Below header

EPFO କର୍ମଚାରୀଙ୍କ ପାଇଁ ମୋଦି ସରକାର ଆଣୁଛନ୍ତି ବଡ଼ ନିଷ୍ପତ୍ତି, ଜଲଦି ହିଁ ବଢିପାରେ ଆପଣଙ୍କ TAKE HOME SALARY

EPFO କର୍ମଚାରୀଙ୍କ ପାଇଁ ଖୁସି ଖବର। ମୋଦି ସରକାର ଆପଣଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଖୁବଶୀଘ୍ର ସରକାରୀ କର୍ମଚାରୀଙ୍କ ଇପିଏଫ୍ଓରେ ଜମା କରୁଥିବା ଟଙ୍କାକୁ ହ୍ରାସ କରିପାରନ୍ତି। ଏପରି ହେଲେ ଆପଣ ଘରକୁ ଅଧିକ ଦରମା ନେଇଯିବେ। ଏବେ କର୍ମଚାରୀଙ୍କ ଦରମାର ୧୨ ପ୍ରତିଶତ ଇପିଏଫ୍ଓରେ ଜମା ହେଉଛି।

epfo

ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ମୁତାବକ, ସୋସିଆଲ ସିକ୍ୟୁରିଟ ବିଲ ୨୦୧୯ରେ ଏହା ସାମିଲ ହେବ। ଯାହାକୁ ଗତ ସପ୍ତାହରେ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏହି ବିଲ୍ ଜରିଆରେ ୫୦ କୋଟି ଲୋକ ସାମାଜିକ ସୁରକ୍ଷା କୋଷ ତଥା ସୋସିଆଲ ସିକ୍ୟୁରିଟ୍ ଫଣ୍ଡ ବନାଇବା ପାଇଁ କୁହାଯାଇଛି। ଏହା ଅଧିନରେ କର୍ମଚାରୀଙ୍କ ପେନସନ, ମେଡିକାଲ, ରୋଗ, ମାତୃତ୍ବ, ମୃତ୍ୟୁ ଇତ୍ୟାଦିର ଲାଭ ଉଠାଇପାରିବେ।

11

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ( EPFO) ଏବଂ କର୍ମଚାରୀ ରାଜ ବୀମା ନିଗମ (ESIC) ରେ ଥିବା ସତ୍ୟତାକୁ ରକ୍ଷା କରିବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଛି। ମଞ୍ଜୁର ହୋଇଥିବା ବିଲ୍ ଅନ୍ତର୍ଗତ, ଯେକୌଣସି ସ୍ଥାନରେ ୧୦ରୁ ଅଧିକ କର୍ମଚାରୀ କାମ କରୁଥିବେ, ସେମାନଙ୍କୁ (ESIC) ଅର୍ନ୍ତଗତ ଅନେକ ଫାଇଦା ମିଳିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.