Below header

ମୁସଲିମ୍ ଡେଲିଭରୀ ବୟଠୁ ଖାଦ୍ୟ ନେବାକୁ ମନା କଲେ ହିନ୍ଦୁ ଗ୍ରାହକ, Zomato ଦେଲା ଉଚିତ୍ ଶିକ୍ଷା

ଧର୍ମର ଅଫିମ ଖାଇ ସଂପ୍ରଦାୟର ନିଶାରେ ଚୁର ମଣିଷ । ସଂପ୍ରଦାୟ – ସଂପ୍ରଦାୟ ମଧ୍ୟରେ ଏଠି ସୃଷ୍ଟି ହେଉଛି ଝଡ । କେଉଁଠି ମାରପିଟ୍ ତ କେଉଁଠି ହେଉଛି ଦଙ୍ଗା । ଇଶ୍ବର ବିଶ୍ବାସକୁ ନେଇ କେବଳ ହେଉଛି ବିବାଦ । ଦୁଇ ସମ୍ପ୍ରଦାୟ ମଧ୍ୟରେ ଘୃଣାର ଗଭୀରତା ଏତେ ବଢିଯାଇଛି ଯେ ତାର ଛିଟା ଦେଖିବାକୁ ମିଳିଛି ଜମାଟୋରେ । ଡେଲିଭରୀ ବୟ ମୁସଲମାନ୍ ହୋଇଥିବାରୁ ଖାଦ୍ୟ ଗ୍ରହଣ କରିବାକୁ ମନା କରିଦେଲେ ଗ୍ରାହକ । ଆଉ ଏହା ପରେ ଯେଉଁ ଉତ୍ତର ଦେଲା ଜମାଟୋ ତାହା ଜିତି ନେଇଛି ଦେଶବାସୀଙ୍କ ହୃଦୟ ।

ପଣ୍ଡିତ୍ ଅମିତ୍ ଶୁକ୍ଳା ନାମକ ଜଣେ ବ୍ୟକ୍ତି ଅନଲାଇନ୍ ଖାଦ୍ୟ ଡେଲିଭର୍ କମ୍ପାନୀ ଜମାଟୋରୁ ଅର୍ଡର କରିଥିଲେ । କିନ୍ତୁ ଯେତେବେଳେ ସେ ଜାଣିବାକୁ ପାଇଲେ ଡେଲିଭରୀ ବୟ ଜଣକ ଜଣେ ମୁସଳମାନ୍ ବୋଲି ସେତେବେଳେ ସେ ଏହାକୁ କ୍ୟାନ୍ସଲ୍ କରି ଜମାଟୋକୁ ଟଙ୍କା ରିଫଣ୍ଡ ମାଗିଥିଲେ । କିନ୍ତୁ ଜମାଟୋ ଟଙ୍କା ଫେରସ୍ତ କରିବାକୁ ମନା କରିବା ସହ ଦେଇଥିଲା ମୁହଁ ତୋଡ ଜବାବ୍ ।

ଏହା ସହ ପଢନ୍ତୁ ଅର୍ଡରରେ ପନୀର ବଦଳରେ ଗ୍ରାହକଙ୍କୁ ମିଳିଲା ଚିକେନ୍, ଜୋମାଟୋ ଏବଂ ପୁନେ ଇଟରୀକୁ ୫୫ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ଅମିତଙ୍କୁ ଜମାଟୋ ଜବାବ୍ ଦେଇଥିଲା ଯେ, ଖାଦ୍ୟର କୌଣସି ଧର୍ମ ନାହିଁ, ଏହା ନିଜେ ଗୋଟିଏ ଧର୍ମ । କେବଳ ସେତିକି ନୁହେଁ ଜମାଟୋର ପ୍ରତିଷ୍ଠାତା ଦୀପେନ୍ଦ୍ର ଗୋୟଲ୍ ମଧ୍ୟ ଦେଇଛନ୍ତି ଅତି ସୁନ୍ଦର ଜବାବ୍ । ଯାହାର ପ୍ରଶଂସା କରିଚାଲିଛି ସୋସିଆଲ୍ ମିଡିଆ । ଦୀପେନ୍ଦ୍ର ଟୁଇଟ୍ କରି କହିଛନ୍ତି, ଆମେ ଭାରତ ବିଚାରଧାରା, ଆମ ଗ୍ରାହକ ଏବଂ ପାର୍ଟନର୍ସଙ୍କ ବିବିଧତା ଉପରେ ଗର୍ବ କରୁ । ଆମର ଏହି ମୂଳ ଚିନ୍ତାଧାରା ଯୋଗୁଁ ଯଦି ଆମ ବ୍ୟବସାୟରେ କୌଣସି କ୍ଷତି ହେଉଛି ତେବେ ସେଥିପାଇଁ ଦୁଃଖ ଲାଗିବନି ।

ଜମାଟୋ ଏବଂ ଏହାର ପ୍ରତିଷ୍ଠାତାଙ୍କ ତରଫରୁ ଯେଉଁ ପ୍ରକାର ଉତ୍ତର ଦିଆଯାଇଛି ତାର ପ୍ରଶଂସା ସୋସିଆଲ୍ ମିଡିଆର ୟୁଜର ଖୁବ୍ କରିଛନ୍ତି । ଏହା ସହ ସଂପ୍ରଦାୟ ଉପରେ ପ୍ରଶ୍ନ ଉଠାଇଥିବା ଗ୍ରାହକ ଅମିତଙ୍କୁ ଖୁବ୍ କରିଛନ୍ତି ଟ୍ରୋଲ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.