ଖୁବଶୀଘ୍ର ଆସୁଛି ମାରୁତି ସୁଜୁକିର ନୂଆ ଦମଦାର କାର, ଜାଣନ୍ତୁ କେବେ ହେବ ଲଞ୍ଚ

୨୦୨୪ ଆରମ୍ଭ ସୁଦ୍ଧା ନୂଆ ଜେନେରେସେନର ସ୍ୱିଫ୍ଟ ହ୍ୟାଚ୍ ବ୍ୟାକ୍ ଏବଂ ଡିଜାଇର କମ୍ପାକ୍ଟ ସେଡାନ୍ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ଉଭୟ ନୂଆ ମଡେଲରେ ନୂଆ ଡିଜାଇନ୍ ଏବଂ ଭଲ ଫିଚର୍ସ ମିଳିବ ।

ମାରୁତି ସୁଜୁକି ଅନେକ ନୂଆ କାର୍ ପ୍ରସ୍ତୁତ କରୁଛି । ୨୦୨୪ ଆରମ୍ଭ ସୁଦ୍ଧା ନୂଆ ଜେନେରେସେନର ସ୍ୱିଫ୍ଟ ହ୍ୟାଚ୍ ବ୍ୟାକ୍ ଏବଂ ଡିଜାଇର କମ୍ପାକ୍ଟ ସେଡାନ୍ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ଉଭୟ ନୂଆ ମଡେଲରେ ନୂଆ ଡିଜାଇନ୍ ଏବଂ ଭଲ ଫିଚର୍ସ ମିଳିବ । ଏହା ବ୍ୟତୀତ ଇଲେକ୍ଟ୍ରିକ୍‌ ମୋବିଲିଟିରେ କମ୍ପାନୀ ୨୦୨୫ ମସିହାରେ eXV କନସେପ୍ଟ ବେସଡ୍‌ ଇଲେକ୍ଟ୍ରିକ୍‌ SUV ମଧ୍ୟ ଲଞ୍ଚ କରିବ । ଏହା ବ୍ୟତୀତ କାର ପ୍ରେମୀମାନେ ଗ୍ରାଣ୍ଡ ଭିଟାରା ଉପରେ ଆଧାରିତ ୭ ସିଟ୍ ବିଶିଷ୍ଟ ଏସୟୁଭି ମଧ୍ୟ ପାଇବାର ଆଶା ରହିଛି, ଯାହା ଆସନ୍ତା ବର୍ଷରେ ବଜାରରେ ଲଞ୍ଚ ହେବ ବୋଲି କୁହାଯାଉଛି ।

NEW-GEN MARUTI SWIFT / DZIRE :
ପରବର୍ତ୍ତୀ ଜେନେରେସେନ ସୁଜୁକି ସ୍ୱିଫ୍ଟ ଏବଂ ଡିଜାଇର କାରରେ ଥିବା ଡିଜାଇନ୍, ଫିଚର୍ସ ଏବଂ ମାଇଲେଜ୍ ମାମଲାରେ ବଡ଼ ପରିବର୍ତ୍ତନ ହେବ । ଉଭୟ ମଡେଲରେ ୧.୨L, ୩-ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ୍ ରହିବ, ଯାହା ଟୟୋଟାର ଷ୍ଟ୍ରଙ୍ଗ ହାଇବ୍ରିଡ୍ ଟେକ୍ନୋଲୋଜି ସହିତ ମଧ୍ୟ ଲ୍ୟାସ କରାଯାଇପାରିବ । ମିଡିଆ ରିପୋର୍ଟ ଅନୁଯାୟୀ ଏହି ଦୁଇଟି କାରକୁ ୨୦୨୪ ମସିହାରେ ଭାରତରେ ଲଞ୍ଚ କରାଯିବ ଏବଂ ଏହି କାର ଗୁଡ଼ିକର ମାଇଲେଜ୍ ୩୫-୪୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ।

MARUTI EVX ELECTRIC SUV :
ମାରୁତି ସୁଜୁକି EVX କନସେପ୍ଟ ବେସଡ୍‌ ଇଲେକ୍ଟ୍ରିକ ଏସୟୁଭି ଦେଶର ଇଣ୍ଡୋ-ଜାପାନ ଅଟୋମେକ୍ଟରର ପ୍ରଥମ ଇଲେକ୍ଟ୍ରିକ୍‌ କାର ହେବ। ଏହା ଭାରତରେ ୨୦୨୫ ମସିହାରେ ଯେକୌଣସି ସମୟରେ ଆରମ୍ଭ ହୋଇପାରେ । ଇଲେକ୍ଟ୍ରିକ୍ ଏସୟୁଭିର ନିର୍ମାଣ ଇନୋଭେଟିବ ବୋର୍ନ ଇଲେକ୍ଟ୍ରିକ୍ ପ୍ଲାଟଫର୍ମରେ କରାଯିବ । ଏହାର ଲମ୍ବ ୪୩୦୦ ମିମି, ମୋଟେଇ ୧୮୦୦ ମିମି ଏବଂ ଉଚ୍ଚତା ୧୬୦୦ ମିମି ବୋଲି ଅନୁମାନ କରାଯାଉଛି । ଇଭିରେ ୬୦kWhର ବ୍ୟାଟେରୀ ପ୍ୟାକ୍ ଥିବ ବୋଲି ଆଶା କରାଯାଉଛି । ଯାହା ଗୋଟିଏ ଚାର୍ଜରେ ୫୦୦ କିଲୋମିଟର ପର୍ଯ୍ୟନ୍ତ ଚାର୍ଜ ଦେଇପାରେ ।

MARUTI 7-SEATER SUV:
ମିଡିଆ ରିପୋର୍ଟ ଅନୁଯାୟୀ, ମାରୁତି ସୁଜୁକି ଏକ ନୂଆ ଥ୍ରୀ-ରୋ ଏସୟୁଭିର ନିର୍ମାଣ କରୁଛି, ଯାହାର କୋଡ଼ ନେମ୍‌ ବର୍ତ୍ତମାନ Y17 ରହିଛି । ଏହା ଗ୍ରାଣ୍ଡ ଭିଟାରା ଉପରେ ବେସଡ୍‌ ହୋଇଥିବା ଏକ SUV ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.