ଫାଇଦାରେ ରହିବେ : ଏହି ୫ଟି ତେଲ ଖାଇବାରେ ନିୟମିତ ବ୍ଯବହାର କରନ୍ତୁ !

ଖାଇବା ତିଆରିରେ ବ୍ୟବହାର କରାଯାଉଥିବା ତେଲ ଆମ ସ୍ବାସ୍ଥ୍ଯ ଉପରେ ଗଭୀର ପ୍ରଭାବ ପକାଇଥାଏ । ହାର୍ଟ, କୋଲେଷ୍ଟ୍ରଲ୍ ଭଳି ରୋଗ ହୋଇଥାଏ । ଜାଣନ୍ତୁ କ‘ଣ ଏପରି ତେଲ ରହିଛି ଯେଉଁ ତେଲକୁ ବ୍ୟବହାର କରିବା ଦ୍ବାରା ଶରୀରକୁ ପୋଷଣ ମିଳିଥାଏ ।

ନଡିଆ ତେଲ : ଏହି ତେଲରେ ପୋଟାସିୟମ୍, କ୍ୟାଲସିୟମ, ଫାଇବର, ଭିଟାମିନ୍ ଏ, ବି, ସି ଭରପୁର ମାତ୍ରାରେ ରହିଥାଏ । ବ୍ଲଡ୍ ପ୍ରେସର୍ ଏବଂ ହାର୍ଟରେ ପିଡିତ ଲୋକମାନଙ୍କ ପାଇଁ ଏହି ତେଲ ନିୟମିତ ଖାଇବା ଦ୍ବାରା ଏହି ସବୁ ରୋଗରୁ ଉପସମ ମିଳିଥାଏ । ଏହା ଛଡା ନଡିଆ ତେଲ ନିୟମିତ ଖାଇବାରେ ବ୍ୟବହାର କରିବା ଦ୍ବାରା କୋଲେଷ୍ଟଲର ଭୟ ମଧ୍ୟ କମିଥାଏ ।

ଅଲିଭ୍ ତେଲ : ଏହି ତେଲରେ ଫ୍ୟାଟି ଏସିଡ୍ ପ୍ରଚୁର ମାତ୍ରାରେ ଭରି ରହିଥାଏ ଯେଉଁ କାରଣ ପାଇଁ ହାର୍ଟ ରୋଗର ଭୟ ପୁରାପୁରି କମ୍ କରିଥାଏ । ଶରୀରରେ କୋଲେଷ୍ଟର ମାତ୍ରା ଠିକ୍ ରଖିବା ସହ ଆର୍ଟାକ୍ ରୁ ମଧ୍ୟ ରକ୍ଷା କରିଥାଏ । ଏହି ତେଲରେ ଆଣ୍ଟିଅକ୍ସିଡେଣ୍ଟ ମଧ୍ୟ ଉପସ୍ଥିତ ରହିଥାଏ ।

ରାଶି ତେଳ : କଳା ଏବଂ ଧଳା ରାଶି ମଧ୍ୟରୁ ଏହି ତେଲକୁ ବାହାର କରାଯାଇଥାଏ । ମ୍ୟାଗନେସିୟମ୍, କ୍ୟାଳସିୟମ୍, ପ୍ରୋଟିନ୍ ଏବଂ ଫସଫରସ୍ ର ଭିଟାମିନ ରହିଥାଏ । ରାଶି ତେଲ ଶରୀର ପାଇଁ ହିତକର ହୋଇଥାଏ । ଏହି ତେଲ ଖାଇବା ଦ୍ବାରା ଉଚ୍ଚ ରକ୍ତ ଚାପ ନିୟନ୍ତ୍ରଣ ହୋଇଥାଏ ।

ବାଦାମ ତେଲ : ବାଦାମ ତେଲକୁ ନିୟମିତ ବ୍ୟବହାର କରିବା ଦ୍ବାରା ଆମ ଶରୀର ଭଲ ରହିଥାଏ । ବାଦାମ ଖାଇବା ଦ୍ବାରା ମନେରଖିବା ଶକ୍ତି ବଢିଥାଏ । ଏହି ତେଳର ବ୍ୟବହାର ଦ୍ବାରା ଶିରାପ୍ରସିରା ଠିକ୍ ଭାବେ କାର୍ୟ୍ୟ କରିଥାଏ । ଏହା ସହ କୋଲେଷ୍ଟଲର ଭୟ ମଧ୍ୟ କମାଇଥାଏ ।

ସୋରିଷ ତେଲ : ସୋରିଷ ତେଲ ଖାଇବା ଦ୍ବାରା ୭୦ ଭାଗ ହାର୍ଟ ସମସ୍ୟାରୁ ମୁକ୍ତି ମିଳିଥାଏ । ଫ୍ୟାଟି ଏସିଡ୍ ଥିବା କାରଣରୁ କୌଣସି ସମସ୍ୟା ଦେଖାଦେଇ ନଥାଏ । ରୋଗପ୍ରତିସୋଧକ ଶକ୍ତି ବଢାଇଥାଏ ତେଣୁ ବ୍ୟାକ୍ଟେରିଆର ଭୟ ନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.