Below header

ମିନିମମ୍‌ ବାଲାନ୍ସ ପେନାଲ୍‌ଟି : ଗୋଟିଏ ବର୍ଷରେ ଆଦାୟ ୫ ହଜାର କୋଟି ଟଙ୍କା ଜରିମାନା

ନୂଆଦିଲ୍ଲୀ : ୨୦୧୭-୧୮ ବର୍ଷରେ ଜମାକାରୀଙ୍କଠାରୁ ୫ ହଜାର କୋଟି ଟଙ୍କା ଜରିମାନା ଆଦାୟ କରିଛନ୍ତି ବିଭିନ୍ନ ବ୍ୟାଙ୍କ । ମିନିମମ୍‌ ବାଲାନ୍ସ ପେନାଲ୍‌ଟି ଆକାରରେ ଏହି ଜରମାନା ଆଦାୟ ହୋଇଛି । ସବୁଠୁ ଅଧିକା ଜରିମାନା ଆଦାୟ କରିଛି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ । ୨ହଜାର ୪୩୩ କୋଟି ଟଙ୍କା ଆଦାୟ କରିଛି ଏସବିଆଇ ।

ମୋଟ ଆଦାୟର ଏହା ପାଖାପାଖି ୫୦ ପ୍ରତିଶତ । ମୋଟ ଜରିମାନାର ୩୦ ପ୍ରତିଶତ ଆଦାୟ କରିଛନ୍ତି ଘରୋଇ ବ୍ୟାଙ୍କ ଆକ୍ସିସ୍‌, ଏଚଡିଏଫସି ଏବଂ ଆଇସିଆଇସିଆଇ ବ୍ୟାଙ୍କ । ଏସବିଆଇ ସବୁଠୁ ଅଧିକ ପେନାଲଟି ଆଦାୟ କରିବାର କାରଣ ହେଉଛି, ୨୦୧୮ ଆର୍ଥିକ ବର୍ଷରେ ଏଡା ପେନାଲ୍‌ଟି ଚାର୍ଜ ବୃଦ୍ଧି କରିଛି । ଏଚଡିଏଫସି ୫୯୦ କୋଟି, ଆକ୍ସିସ୍‌ ବ୍ୟାଙ୍କ ୫୩୦ କୋଟି, ଆଇସିଆଇସିଆଇ ୩୩୦ କୋଟି ଏବଂ ପିଏନବି ୨୧୧ କୋଟି ଟଙ୍କା ଆଦାୟ କରିଛନ୍ତି । ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ କୁମାର ଶୁକ୍ଳା ଏହି ତଥ୍ୟ ପ୍ରଦାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.