ପୋଷ୍ଟପାର୍ଟମ ଡିପ୍ରେସନକୁ କରନ୍ତୁ ନାହିଁ ଇଗନୋର୍‌, ହୋଇପାରେ ବହୁତ ବଡ଼ ସମସ୍ୟା

ମାନସିକ ଅଶାନ୍ତି ହେଲେ ବ୍ୟକ୍ତିର ଅନେକ ଶାରୀରିକ ସମସ୍ୟା ଦେଖାଯାଏ। ତେଣୁ ଡାକ୍ତରମାନେ ସବୁବେଳେ ଖୁସିରେ ରହିବାର ପରାମର୍ଶ ଦେଇଥାନ୍ତି। କିନ୍ତୁ କିଛି ଅଛନ୍ତି ଯେଉଁମାନେ ବହୁତ ଭାବପ୍ରବଣ ହୋଇଥାନ୍ତି। ଛୋଟ ଛୋଟ କଥାକୁ ଧରି ବସନ୍ତି। ପରେ ସେହି କଥା ତାଙ୍କ ମନରେ ଘର କରି ବସେ।

ଯେତେବେଳେ ଏହି ଚିନ୍ତା ତାଙ୍କ ଉପରେ ଭାରି ପଡେ ସେତେବେଳେ ଶରୀର ଖରାପ ହେବାକୁ ଲାଗେ। ତେବେ ଏହାକୁ ଆମେ ଡିପ୍ରେସନ କହିଥାଉ । ତେବେ କ’ଣ ଆପଣ ପୋଷ୍ଟପାର୍ଟମ ଡିପ୍ରେସନ ସମ୍ପର୍କରେ ଶୁଣିଛନ୍ତି କି? ଯଦି ଜାଣି ନାହାଁନ୍ତି ତେବେ ଆଜି ଜାଣି ନିଅନ୍ତୁ।

ରିସର୍ଚ୍ଚରୁ ଜଣାପଡିଛି ଏହି ସମସ୍ୟା ଗର୍ଭବତୀ ମହିଳାଙ୍କ ଠାରେ ଦେଖାଯାଏ। ଖାସ କରି ଡେଲିଭରୀ ପରେ ମହିଳା ମାନେ ଏହି ଚିନ୍ତାରେ ପଡ଼ିଯାନ୍ତି। ଶେଷରେ ଡିପ୍ରେସନ ଭଳି ପରିସ୍ଥିତି ସୃଷ୍ଟି ହୁଏ। ଏହି ସମସ୍ୟାରେ ଠିକ ସମୟରେ ନିଦ ହେବ ନାହିଁ। ଏହାସହ କୌଣସି କାମରେ ମନ ଲାଗିବ ନାହିଁ। ଏମିତିକି ପିଲାଙ୍କ ଠାରୁ ମାଆର ମନ ଛାଡ଼ିଯିବା, ଛୋଟ କଥାରେ କାନ୍ଦିବା, ମୁଡ ସୁଇଙ୍ଗିସ୍‌ ହେବା ଭଳି ଲକ୍ଷଣ ଦେଖାଯାଏ।

ଡେଲିଭରୀ ସମୟରେ ଆଷ୍ଟ୍ରୋଜେନ, ପ୍ରୋଜେଷ୍ଟେରାନ, କର୍ଟିସୋଲ ଭଳି ହର୍ମୋନ ଏକଦମ କମିଯାଏ। ଏହା ହେଉଛି ସମସ୍ୟାର ବଡ଼ କାରଣ। ତେଣୁ କୌଣସି କାମରେ ମନ ଲାଗେ ନାହିଁ। ଏହାକୁ ପୋଷ୍ଟ ପାର୍ଟମ ବ୍ଲୁଜ କୁହାଯାଏ। ସାଧାରଣ ଭାବେ ଏହା ଦୁଇ ସପ୍ତାହ ପର୍ଯ୍ୟନ୍ତ ଦେଖାଯାଏ।

ପୋଷ୍ଟ ପାର୍ଟମ ଡିପ୍ରେସନ ସମସ୍ୟା ଗର୍ଭାବସ୍ଥା ସମୟରେ କିମ୍ବା ପିଲା ଜନ୍ମର ଏକ ବର୍ଷ ପରେ ଆରମ୍ଭ ହୋଇଥାଏ। ଏହା ଏକ ମାନସିକ ରୋଗ ଯାହା ଭାବିବା, ଅନୁଭବ କରିବା କିମ୍ବା ମନରେ ନକାରାତ୍ମକ ଭାବକୁ ସୃଷ୍ଟି କରିଥାଏ । ଏବେ ଜାଣନ୍ତୁ ଏହାର ଲକ୍ଷଣ:
-ସବୁବେଳେ ଦୁଃଖି ରହିବା।
-ଚିଡଚିଡ଼ା ହେବା ସହ ଏଙ୍ଗଜାଇଟି ଅନୁଭବ କରିବା।
-ଥକା ଅନୁଭବ କରିବା।
-ମୁଣ୍ଡ କିମ୍ବା ପେଟରେ ଯନ୍ତ୍ରଣା ହେବା।
-ଭୋକ ନଲାଗିବା, ଖାଇବାର ଇଚ୍ଚା କମିଯିବା।
-କାମରେ ମନ ନଲାଗିବା।
-ପିଲାଙ୍କ ସହ ବଣ୍ଡିଂ ଠିକ ନରହିବା।
-ସବୁବେଳେ କାନ୍ଦିବା।
-ସମସ୍ତଙ୍କଠୁ ନିଜକୁ ଦୂରେଇ ରଖିବା।

ଏମତିିବି କୁହାଯାଉଛି ଯେ ପୋଷ୍ଟପାର୍ଟମ ଡିପ୍ରେସନ ସାମ୍ନା କରୁଥିବା ମହିଳା ମାନେ ନିଜର ଅସୁବିଧା କରିବାର ଯଥେଷ୍ଟ ସମ୍ଭାବନା ଥାଏ। ସେମାନେ ଆତ୍ମହତ୍ୟା ଭଳି ନିଷ୍ପତ୍ତି ନେବାର ମଧ୍ୟ ଆଶଙ୍କା ଥାଏ।

ଏହାକୁ ରୋକିବା ପାଇଁ ହେଲେ ଭରପୂର ଆରାମ କରନ୍ତୁ। ଚା ପିଇବା କମ କରନ୍ତୁ। ମାଆଙ୍କ ଅଧିକ ସମୟ ବିତାନ୍ତୁ। ସନ୍ତୁଳିତ ଆହାର ଖାଆନ୍ତୁ। ନିଜ ପିଲା ସହ ଅଧିକ ସମୟ ବିତାନ୍ତୁ । ଏହାଦ୍ୱାରା ଡିପ୍ରେସନ ସମସ୍ୟା ଦୂର ହୋଇପାରିବ।

Leave A Reply

Your email address will not be published.