ବିଶ୍ୱକପ୍‌ ୨୦୨୩ : ଚିନ୍ତାରେ ଭାରତୀୟ ଟିମ, ହସପିଟାଲରେ ଭର୍ତ୍ତି ହେଲେ ଶୁବମନ ଗିଲ୍‌

ଡେଙ୍ଗୁର ଶିକାର ହୋଇଥିବାରୁ ବିଶ୍ୱକପ ପ୍ରଥମ ମ୍ୟାଚରୁ ବାଦ୍‌ ପଡିଥିଲେ ଶୁବମନ ଗିଲ୍‌ । ଏବେ ହଠାତ୍‌ ପ୍ଲେଟଲେଟ୍‌ କମ୍‌ ହେବାରୁ ଚେନ୍ନାଇର ଏକ ହସପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରୀ ଟିମ ତାଙ୍କର ସଂପୂର୍ଣ୍ଣ ଦାୟିତ୍ୱ ନେଇଛନ୍ତି ।

ଦିନିକିଆ ବିଶ୍ୱକପ ୨୦୨୩ ମ୍ୟାଚ୍‌ ଚାଲିଥିବା ବେଳେ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ଚିନ୍ତା ବଢିଯାଇଛି । ଡେଙ୍ଗୁରେ ପୀଡିତ ଥିବା ଶୁବମନ ଗିଲ ପ୍ଲେଟଲେଟ୍‌ କମିଯିବାରୁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଶୁବମନ ଚେନ୍ନାଇର ଏକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଶୁବମନ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ବାଦ୍‌ ପଡିଥିଲେ ଆଉ ଏବେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରୁ ବାଦ୍‌ ପଡିଛନ୍ତି । ଆଗକୁ ଶନିବାର ଖେଳାଯିବାକୁ ଥିବା ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବାର ସମ୍ଭାବନା ନାହିଁ । ଗିଲଙ୍କ ସ୍ଥାନରେ ଈଶାନ କିଶନ ରୋହିତ ଶର୍ମାଙ୍କ ସହିତ ଓପିନିଂ କରିବେ ।

ଖବର ମୁତାବକ, ବିଶ୍ୱକପ ୨୦୨୩ ଆରମ୍ଭ ପୂର୍ବରୁ ମଧ୍ୟ ଶୁଭମନ ଗିଲ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ । ହଠାତ୍‌ ପ୍ଲେଟଲେଟ୍‌ କମିଯିବାରୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଭଲ ରହିଛି । ଗତ ୩ ଦିନ ତଳେ ଚେନ୍ନାଇରେ ଗିଲଙ୍କର ଜ୍ୱର ଅଧିକ ଥିଲା ଏବଂ ଯେତେବେଳେ ତାଙ୍କୁ ପରୀକ୍ଷା କରାଯାଇଥିଲା, ସେତେବେଳେ ତାଙ୍କୁ ଡେଙ୍ଗୁ ଥିବା ଜଣାପଡିଥିଲା ।ଡେଙ୍ଗୁ ହେବାରୁ ସେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷ ଭାରତର ପ୍ରଥମ ମ୍ୟାଚ୍ ଖେଳିନଥିଲେ । ସେ ଆଫଗାନିସ୍ତାନ ବିପକ୍ଷରେ ଖେଳିବେ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ୧୪ ଅକ୍ଟୋବରରେ ଅହମ୍ମଦାବାଦରେ ପାକିସ୍ତାନ ବିପକ୍ଷରେ ତାଙ୍କର ଖେଳିବାର ସମ୍ଭାବନା କମ୍ ରହିଛି ।

ଡେଙ୍ଗୁରୁ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବାକୁ ତାଙ୍କୁ ୨ ସପ୍ତାହ ଲାଗିବ । ଏହାପରେ ଅଭ୍ୟାସ କରିବା ପରେ ଟିମକୁ ଫେରିପାରନ୍ତି । ବିସିସିଆଇ ଏପର୍ଯ୍ୟନ୍ତ ଗିଲଙ୍କ ରିପ୍ଲେସମେଣ୍ଟ ଘୋଷଣା କରିନାହିଁ । ବିଶ୍ୱକପ ଟିମରେ ଗିଲ୍‌ ରହିଛନ୍ତି । ଗିଲ୍‌ଙ୍କ ସ୍ଥାନରେ ଈଶାନ କିଶନ ଟିମରେ ସ୍ଥାନ ପାଇଛନ୍ତି । ଫିଟ୍‌ ହେବା ପରେ ପୁଣି ଟିମକୁ ଫେରିବେ ଗିଲ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.