Below header

ସରକାରୀ ଚାକିରିରେ ନିଯୁକ୍ତି ପାଇଁ ଇଚ୍ଛା ରଖିଛନ୍ତି କି? ତୁରନ୍ତ କରନ୍ତୁ ଆବେଦନ

ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ପ୍ଲାଷ୍ଟିକ ଇଂଜିନିୟରିଂ ଏବଂ ଟେକ୍ନୋଲୋଜି(CIPET) ପକ୍ଷରୁ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ଆବେଦନକାରୀ ପ୍ରଥମେ ଜାରି କରାଯାଇଥିବା ସୂଚନାକୁ ଭଲଭାବେ ପଢନ୍ତୁ। ଏହାପରେ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ।

ଆବେଦନ ତାରିଖ

ଅନଲାଇନ ଆବେଦନ କରିବାର ଆରମ୍ଭ ତାରିଖ : ୦୧ ମେ ୨୦୨୦

ଅନଲାଇନ ଆବେଦନ କରିବାର ଶେଷ ତାରିଖ : ୨୯ ମେ ୨୦୨୦

ପଦବୀ ନାମ

ସିନିୟର ଅଫିସର, ଅଫିସର, ଟେକ୍ନିକାଲ ଅଫିସର, ଆସିଷ୍ଟାଣ୍ଟ ଅଫିସର, ଆସିଷ୍ଟାଣ୍ଟ ଟେକ୍ନୋଲୋଜି ଅଫିସର, ପ୍ରଶାସନିକ ସହାୟକ ଗ୍ରେଡ-୩ ଏବଂ ଟେକ୍ନିକାଲ ଆସିଷ୍ଟାଣ୍ଟ ଗ୍ରେଡ-୩

jj

ନିଯୁକ୍ତି ପଦ ସଂଖ୍ୟା

ଏହି ସବୁ ପଦବୀରେ ନିଯୁକ୍ତି ପାଇଁ ସମୁଦାୟ ୫୭ଟି ପଦବୀ ଖାଲି ରହିଛି।

ବୟସ ସୀମା

ଆବେଦନକାରୀଙ୍କ ଅଧିକତମ ବୟସ ସୀମା ୩୨ ଏବଂ ୪୦ ବର୍ଷ ପଦବୀ ଅନୁଯାୟୀ ନିର୍ଦ୍ଧାରିତ କରାଯାଇଛି।

ଆବେଦନ ପ୍ରକ୍ରିୟା

ଆବେଦନକାରୀ ଆବେଦନ ପ୍ରକ୍ରିୟା ପୂରଣ କରିବା ପୂର୍ବରୁ cipet.gov.in ଜରିଆରେ ଜାରି କରାଯାଇଥିବା ସୂଚନାକୁ ଡାଉନଲୋଡ କରନ୍ତୁ। ଏହାପରେ ଜାରି କରାଯାଇଥିବା ନିର୍ଦେଶ ଅନୁଯାୟୀ ଶେଷ ତାରିଖ ପୂର୍ବରୁ ଆବେଦନ ପ୍ରକ୍ରିୟା ପୁରା କରନ୍ତୁ। ସୂଚନା ମୁତାବକ ଅନ୍ୟ କୌଣସି ମାଧ୍ୟମରୁ ପ୍ରାପ୍ତ ଆବେଦନ ପତ୍ର ସ୍ୱୀକାର କରାଯିବ ନାହିଁ। ଆବେଦନ କରିବା ପରେ ଏହାର ଏକ ପ୍ରିଣ୍ଟ ଆଉଟ ନିଜ ପାଖରେ ନିଶ୍ଚିୟ ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.