PNBର କୋଟିକୋଟି ଗ୍ରାହକଙ୍କ ପାଇଁ ବଡ ଖବର ! ୧ ଡିସେମ୍ବରରୁ ବଦଳୁଛି ଏଟିଏମ ସହତ ଜଡିତ ନିୟମ

ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ୧ ଡିସେମ୍ବରରୁ ତାର କିଛି ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି। ଡିସେମ୍ବର ୧ ତାରିଖ ଠାରୁ ପିଏନ୍‌ବି ଏଟିଏମରୁ ଟଙ୍କା ଉଠାଇବାର ତରିକା ପରିବର୍ତ୍ତନ କରିବ । ପିଏନବି ଗ୍ରାହକଙ୍କୁ ଭଲ ବ୍ୟାଙ୍କ ଫ୍ୟାସିଲିଟୀ ଏବଂ ଫ୍ରଡ୍ ଏଟିଏମ୍ ଟ୍ରାନଜାକସନ୍ ଠାରୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନେଇଛି। ବ୍ୟାଙ୍କ ଓ୍ଵାନ ଟାଇମ୍ ପାସଓ୍ଵାର୍ଡ ଆଧାରିତ କ୍ୟାସ୍ ଓ୍ଵିଥଡ୍ରଆଲ ସିଷ୍ଟମ ଆରମ୍ଭ କରିବାକୁ ଯାଉଛି। ଆଉ ଏହି ନୂଆ ପ୍ରଣାଳୀ ୧ ଡିସେମ୍ବର, ୨୦୨୦ ଠାରୁ ଆରମ୍ଭ ହେବ।

ଏହି ସିଷ୍ଟମ ଅନୁଯାୟୀ, ଏଟିଏମରୁ ଟଙ୍କା ଉଠାଇବା ପାଇଁ ଆପଣଙ୍କୁ ବ୍ୟାଙ୍କରେ ରେଜିଷ୍ଟର୍ଡ ମୋବାଇଲ୍ ନମ୍ବରକୁ ଆସିଥିବା ଓଟିପିକୁ ବ୍ୟବହାର କରିବାକୁ ପଡିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ନିୟମ ୧୦ ହଜାର ଟଙ୍କାରୁ ଅଧିକ କ୍ୟାସ୍ ଟ୍ରାନଜାକସନରେ ଲାଗୁ ହେବ। ବ୍ୟାଙ୍କ୍ ତରଫରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।

ପିଏନବି କରିଥିବା ଟ୍ଵିଟ୍ ଅନୁଯାୟୀ, ୧ ଡିସେମ୍ବର ରାତି ୮ ଠାରୁ ସକାଳ ଆଠଟା ମଧ୍ୟରେ PNB (2.0 ATM ) ଏଟିଏମ ରୁ ଗୋଟେ ଥରରେ ୧୦,୦୦୦ ଟଙ୍କାରୁ ଅଧିକ କ୍ୟାସ୍ ନେବାକୁ ହେଲେ ଆପଣଙ୍କୁ ଓଟିପି ଦେବାକୁ ହେବ। ଏଥିପାଇଁ ଗ୍ରାହକ ନିଜ ମୋବାଇଲକୁ ସାଥିରେ ରଖିବା ମଧ୍ୟ ଜରୁରୀ।

ଜାଣନ୍ତୁ କଣ ଏହି PNB 2.0 ATM

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରେ ୟୁନାଇଟେଡ୍ ବ୍ୟାଙ୍କ ଏବଂ ଓରିଏଣ୍ଟାଲ ବ୍ୟାଙ୍କ୍ ଅଫ୍ କମର୍ସ ମର୍ଜ ହୋଇସାରିଛି। ଯାହା ୧ ଏପ୍ରିଲ ୨୦୨୦ରୁ ଲାଗୁ ହୋଇଛି। ଏହାପରଠୁ ଏଟିଏମ୍‌କୁ PNB 2.0 ATM ନାମ ଦିଆଯାଇଛି। ବ୍ୟାଙ୍କର ଟ୍ଵିଟ୍ ଏବଂ ମେସେଜରେ ସ୍ପଷ୍ଟ କୁହାଯାଇଛି ଯେ ଓଟିପି ବେସଡ୍ କ୍ୟାସ୍ ଓ୍ଵିଥଡ୍ରଆଲ ପିଏନବି ୨.୦ ଏଟିଏମରେ ହିଁ ଲାଗୁ ହେବ। ଅର୍ଥାତ୍ ଏହା ଅନ୍ୟ ବ୍ୟାଙ୍କର ଏଟିଏମରେ ଟଙ୍କା ଉଠାଇବାବେଳେ ଲାଗୁ ହେବନାହିଁ।

କେମିତି କାମ କରିବ ଏହି ସିଷ୍ଟମ

  • ପିଏନବି ଏଟିଏମରେ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ୍‌ ଆପଣଙ୍କ ରେଜିଷ୍ଟର ମୋବାଇଲ୍‌ ନମ୍ବରକୁ ଏକ ଓଟିପି ପଠାଇବ।
  • ଏହି ଓଟିପି କେବଳ ଗୋଟେ ଥରର ଟ୍ରାନଜାକସନରେ କାମ କରିବ।
  • ଏହି ନୂଆ ପ୍ରଣାଳୀରେ କ୍ୟାସ୍‌ ଉଠାଇବାର ବର୍ତ୍ତମାନର ପ୍ରକ୍ରୀୟା ଉପରେ କୌଣସି ପ୍ରଭାବ ପଡିବନାହିଁ।
  • ବ୍ୟାଙ୍କର କହିବାନୁଯାୟୀ ଏହାଦ୍ୱାରା ନକଲି କାର୍ଡରୁ ହେଉଥିବା ଟ୍ରାନଜାକସନ ଉପରେ ରୋକ୍‌ ଲଗାଯାଇପାରିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.