ମୋବାଇଲ ଫୋନ୍ ଭଳି ଚାର୍ଜ ହେବ ମହିନ୍ଦ୍ରାର ଇ-ଥ୍ରୀ ହ୍ଵିଲର ହେଲା ଲଞ୍ଚ୍, ଜାଣନ୍ତୁ କେତେ ରହିଛି ଦାମ୍
ମହିନ୍ଦ୍ରା ଇଲେକଟ୍ରିକ ମୋବିଲିଟୀ ନିଜର ନୂଆ ଇଲେକଟ୍ରିକ ୩-ହ୍ଵିଲରକୁ ଲଞ୍ଚ୍ କରିଛି। ଏହି ବାହନ ଛୋଟ ବ୍ୟବସାୟ ପାଇଁ ବହୁତ କାମରେ ଆସିପାରେ। ଖାସ୍ କରି ଏହି ଗାଡି ସେହି ମାନଙ୍କର ଅଧିକ କାମରେ ଆସିବ ଯେଉଁମାନେ ପରିବାକୁ ହାଟରୁ ନିଜ ଦୋକାନ ପର୍ଯ୍ୟନ୍ତ ନେଉଛନ୍ତି। ଏହାବ୍ୟତୀତ ଏହି ବାହନର ବ୍ୟବହାର ଛୋଟ ମୋଟ କାମ ପାଇଁ ମଧ୍ୟ ସହଜରେ ବ୍ୟବହାର କରାଯାଇହେବ। ଏଥିରେ ଜିନିଷ ପତ୍ରକୁ ଲୋଡ କରି ନିଆଯାଇହେବ। ତେବେ ଆସନ୍ତୁ ଜାଣିବା ଆପଣଙ୍କ ମହିନ୍ଦ୍ରା ଇଲେକଟ୍ରିକ ୩-ହ୍ଵିଲର ବିଷୟରେ।
ପାଓ୍ଵାର ଏବଂ ସ୍ପିଡ
ମହିନ୍ଦ୍ରାର ଇ-ଆଲଫା କାର୍ଗୋ (E-Alfa Cargo) ଥ୍ରୀ ହ୍ଵିଲରକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ଏହି ନୂଆ ଥ୍ରୀ-ହ୍ଵିଲରର ଏକ୍ସ ଶୋରୁମ ଦାମ୍ ୧.୪୪ ଲକ୍ଷ ଟଙ୍କା ରହିଛି। ୩୧୦ ପେଲୋଡ ସହିତ ଆସୁଥିବା ଇ-ଆଲଫା କାର୍ଗୋ ମଡେଲ ରେଞ୍ଜ ବିଷୟରେ ଯଦି କହିବା ତାହେଲେ ଏହା ଫୁଲ ଚାର୍ଜିଙ୍ଗରେ ୮୦ କିମି ପର୍ଯ୍ୟନ୍ତ ଚାଲିପାରିବ। ଏଥିରେ ୧.୫ କିଲୋଓ୍ଵାଟ ପାଓ୍ଵାର ରହିଛି। ଏହି ଥ୍ରୀ-ହ୍ଵିଲର ଇଲେକଟ୍ରିକ ଗାଡି କିଲୋମିଟର ପିଛା ଘଣ୍ଟା ସ୍ପିଡ ଦେଇଥାଏ।
ଫିଚର୍ସ
ଯଦି କହିବା ଏହି ଥ୍ରୀ ହ୍ଵିଲର ଫିଚର୍ସ ବିଷୟରେ ତାହେଲେ ଏଥିରେ ମୋଟ ଡିଜିଟାଲ ଇନଷ୍ଟମେଣ୍ଟ କ୍ଲଷ୍ଟର ରହିଛି। ଏହାଛଡା ସ୍ପିଡ, ଚାର୍ଜିଙ୍ଗ, ଡ୍ରାଇଭିଙ୍ଗ ରେଞ୍ଜ ଭଳି ଅନେକ ଫିଚର୍ସ ରହିଛି। ଦୂର ଦୂରାନ୍ତରକୁ ଯିବା ପାଇଁ ଏହି ଛୋଟ ସାଇଜର ଅଟୋକୁ ବ୍ୟବହାର କରିପାରିବେ। ଏଥିରେ ହଜାର ଓ୍ଵାଟର ଦମଦାର ମୋଟ ରହିଛି।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବଜାରରେ ଅନେକ ଇଲେକଟ୍ରିକ ବାହନକୁ ଲଞ୍ଚ୍ କରାଯାଇଛି। ଏଥିରେ ଟୁ-ହ୍ଵିଲା ଏବଂ ଫର ହ୍ଵିଲର ସାମିଲ ରହିଛି। ଯାହାକୁ ଖାସ୍ ଫିଚର୍ସ ଏବଂ ଦାମ ସହିତ ଲଞ୍ଚ୍ କରାଯାଇଛି। ଏହାବ୍ୟତୀତ ଅନେକ ପେଟ୍ରୋଲ ପମ୍ପରେ ଇଲେକଟ୍ରିକ ବାହନକୁ ଚାର୍ଜ କରିବା ପାଇଁ ଚାର୍ଜିଙ୍ଗ ପଏଣ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି। ଦେଖିବାକୁ ଖାଲି ବାକି ରହିଲା ଯେ ଏହି ଇଲେକଟ୍ରିକ ସେଗମେଣ୍ଟରେ କେଉଁ କମ୍ପାନୀ ନିଜର ନାମ ଟପରେ ରଖୁଛନ୍ତି ଏବଂ କେଉଁ ବାହନକୁ ଗ୍ରାହକ ପସନ୍ଦ କରୁଛନ୍ତି।