ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ, ଦୀର୍ଘଦିନ ଧରି ଡେଙ୍ଗୁରେ ଥିଲେ ଆକ୍ରାନ୍ତ
ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ । ତାଙ୍କର ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ତାଙ୍କ ଭାଇ ତଥା ପୂର୍ବତନ ଡିଜିପି ବିପିନ ବିହାରୀ ମିଶ୍ର । ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳ ୭ଟା ୨୨ ମିନିଟରେ ତାଙ୍କର ଦେହାନ୍ତ ହୋଇଛି। ୮୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି।
ଭୁବନେଶ୍ୱର (କେନ୍ୟୁଜ): ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ । ତାଙ୍କର ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ତାଙ୍କ ଭାଇ ତଥା ପୂର୍ବତନ ଡିଜିପି ବିପିନ ବିହାରୀ ମିଶ୍ର । ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳ ୭ଟା ୨୨ ମିନିଟରେ ତାଙ୍କର ଦେହାନ୍ତ ହୋଇଛି। ୮୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ସେ ଡେଙ୍ଗୁରେ ଆକ୍ରନ୍ତ ହୋଇ ଚିକିତ୍ସାଧିନ ଥିଲେ।
ସେ ୧୯୫୯ ବ୍ୟାଚ୍ର ଆଇପିଏସ୍ ଥିଲେ। ଅବସର ପରେ ସ୍ୱର୍ଗତ ଶରତ ମିଶ୍ର ବିଭିନ୍ନ ଗଣମାଧ୍ୟମରେ ଅପରାଧ, ଆଇନ୍, ସୁରକ୍ଷା ଆଦି ପ୍ରସଙ୍ଗରେ ନିଜର ସୁଚିନ୍ତିତ ମତ ରଖି ଆସୁଥିଲେ। ଏହାସହ ସାହିତ୍ୟ ଓ ଲେଖାଲେଖିକୁ ଆପଣାଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ସେ ପାଇଥିଲେ। ସେ ଦୀର୍ଘ ଦିନ ଧରି RAW ପାଇଁ କାମ କରିଥିଲେ ।