ସ୍ନାପଡ୍ରାଗନ୍ ୮ ଜେନ୍ ୧ ସହ ଲଞ୍ଚ ହେଲା ୱାନ ପ୍ଲସ ୧୦ ପ୍ରୋ, ରହିଛି ଦମଦାର ଫିଚର୍

ବର୍ତ୍ତମାନ ୱାନପ୍ଲସ ଫୋନର ମାର୍କେଟରେ ଭଲ ଚାହିଦା ରହିଛି । ଯେବେ ଏହି ଫୋନ୍ ମାର୍କେଟରେ ଲଞ୍ଚ ହେଲା ସେବେଠାରୁ ହିଁ ଏହା ଅଧିକ ବିକ୍ରି ହେଉଛି। ତେଣୁ ୱାନ ପ୍ଲସ କମ୍ପାନୀ ଏହାର ସବୁ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଡିଜାଇନ୍ ବାହାର କରୁଛି ଏହି ଫୋନର। ସବୁବେଳେ ଅପଡେଟ୍‌ ଭର୍ସନ ବାହାର କରିବା ସହ ଡିଜାଇନ୍‌ରୁ ଆରମ୍ଭ କରି ଫିଚର୍ସ ଉପରେ ଗୁରୁତ୍ୱ ଦେଇ ଆସୁଛି କମ୍ପାନୀ । ତେଣୁ କହିବାକୁ ଗଲେ ମୋବାଇଲ ନିର୍ମାତାମାନେ ନିଜ ଭିତରେ ପ୍ରତିଯୋଗିତା ଚଳାଇଛନ୍ତି ବ୍ୟବସାୟ ପାଇଁ । ସେଥିଲାଗି ବିଭିନ୍ନ ପ୍ରକାର ନୂଆ ଫୋନ୍ ଲଞ୍ଚ କରିବା ସହ ଫିଚର୍ ମଧ୍ୟ ଆଣୁଛନ୍ତି।

ଏଥିରୁ ମାର୍କେଟରେ ଅଧିକ ଲାଭ କରିଥିବା ୱାନପ୍ଲସ କମ୍ପାନୀ ମଧ୍ଯ ପଛରେ ନାହିଁ । ପ୍ରଥମ କଥା ହେଲା ଏହାର କ୍ୟାମେରା କ୍ୱାଲିଟି ବହୁତ ଭଲ ପୁଣି ଫୋନ୍‌ରେ ଅଧିକ ସ୍ପେସ ମଧ୍ୟ ଦେଉଛି ।ତେବେ ବର୍ତ୍ତମାନ ଯଦି ଆପଣ ନୂଆ ଫୋନ୍ କିଣିବାକୁ ପ୍ଲାନିଂ କରୁଛନ୍ତି ତେବେ ଆପଣ ୱାନ ପ୍ଲସକୁ ହିଁ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରନ୍ତୁ। କାରଣ ଭାରତ ମାର୍କେଟରେ ଲଞ୍ଚ ହେବାକୁ ଯାଉଛି ୱାନ ପ୍ଲସର ନୂଆ ମଡେଲ । କାରଣ ଏହାର ଦମଦାର ଫିଚର୍ ରହିଛି ।

one plus 10 pro
Picture Credit- news bytes

ଏହା ବର୍ତ୍ତମାନ ଲଞ୍ଚ ହୋଇଛି ଚୀନରେ । ନୂଆ ସ୍ମାର୍ଟଫୋନ୍ ୱାନପ୍ଲସ୍ ୯ ସିରିଜ୍ ଫ୍ଲାଗସିପ୍ ଏବେ ସ୍ନାପଡ୍ରାଗନ୍ ୮ ଜେନ ୧ ଚିପ ଏବଂ ଅନ୍ୟାନ୍ୟ ନୂତନ ଫିଚର୍ ସହିତ ଚୀନରେ ଲଞ୍ଚ ହେଉଛି। ଏହାର ଆକର୍ଷଣୀୟ ଫିଚର୍ ମଧ୍ୟ ରହିଛି । ଏହା କଲର ଓଏସ ଆଣ୍ଡ୍ରଏଡ୍ ୧୨ ଉପରେ ଆଧାରିତ। ୱାନପ୍ଲସ୍ ୧୦ ପ୍ରୋ ଏକ ନୂଆ ଡିଜାଇନ୍ ସହିତ ଚୀନ ମାର୍କେଟରେ ଲଞ୍ଚ ହୋଇଛି, ଲିକ ହୋଇଥିବା ତଥ୍ୟରୁ ପୂର୍ବରୁ ଯେମିତି ଏହାର ଫିଚର୍ ଉପରେ କୁହାଯାଇଥିଲା ଠିକ୍ ସେହିପରି ହିଁ ଏହାର ଫିଚର୍ ରହିଛି।

ଫୋନର ବ୍ୟାକ କ୍ୟାମେରା କ୍ୱାଲିଟି ବହୁତ୍ ଭଲ ରହିଛି ଓ ଫ୍ରଣ୍ଟ୍ କ୍ୟାମେରା ମଧ୍ୟ ଭଲ ରହିଛି। ଏହାର ଫ୍ରଣ୍ଟ୍ ପ୍ୟାନେଲରେ ସାମସଙ୍ଗ ଗାଲାକ୍ସି S21 ସିରିଜ୍ ପରି ଲୁକ୍ ରହିଛି।
ୱାନପ୍ଲସ ପ୍ରୋ ୧୦ ର ଦୁଇଟି କଲରରେ ମାର୍କେଟକୁ ଆସିଛି ।

ଭୋଲ୍କାନିକ ବ୍ଲାକ ଏବଂ ଏମେରାଲ୍ଡ ଫରେଷ୍ଟ କଲର ରହିଛି । ଫୋନକୁ ଚାର୍ଜ କରିବା ପାଇଁ ୧୨GB ରାମ୍ ସହିତ ୨୫୬GB UFS ୩.୧ ଷ୍ଟୋରେଜ୍ ସହିତ ଏକ ସ୍ନାପଡ୍ରାଗନ୍ ୮ ଜେନ ୧ ଚିପସେଟ ମଧ୍ୟ ରହିଛି। ଏହି ଫୋନର ବ୍ୟାକ୍ କ୍ୟାମେରା ରହିଛି ୪୮MP ପ୍ରାଇମେରୀ କ୍ୟାମେରା । ପୁଣି ଏଥିରେ ୫୦MP ଅଲଟ୍ରାୱାଇଡ୍ କ୍ୟାମେରା ଏବଂ ୮MP ଟେଲିଫୋଟୋ କ୍ୟାମେରା ରହିଛି।

ଏହାର କ୍ୟାମେରା ସଫ୍ଟୱେର୍ ବର୍ତ୍ତମାନ ଏକ ନୂତନ ହସେଲବ୍ଲାଡ୍ ମାଷ୍ଟର୍ ଷ୍ଟାଇଲ୍ ମଧ୍ୟ ଆଣିଛି ଯାହା ଫୋନ୍ ବ୍ୟବହାରକାରୀଙ୍କୁ କ୍ୟାମେରା ସିଷ୍ଟମ୍ ପାଇଁ ତିନୋଟି ପ୍ରିସେଟ୍ ଅପ୍ସନ୍ ବାଛିବାକୁ ସୁଜୋଗ ଦେବ । ଖାଲି ସେତିକି ନୁହେଁ ଏହା ଏହାର ଫୋଟୋଗ୍ରାଫି କ୍ବଲିଟି ପ୍ରଫେସନାଲ୍ ଆସିବ । କାରଣ ଏଥିରେ ସେହିପରି ଫିଚର୍ ଦିଆ ଯାଇଛି। ଫୋନରେ ୫୦୦୦mAh ବ୍ୟାଟେରୀ ଅଛି ଯାହା ବର୍ତ୍ତମାନ ୮୦W ତାରଯୁକ୍ତ ଫାଷ୍ଟ ଚାର୍ଜିଂ ଏବଂ ୫୦W ଚାର୍ଜିଂକୁ ସପୋର୍ଟ କରିବା।

ତେବେ ୱାନପ୍ଲସ ପ୍ରୋ ୧୦ ର ଗୋଟେ ଭାରିଏଣ୍ଟର ମୂଲ୍ୟ ରହିଛି ୫୪,୫୨୧ ଟଙ୍କା। ଏହା ସହିତ ଅନ୍ୟଟିର ମୂଲ୍ୟ ୫୭,୯୯୭ ରହିଥିବା ବେଳେ ସବୁଠୁ ଅଧିକ ଟଙ୍କା ଏହାର ହାଇ କ୍ୱାଲିଟି ଫିଚର୍ ଥିବା ଫୋନର। ଯାହାର ମୂଲ୍ୟ ରହିଛି ପ୍ରାୟ ୬୧,୪୭୮ ଟଙ୍କା । ତେବେ ଅନ୍ୟ ସବୁ ଦେଶରେ ଏହାର ମୂଲ୍ୟ କଣ ରହିବ ତାହା ନେଇ କୌଣସି ତଥ୍ୟ ଆସିନାହିଁ । ଖୁବ୍ ଶୀଘ୍ର ଏହା ଭାରତୀୟ ମାର୍କେଟରେ ଲଞ୍ଚ ହେବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.