଭରରେ ଆଉଟ ହୋଇଥିଲେ । ତେବେ ୧୮ ବଲରେ ଅର୍ଦ୍ଧଶତକ ଏବଂ ୩୫ ବଲରେ ଶତକ କରିଥିଲେ ବ୍ରେଭିସ।

ବ୍ରେଭିସଙ୍କ ଇନିଂସ :

୫୭ ବଲ୍‌, ୧୬୨ ରନ୍‌, ୧୩ ଚଉକା, ୧୩ ଛକା, ୨୮୪.୨୧ ଷ୍ଟ୍ରାଇକ ରେଟ୍‌

ଟି-୨୦ କ୍ରିକେଟରେ ସବୁଠାରୁ ବଡ ଇନିଂସ :

କ୍ରିସ ଗେଲ୍‌: ୧୭୫ ରନ୍‌(୬୬ ବଲ୍‌), ୨୦୧୩
ଏରୋନ ଫିଞ୍ଚ : ୧୭୨ ରନ୍‌(୭୬ ବଲ), ୨୦୧୮
ଏଚ୍‌ ମସାକଦଜା : ୧୬୨ ରନ୍‌ (୬୧ ବଲ୍‌), ୨୦୧୬
ଏଚ୍‌ ଜଜାଇ : ୧୬୨ ରନ୍‌(୬୨ ବଲ), ୨୦୧୯
ଡେଓ୍ଵାଲ୍ଡ ବ୍ରେଭିସ : ୧୬୨ ରନ୍‌ (୫୭ ବଲ୍‌), ୨୦୨୨

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.