ନବରାତ୍ରିରେ କଳସ ସ୍ଥାପନା, ଜାଣନ୍ତୁ ବାସ୍ତୁ ଅନୁସାରେ କଳସ ସ୍ଥାପନାର ନିୟମ

କଳସ ସ୍ଥାପନା କରିବା ସମୟରେ ସର୍ବପ୍ରଥମେ କଳସ ଉପରେ ସ୍ୱାସ୍ତିକ ବନାଇବାର ବିଧାନ ରହିଛି । ଏହାପରେ କଳସରେ ସୁତା ବାନ୍ଧି ସେଥିରେ ଜଳ ଭରି ଦିଅନ୍ତୁ । ଏପରି କରିବା ପରେ କଳସରେ ପଞ୍ଚରତ୍ନ, ଫୁଲ, ଅତର ଓ ମୁଦ୍ରା ଇତ୍ୟାଦି ରଖି ତାପରେ ପୂଜା ସ୍ଥାନରେ ଧଳା କିମ୍ବା ନାଲି କପଡା ଉପରେ ଏହାକୁ ସ୍ଥାପନ କରନ୍ତୁ । କଳସ ମୁଁହକୁ ଢାଙ୍କି ଦିଅନ୍ତୁ । ଯଦି କଳସକୁ କୌଣସି ମାଟି ପାତ୍ର ଦ୍ୱାରା ଢ଼ାଙ୍କୁଛନ୍ତି ତାହେଲେ ଏହା ଉପରେ ଚାଉଳ ଭରି ଦିଅନ୍ତୁ ଏବଂ ଏହା ମଧ୍ୟରେ ଏକ ନଡ଼ିଆ ମଧ୍ୟ ରଖିଦିଅନ୍ତୁ । ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ ନବରାତ୍ରି ସମୟରେ କରାଯାଉଥିବା କାର୍ଯ୍ୟ ।

कलश स्थापना

  • ବାସ୍ତୁଶାସ୍ତ୍ର ଅନୁସାରେ ଈଶାନ କୋଣ ବା ଉତ୍ତର-ପୂର୍ବ ଦିଗରେ କଳସ ସ୍ଥାପନ କରିବା ଉଚିତ ।
  • ମାତାଙ୍କ ପ୍ରତିମାର ସ୍ଥାପନ ମଧ୍ୟ ଉତ୍ତର-ପୂର୍ବ ଦିଗରେ କରିବା ଆବଶ୍ୟକ କାରଣ ବାସ୍ତୁଶାସ୍ତ୍ର ଅନୁସାରେ ଏହା ହେଉଛି ଦେବତା ମାନଙ୍କର କୋଣ ।

maa durga

  • ମାତା ପ୍ରତିମାଙ୍କ ସାମ୍ନାରେ ଅଖଣ୍ଡ ଜ୍ୟୋତି ଜଳାନ୍ତୁ ଏବଂ ବାସ୍ତୁଶାସ୍ତ୍ର ଅନୁସାରେ ଏହାର ମୁଖ ପୂର୍ବ-ଦକ୍ଷିଣ ଦିଗରେ ହେବା ଆବଶ୍ୟକ ।
  • ଯଦି ଆପଣ ନବରାତ୍ରୀରେ ଧ୍ୱଜାର ସ୍ଥାପନା କରୁଛନ୍ତି ତାହେଲେ ଏହାକୁ ବାସ୍ତୁଶାସ୍ତ୍ର ଅନୁସାରେ ଗହାରର ଛାତ ଉପରେ ଉତ୍ତର ପଶ୍ଚିମ ଦିଗରେ ରଖନ୍ତୁ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.