Below header

ଏହି ରାଜ୍ୟରେ ସରଳ ହେଲା ଅବକାରୀ ନୀତି, ଘରେ କରିପାରିବେ ବାର ଓ ରଖିପାରିବେ ୪ ପେଟି ବିୟର

ମଧ୍ୟପ୍ରଦେଶ : ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କ ପାଇଁ ଅବକାରୀ ନୀତିକୁ ସରଳ କିରଛନ୍ତି । ନୂତନ ଆର୍ଥିକ ବର୍ଷରେ ଅବକାରୀ ନୀତି ଅନୁଯାୟୀ ଜଣେ ବ୍ୟକ୍ତି ଘରେ ୪ ପେଟି ବିୟର ଓ ୨୪ ବୋତଲ ମଦ ରଖିପାରିବେ । ଏହାକୁ କୌଣସି ଆଇନ ଉଲଂଘନ ବୋଲି ଧରାଯିବ ନାହିଁ । ଏହି ନୂତନ ଅବକାରୀ ନୀତିକୁ ରାଜ୍ୟ ମନ୍ତ୍ରୀମଣ୍ଡଳରେ ମଞ୍ଜୁର ଦିଆଯାଇଛି ।

ଘରେ ଖୋଲିପାରିବେ ବାର୍‌ :

ଖାଲି ସେତିକି ନୁହେଁ ୨୦୨୨-୨୩ ଆର୍ଥିକ ବର୍ଷରେ ଇଂରାଜୀ ମଦ ବା ଫରେନ ଲିକର ଦାମ ୨୦ ପ୍ରତିଶତ କମ କରି ଦିଆଯାଇଛି । ଏହାଛଡ଼ା ସରକାର ରାଜ୍ୟର ସବୁ ବିମାନ ବନ୍ଦର ଓ ଇନ୍ଦୋର, ଜବଲପୁର, ଭୋପାଳ ଓ ଗୋଆଲିୟର ଭଳି ୪ ଟି ବଡ଼ ସହରର ସୁପର ମାର୍କେଟରେ ମଦର ଖୁଚୁରା ବିକ୍ରୟକୁ ମଧ୍ୟ ମଞ୍ଜୁର ଦେଇଛନ୍ତି ।

ମଜାକଥା ହେଉଛି ଘରେ ମଧ୍ୟ ବାର୍‌ ଖୋଲିବାର ଅନୁମତି ଦେଇଛନ୍ତି । ତେବେ ଯେଉଁ ବ୍ୟକ୍ତି ଘରେ ବାର ଖୋଲିବ ତା’ର ବାର୍ଷିକ ଆୟ ୧ କୋଟି ଟଙ୍କା ଥିବା ଦରକାର । ଅର୍ଥାତ ବାର୍ଷିକ ଶୁଳ୍କ ୫୦ ହଜାର ଦେବାର ସାମର୍ଥ୍ୟ ଥିବା ଆବଶ୍ୟକ ।

ଗୋଟିଏ ଦୋକନରେ ମିଳିବ ଦେଶୀ ଓ ବିଦେଶୀ ମଦ :

ରାଜ୍ୟ ସରକାରଙ୍କ ନିକଟରେ ନୂଆ ମଦ ଦୋକାନ ଖୋଲିବାର ପ୍ରସ୍ତାବ ରହିଥିଲା । ହେଲେ ସେହି ପ୍ରସ୍ତାବକୁ ମଞ୍ଜୁରୀ ମିଳିନାହିଁ । ହେଲେ ନୂଆ ନୀତି ଅନୁଯାୟୀ ବିଦେଶୀ ମଦ ଦୋକାନରେ ଦେଶୀ ମଦ ବିକିବାର ମଞ୍ଜୁରୀ ମିଳିଥିବା ଜଣାଯାଇଛି । ରାଜ୍ୟରେ ଏବେ ୧୦୬୧ ଦେଶୀ ମଦ ଦୋକାନ ଓ ୨୫୪୪ ବିଦେଶୀ ମଦ ଦୋକାନ ରହିଛି । ସରାକାରଙ୍କ ନୂଆ ନୀତି ଅନୁଯାୟୀ ଏବେ ଜାମୁରୁ ମଧ୍ୟ ମଦ ପ୍ରସ୍ତୁତି ନେଇ ମଞ୍ଜୁରୀ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.