Below header

ସାମ୍ନାକୁ ଆସିଲା ନୂଆ Kwid ର ପ୍ରଥମ ଝଲକ, ପ୍ରଚଳିତ ମଡେଲ୍‌ ଅପେକ୍ଷା ରହିଛି ଅନେକ ଭିନ୍ନତା

ଲୋକପ୍ରିୟ କାର ନିର୍ମାଣ କମ୍ପାନୀ ରେନୋଲ୍ଟ ପୁଣି ଥରେ ଗ୍ରାହକଙ୍କୁ ନୂଆ ଭେଟି ଦେବାକୁ ଯାଉଛି। ଗତ ଜୁଲାଇରେ ଡଷ୍ଟର ଫେସଲିଫ୍ଟ ଏବଂ ଅଗଷ୍ଟରେ ସାତ ସିଟର ଡ୍ରାଇଭର ଲଞ୍ଚ୍‌ କରିଥିବା ରେନୋଲ୍ଟ ଖୁବ୍‌ଶୀଘ୍ର ନୂଆ kwid ଫେସଲିଫ୍ଟକୁ ଭାରତରେ ଲଞ୍ଚ୍‌ କରିବାକୁ ଯାଉଛି। କମ୍ପାନୀ ଏବେ ନୂଆ କ୍ୱିଡ ଟିଜର ଜାରି କରିଛି।

ଏହାସହ ପଢନ୍ତୁ: ଜଲଦି କରନ୍ତୁ, କିଣାମୂଲ୍ୟ ଠାରୁ ୨୬,୯୯୦ ଟଙ୍କା କମ୍‌ରେ ମିଳୁଛି ଏହି ସ୍କୁଟର

ପୁରୁଣା କ୍ୱିଡ୍‌ ତୁଳନାରେ ଏହି ନୂଆ କ୍ୱିଡ୍‌ରେ ରହିଛି ଅନେକ ନୂଆ ଫିଚର। କାରର ଡିଜାଇନ୍‌ ରେନୋଲ୍ଟର ଇଲେକ୍ଟ୍ରିକ୍‌ କାର ସିଟି K-ZE ସହ ମିଶୁଛି। ପୂର୍ବାପେକ୍ଷା ଏହି କାରରେ ସ୍ପିଲଟ ହେଡଲ୍ୟାମ୍ପ ଦେଖିବାକୁ ମିଳିବ। ଏଭଳି ଡିଜାଇନ୍‌ କ୍ୱିଡ୍‌ର ଇଲେକ୍ଟ୍ରିକ୍‌ ଭର୍ସନରେ ମଧ୍ୟ ଗ୍ରାହକ ପାଇପାରିବେ।

ତେବେ ଏହାର ଇଞ୍ଜିନ୍‌ରେ କୌଣସି ପରିବର୍ତ୍ତନ କରାଯାଇନଥିବା ଜାଣିବାକୁ ମିଳିଛି। ବର୍ତ୍ତମାନ ଉପଲବ୍ଧ ଥିବା ମଡେଲ ଭଳି ଫେସଲିଫ୍ଟ କ୍ୱିଡରେ ମଧ୍ୟ ୮୦୦ସିସି ଏବଂ ୧.୦ ଲିଟର ପେଟ୍ରୋଲ ଇଞ୍ଜିନ୍‌ର ବିକଳ୍ପ ରହିବ। ବିସ୍ତୃତ ଭାବେ କହିବାକୁ ଗଲେ ଏଥିରେ ୮୦୦ ସିସି ଇଞ୍ଜିନ୍‌କୁ ୫୪ ଏଚ୍‌ପି ଏବଂ ୧.୦ ଲିଟର ଇଂଜିନ୍‌କୁ ୬୮ ଏଚ୍‌ପି ପାଓ୍ଵାର ମିଳିବ। ଉଭୟ ଇଞ୍ଜିନ୍‌ ୫ ସ୍ପିଡ୍‌ ମାନୁଆଲ ଗିୟର ବକ୍ସ ସହ ଆସିବ। କାର୍‌ରେ ୮ ଇଞ୍ଚର ଟଚ୍‌ସ୍କ୍ରିନ୍‌ ଇନ୍‌ଫୋଟେନ୍‌ମେଣ୍ଟ ସିଷ୍ଟମ, ପାର୍କିଂ କ୍ୟାମେରା, ଡିଜିଟାଲ ଇନ୍‌ଷ୍ଟୁମେଣ୍ଟ କ୍ଲଷ୍ଟର ଏବଂ ନୂଆ ଷ୍ଟିିୟରିଂ ହ୍ଵିଲ୍‌ ଦେଖିବାକୁ ମିଳିବ। ଏହି କାର ଚାରୋଟି ରଙ୍ଗରେ ଉପଲବ୍ଧ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.