ଫସଲ ଜଗିବାକୁ ମଞ୍ଚାରେ ଶୋଇଥିଲେ ଯୁବକ, ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଫସଲ ଜଗିବାକୁ ମଞ୍ଚାରେ ଶୋଇଥିଲେ, ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ। ଅନୁଗୁଳୁ ଜିଲ୍ଲା ପୁରୁଣାକୋଟ ଥାନା ଓଲାବିର ଗାଁରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ବିଶ୍ବନାଥ ବର୍ଗିଆ।

ଅନୁଗୁଳୁ (କେନ୍ୟୁଜ): ଫସଲ ଜଗିବାକୁ ମଞ୍ଚାରେ ଶୋଇଥିଲେ, ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ। ଅନୁଗୁଳୁ ଜିଲ୍ଲା ପୁରୁଣାକୋଟ ଥାନା ଓଲାବିର ଗାଁରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ବିଶ୍ବନାଥ ବର୍ଗିଆ।

ଗତକାଲି ରାତିରେ କନ୍ଦମୂଳ ଚାଷ ଜମିରେ ଫସଲ ଜଗିବାକୁ ମଞ୍ଚାରେ ଶୋଇଥିଲେ ବିଶ୍ବନାଥ। ହେଲେ ରାତି ଅଧରେ କେହି ଦୁର୍ବୃତ୍ତ ତାଙ୍କ ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ତାଙ୍କ ଚିତ୍କାର ଶୁଣି ଘର ଲୋକ ଆସିବା ବେଳକୁ ହତ୍ୟାକାରୀ ଫେରାର ହୋଇଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେବେ କିଏ ଓ କାହିଁକି ବିଶ୍ବନାଥଙ୍କୁ ହତ୍ୟା କଲା ସେନେଇ ତଦନ୍ତ କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.