Below header

ଜୀବନରେ ଉନ୍ନତି ପାଇଁ ଆପଣାନ୍ତୁ ରାମାୟଣର ଏହି ନୀତି ଶିକ୍ଷା

ସନାତନ ଧର୍ମର ବିଭିନ୍ନ ଗ୍ରନ୍ଥ,ବେଦ,ଉପନିଷଦ ଜୀବନର ମହତ୍ୱ ସମ୍ପର୍କରେ ତଥ୍ୟ ଦେଉଥିବା ବେଳେ ଜୀଵନ ବଂଚିବାର ପ୍ରକୃତ କଳା ଶିଖାଇଦେବେ । ମହର୍ଷି ବାଲ୍ମୀକିଙ୍କ ରଚିତ ରାମାୟଣ ଆମକୁ ଧର୍ମର ପ୍ରକୃତ ମାର୍ଗ ବତାଇବା ସହ ଜୀବନର ଲକ୍ଷ୍ୟ ସମ୍ପର୍କରେ ମଧ୍ୟ କହିଥାଏ । ନିଜର ସମାଜିକ ଜୀବନକୁ କିପରି ଉନ୍ନତ କରାଯାଇପାରିବ ସେ ବିଷୟରେ ବି ସୂଚନା ଦେଇଥାଏ । ଭଗବାନ ରାମଙ୍କ ଜୀବନ ଆଦର୍ଶ ଏକ ସୁନାଗରିକ ଗଠନ ନିମନ୍ତେ ଯଥେଷ୍ଟ ପ୍ରେରଣା ମଧ୍ୟ ଦେଇଥାଏ । ତାଙ୍କର ଉଦାର ପଣ, ବିନମ୍ର ଭାବ ସମସ୍ତଙ୍କୁ ଆକୃଷ୍ଟ କରିଥାଏ ।
ରାମାୟଣରେ ୬ଟି ଜ୍ଞାନ କୁହାଯାଇଛି ଯାହା କି ଆମକୁ ଜୀବନକୁ ସଠିକ ଭାବେ ବଂଚିବାର ରାସ୍ତା ଶିଖାଇଥାଏ । ଆସନ୍ତୁ ଜାଣିବା ସେ ସମ୍ପର୍କରେ;

RAMAYAN-2

୧.ରାମାୟଣର ସବୁଠୁ ବଡ ଶିକ୍ଷା ହେଉଛି ସବୁବେଳେ ସମସ୍ତଙ୍କ ସହ ସମାନ ବ୍ୟବହାର କରିବା । ସ୍ୱୟଂ ରାମ ନିଜ ଜୀବନ କଳା ମଧ୍ୟରେ ସମସ୍ତଙ୍କ ସହ ସମାନ ବ୍ୟବହାର କରିଥିଲେ । ସେ ଧନୀ ହେଉ ବା ଗରିବ, ରାଜା ହେଉବା ପ୍ରଜା ସମସ୍ତେ ତାଙ୍କ ପାଇଁ ଯେପରି ସମାନ ଥିଲେ । ଏମିତିକି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁଥିଲେ | ତାଙ୍କ ମତରେ ପ୍ରକୃତ ମଣିଷ ସେ ହିଁ ହୋଇଥାଏ ଯେ ସମସ୍ତଙ୍କୁ ସମ୍ମାନ କରିଥାଏ ।

୨. ଶ୍ରୀରାମ ତାଙ୍କ ନିଜ ଜୀବନ କାଳ ମଧ୍ୟରେ କେବେ ବି ନିଜ ମର୍ଯ୍ୟାଦାର ଉଲଂଘନ କରିନଥିଲେ । ସେଥିପାଇଁ ତ ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କୁହାଯାଏ । ଏହା ସହ ସେ ସବୁବେଳେ ଏକ ଅନୁସାଶନରେ ନିଜ ଜୀବନ ଅତିବାହିତ କରୁଥିଲେ । ତାଙ୍କ ଅନୁସାରେ ଅନୁସାଶନ ସୁଖୀ ଜୀବନ ପାଇଁ ନିହାତି ଦରକାର ହୋଇଥାଏ । ଜୀବନରେ ଆସୁଥିବା ବିଭିନ୍ନ ସଂଘର୍ଷ ସହ ଲଢ଼ିବାରେ ଏହି ସବୁ ହିଁ ସହାୟକ ହୋଇଥାଏ

ଏଥି ସହ ପଢନ୍ତୁ:

ଜାଣନ୍ତୁ ରାମାୟଣର ୧୩ଟି ରହସ୍ୟମୟ କାହାଣୀ : ଲକ୍ଷ୍ମଣଙ୍କ ନିଦ ନେଲା କିଏ ? କାହିଁକି ରାବଣ କରିଥିଲା ସୀତା ହରଣ ?

୩.ଭଲ ସଂଗତ ଜୀବନରେ ଉନ୍ନତି କରିବା ପାଇଁ ନିହାତି ଆବଶ୍ୟକ ହୋଇଥାଏ । ଖରାପ ସଂଗତି ମନୁଷ୍ୟକୁ ବିପଥଗାମୀ କରୁଥିବା ବେଳେ ଭଲ ସଂଗତି ବହୁ ଉନ୍ନତି ଆଣିଦେଇଥାଏ । ଏମିତିକି ରାଣୀ କୈକେୟୀ ଦାସୀ ମଂଥରାର କୁମନ୍ତ୍ରଣାରେ ପଡି ରାଜା ଦଶରଥଙ୍କ ଠାରୁ ରାମଙ୍କ ପାଇଁ ୧୪ ବର୍ଷର ବନବାସ ମାଗିଥିଲେ । ଯାହାକି ସେମାନଙ୍କ ପରିବାର ପାଇଁ ଦୁଃଖର କଳା ବାଦଲ ଆଣି ଦେଇଥିଲା | କୁମନ୍ତ୍ରାରେ ନ ପଡ଼ିଥିଲେ ହୁଏତ ଏମିତି ହୋଇନଥାନ୍ତା ।

୪. ରାମାୟଣ ଅନୁଯାୟୀ ନିଜର ପ୍ରତ୍ୟକ କାମରେ ନିଜକୁ ସମର୍ପଣ କରିବା ଉଚିତ । ଏହା ଦ୍ୱାରା ମଣିଷ ନିଜ ଆଗର ରାସ୍ତା ବାହାରି ପାରୁଥିବା ବେଳେ ଯାହା ହବାକୁ ଚାଁହୁଥିବ ତାହା ହୋଇପାରିବ । ଜୀବନରେ ପ୍ରକୃତ ଉନ୍ନତି କରିବାକୁ ଚାଁହୁଥିଲେ ପୂର୍ଣ୍ଣ ସମର୍ପଣ ସହ କାମ କରିବା ଉଚିତ । ଭକ୍ତ ହନୁମାନଙ୍କର ପ୍ରଭୁ ଶ୍ରୀରାମଙ୍କ ପ୍ରତି ଥିବା ନିସ୍ଵାର୍ଥ ପ୍ରମ ଓ ଭକ୍ତି ହିଁ ଏ ସମ୍ପର୍କରେ ଆମକୁ ଶିଖାଇଥାଏ ।

୫. ରାମାୟଣ ମହାକାବ୍ୟଟି ଆମକୁ ବିବିଧତାରେ ଏକତା ସମ୍ପର୍କରେ ଶିଖାଇଥାଏ । ଯେମିତିକି ରାଜା ଦଶରଥ ଙ୍କର ୩ ଗୋଟି ପତ୍ନୀ ଥିଲେ । ୩ ପତ୍ନୀଙ୍କର ୪ ଗୋଟି ସନ୍ତାନ ମଧ୍ୟ ଥିଲେ । ଭଗବାନ ରାମ ଲଙ୍କା ଆକ୍ରମଣ କରିବା ସମୟରେ ସମସ୍ତଙ୍କୁ ସାମିଲ କରିଥିଲେ । ଯାହାକି ତାଙ୍କୁ ଲଙ୍କା ବିଜୟରେ ଖୁବ ସାହାଯ୍ୟ କରିଥିଲା । ଏଥିରୁ ଶିଖିବାକୁ ମିଳୁଛି ଯେ ଯଦି ପୁରା ପରିବାର ବିପଦ ସମୟରେ ଏକାଠି ହୋଇ ମୁକାବିଲା କରନ୍ତି ତେବେ ନିଶ୍ଚିତ ରୂପେ ସଫଳତା ପାଇ ପାରିବେ

୬. ଭଗବାନ ରାମଙ୍କ ଠାରେ ପ୍ରେମ ଓ ଦୟା ଭାବ ପରିପୂର୍ଣ୍ଣ ଥିଲା । ସେ ପ୍ରତିଶୋଧ ନେବା ଅପେକ୍ଷା କ୍ଷମା କରିବାରେ ଅଧିକ ବିଶ୍ୱାସ କରୁଥିଲେ । ଅନ୍ୟ କୁ କ୍ଷତି ପହଂଚାଇବା ନାଁ ରେ ଆମେ ନିଜକୁ ହିଁ କ୍ଷତି ପହଂଚାଇ ଥାଉ । କଥାରେ ଅଛି କ୍ଷମା ଦେବା ଠାରୁ ଆଉ କିଛି ବଡ ନାହିଁ । ଏହା ଦ୍ୱାରା ମନୁଷ୍ୟ ଭିତରେ ସଦ୍ଭାବନା ଜାଗ୍ରତ ହୋଇଥାଏ ।

ସାଧାରଣ ମନୁଷ୍ୟ ନିଜ ଜୀବନରେ ଯଦି ଜଣେ ଭଗବାନ ରାମଙ୍କ ଏହି ଗୁଣ ଗୁଡିକ ମଧ୍ୟରୁ ମାତ୍ର ୧୦ ପ୍ରତିଶତ ବି ଗ୍ରହଣ କରିବ ତେବେ ସେ ନିଶ୍ଚିତ ରୂପେ ଉନ୍ନତିର ଶିଖରରେ ଯେ ପହଂଚିବ ଏଥିରେ କୌଣସି ସନ୍ଦେହ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.