Below header

ଦଲାଲମୁକ୍ତ ହେବ ରାଜ୍ୟର ବିଭିନ୍ନ ହସ୍ପିଟାଲ

ଭୁବନେଶ୍ୱର(କେନ୍ୟୁଜ୍): ଦଲାଲମୁକ୍ତ ହେବ ରାଜ୍ୟର ବିଭିନ୍ନ ହସ୍ପିଟାଲ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ହସ୍ପିଟାଲ ଦଲାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ। ରାଜ୍ୟର ବିଭିନ୍ନ ହସ୍ପିଟାଲରେ ରେଡ୍‌ ହୋଇଛି। ୧୫ଦିନ ମଧ୍ୟରେ ହସ୍ପିଟାଲ ଗୁଡିକ ଦଲାଲମୁକ୍ତ କରିବା ପାଁ ଘନ ଘନ ରେଡ୍‌ କରାଯାଉଛି। ଆଜି ୫ ଦଲାଲଙ୍କୁ ଗିରଫ କରିଛି ବୁର୍ଲା ପୋଲିସ । କେନ୍ଦ୍ରାପଡ଼ା ମେଡିକାଲରେ ଦଲାଲି କରୁଥିବାବେଳେ ୩ ଦଲାଲଙ୍କୁ ଗିରଫ କରିଛି ଟାଉନ ପୋଲିସ। ହସ୍ପିଟାଲରେ ଲୋକଙ୍କୁ ଠକିବା ଅଭିଯୋଗରେ ଗତକାଲି କମିଶନରେଟ ପୋଲିସ ୪ ଜଣ ଦଲାଲଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଗିରଫ କରିଛି। କଟକ ଓ ଭୁବନେଶ୍ୱରରେ ଥିବା ହସ୍ପିଟାଲରେ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଏପରିକି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି, ସାଧାରଣ ଜନତା ଦଲାଲଙ୍କ ବାବଦରେ ପୋଲିସକୁ ରିପୋର୍ଟ କରିବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.