Below header

କଣ ଏହି e-EPIC ଭୋଟର କାର୍ଡ, କେମିତି କରିବେ ଏହାକୁ ଡାଉନଲୋଡ ଜାଣନ୍ତୁ

ଆଧାର କାର୍ଡ, ଭୋଟର ଆଇଡି ଏବଂ ପାସପୋର୍ଟ ବହୁତ ଜରୁରୀ ଦସ୍ତାବିଜ୍‌। ଏହି ଡକ୍ୟୁମେଣ୍ଟ ଦ୍ୱାରା ଆପଣ ପ୍ରୁଫ କରିପାରିବେ ଯେ ଆପଣ ଜାରତୀୟ। Voter ID ନା କେବଳ ଆଇଡି ପ୍ରୁଫ ଭାବରେ କାମ କରିଥାଏ ବରଂ ଏହା ସାହାଯ୍ୟରେ ଆପଣ ଭୋଟ ମଧ୍ୟ ଦେଇପାରିବେ।

ଇଲେକସନ୍‌ କମିଶନ ଅଫ୍‌ ଇଣ୍ଡିଆ ଭୋଟର ଆଇଡିର ଡିଜିଟାଲ ଭର୍ସନ ଲଞ୍ଚ୍‌ କରିଛନ୍ତି। ଏହାକୁ e-EPIC ବା ଇଲେକଟ୍ରୋନିକ ଇଲେକ୍ଟୋରଲ ଫଟୋ ପରିଚୟ ପତ୍ର ମଧ୍ୟ କୁହାଯାଏ। ଏମିତିରେ ଏବେ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସୁଛି ଯେ e-EPIC ବାସ୍ତବରେ କଣ ଏବଂ ଏହା କେମିତି ଜେନେରାଲ ଭୋଟର ଆଇଡି ଠାରୁ ଅଲଗା।

e-EPIC ଭୋଟର କାର୍ଡ କଣ?

ଏହାସାଧାରଣତଃ ଅରିଜିନାଲ ଭୋଟର ଆଇଡି କାର୍ଡର ଏକ ନନ-ଆଡିଟେବଲ ପୋର୍ଟେବଲ ଡକ୍ୟୁମେଣ୍ଟ ଫର୍ମାଟ (PDF) ଭର୍ସନ। ଏହା ନନ-ଏଡିଟେବଲ ଅଟେ, ଏହି କାରଣରୁ ଆପଣ ଜାଣିପାରିବେ ଯେ ଏହା ସିକ୍ୟୁର ଡକ୍ୟୁମେଣ୍ଟ ଅଟେ ଏବଂ ଏହାକୁ ଟେମ୍ପର କରାଯାଇପାରିବନାହିଁ।

ଭୋଟର ଆଇଡିର PDF ଭର୍ସନକୁ ମଧ୍ୟ ଆଇଡେଣ୍ଟିଟୀ ସହିତ ଆଡ୍ରେସ ପ୍ରୁଫ ଭାବରେ ବ୍ୟବହାର କରିପାରିବେ। ଏହି ଡିଜିଟାଲ ଆଇଡି ପ୍ରୁଫ ସହଜରେ ଆକ୍ସେସ କରିବା ପାଇଁ ମୋବାଇଲ ଫୋନ କିମ୍ବା Digi lockerରେ ଷ୍ଟୋର କରି ମଧ୍ୟ ରଖିପାରିବେ।

e-EPIC ଭୋଟର କାର୍ଡ ଡାଉନଲୋଡ କରିବାର ଉପାୟ

ଏହାକୁ ଡାଉନଲୋଡ କରିବା ବହୁତ ସହଜ। ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମେ http://voterportal.eci.gov.in/ या https://nvsp.in/କୁ ଯିବାକୁ ହେବ। ଭୋଟର ପୋର୍ଟାଲ ଉପରେ ଲଗଇନ୍‌ କରିବାକୁ ହେବ। ଏହାପରେ ମେନ୍ୟୁ ନେଭିଗେସନରେ ଡାଉନଲୋଡ e-EPIC ଅପ୍ଦନକୁ ସିଲେକ୍ଟ କରନ୍ତୁ।

ଏହାପରେ ଏପିକ ନମ୍ବର କିମ୍ବା ଫର୍ମ ରେଫେରେନ୍ସ ନମ୍ବର ଏଣ୍ଟର କରନ୍ତୁ। ଏହାପରେ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଓଟିପି ଆସିବ। ଏହାକୁ ଏଣ୍ଟର କରନ୍ତୁ। ଏହାପରେ ଆପଣ ଡାଉନଲୋଡ ଇ-ଏପିକ ଉପରେ କ୍ଲିକ କରି ନିଜର ମୋବାଇଲରେ ଫାଇଲକୁ ସେଭ୍‌ କରିପାରିବେ।

ଯଦି ଆପଣଙ୍କ ମୋବାଇଲ ନମ୍ବର ରେଜିଷ୍ଟର ନାହିଁ ତାହେଲେ ଆପଣଙ୍କୁ ପ୍ରଥମେ ଏହାକୁ ରେଜିଷ୍ଟର କରିବାକୁ ହେବ। ଏଥିପାଇଁ ଆପଣଙ୍କୁ ଇ-କେଓ୍ଵାସି ଉପରେ କ୍ଲିକ କରିବାକୁ ହେବ। ଏହାପରେ ଆପଣଙ୍କୁ ଫେସ ଲାଇଭନେସ ଭେରିଫିକେସନ କରିବାକୁ ହେବ। କେଓ୍ଵାଇସି ପୂରା କରିବା ପାଇଁ ମୋବାଇଲ ନମ୍ବରକୁ ଅପଡେଟ କରିଦିଅନ୍ତୁ। କେଓ୍ଵାଇସି ପୂରା କରିବା ପାଇଁ ଆପଣଙ୍କ ସ୍ମାର୍ଟଫୋନ କିମ୍ବା ଲାପଟପ କ୍ୟାମେରାର ଆବଶ୍ୟକତା ପଡିବ। ଏହାପରେ ଆପଣ e-EPIC ଡାଉନଲୋଡ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.