Below header

୨୪ ଘଣ୍ଟା ଭିତରେ ଭାରତରେ ୨୫୫୩ ଜଣ କରୋନା ସଂକ୍ରମିତ, ମୃତ୍ୟୁ ସଂଖ୍ୟା ୧୩୭୩ରେ ପହଁଞ୍ଚିଛି

ନୂଆଦିଲ୍ଲୀ: ଭାରତରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୨୫୫୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ୭୨ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ବର୍ତ୍ତମାନ ସୁଦ୍ଧା ୧୩୭୩ ଜୀବନ ନେଲାଣି ମାରାତ୍ମକ ଭାଇରସ୍‌ । ୪୨ ହଜାର ୫୩୩ ଆକ୍ରାନ୍ତ ହୋଇଥିବା ବେଳେ ୧୧ହଜାର ୭୦୭ଜଣ ଆରୋଗ୍ୟ ହୋଇଛନ୍ତି । ବିଭିନ୍ନ ହସ୍ପିଟାଲରେ ୨୯ହଜାର ୪୫୩ ଜଣ ଚିକିତ୍ସାଧୀନ ଅଛନ୍ତି । ମହାରାଷ୍ଟ୍ରରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ସର୍ବାଧିକ ୧୨ହଜାର ୯୭୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୫୪୮ ଜଣଙ୍କ ମୃତ୍ୟୁ ହୋଇଛି । ଗୁଜୁରାଟରେ ୨୯୦ ଜଣଙ୍କ ଜୀବନ ନେଲାଣି କରୋନା । ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ ଓ ୟୁପିରେ ଦିନକୁ ଦିନ କୋରନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.