Poco F2 ସ୍ମାର୍ଟଫୋନର ଜାରି ହେଲା ଟିଜର, ଜଲଦି ହେବ ଲଞ୍ଚ

ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Poco ନୂଆ ଫୋନPoco F2 ଖୁବଶୀଘ୍ର ଲଞ୍ଚ କରିବାକୁ ଯାଉଛି। କମ୍ପାନୀ ଏହି ସ୍ମାର୍ଟଫୋନର ଟିଜର ଜାରି କରିଛି, ଯେଉଁଥିରେ ପୋକୋ େଓ୍ଵକିଂ ଅପ୍‌ ଲେଖାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଫୋନର ଲଞ୍ଚ ହେବାର ତାରିଖ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇନାହିଁ। ଏହା ପୂର୍ବରୁ ଏହି ସ୍ମାର୍ଟଫୋନକୁ ନେଇ ଅନେକ ରିପୋର୍ଟ ଲିକ୍‌ ହୋଇଛି, ଯେଉଁଥିରେ ଫୋନର ମୂଲ୍ୟ ଏବଂ ଫିଚର୍ସ ବିଷୟରେ ବିବରଣୀ ମିଳିଛି।


କମ୍ପାନୀ ନିଜର ଟ୍ଵିଟର ଆକାଉଣ୍ଟରେ ଏକ ପୋଷ୍ଟର ଜାରି କରିଛନ୍ତି। ଏହି ଫୋନରେ ଏଚଡି ଡିସପ୍ଲେ ସହିତ ୫ଜି କନେକ୍ଟିଭିଟି ସପୋର୍ଟ ରହିବା ସହିତ ଲାଟେଷ୍ଟ ପ୍ରୋସେସର ଏବଂ ୮ ଜିବି ରାମ୍‌ ସପୋର୍ଟ ମିଳିବ। ଏହି ଫୋନ ଆଣ୍ଡ୍ରଏଡ ୧୦ ଅପରେଟିଂ ସିଷ୍ଟମରେ କାମ କରିବ। ଏହି ଫୋନର ମୂଲ୍ୟ ମିଡ ପ୍ରିମିୟମ ରେଞ୍ଜରେ ରହିବ। କିନ୍ତୁ ଏହି ଫୋନର ସଠିକ ମୂଲ୍ୟ ଏବଂ ସ୍ପେସିଫିକେସନ ଫୋନ ଲଞ୍ଚ ହେବା ପରେ ଜଣାପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.