ବିପଦରେ ପ୍ରଭୁ ଲିଙ୍ଗରାଜ ମନ୍ଦିର, ରକ୍ଷଣାବେକ୍ଷଣ ଅଭାବରୁ ଦଧିନଉତିରେ ଫାଟ

ଭୁବନେଶ୍ବର(କେନ୍ୟୁଜ୍):  ବିପଦରେ ପ୍ରଭୁ ଲିଙ୍ଗରାଜ ମନ୍ଦିର । ମୁଖ୍ୟ ମନ୍ଦିର ଦଧିନଉତିରେ ଫାଟ । ଏହାର ତୁରନ୍ତ ମରାମତି ଆବଶ୍ୟକ । ଲିଙ୍ଗରାଜ ମନ୍ଦିରରେ ରକ୍ଷଣାବେକ୍ଷଣରେ ଚରମ ଅବେହଳା ଓ ବ୍ୟତିକ୍ରମ ଦେଖାଯାଇଛି । ଏନେଇ ଦେବୋତ୍ତର କମିଶନର ଚିତ୍ତରଂଜନ ମହାପାତ୍ର ଏଏସଆଇ ଡିଜିଙ୍କୁ ଚିଠି ଲେଖି ଜଣାଇଛନ୍ତି । ସେ ଉଲ୍ଲେଖ କରିଛନ୍ତି, ଏକାଦଶ ଶତାବ୍ଦୀର ଏହି ଲିଙ୍ଗରାଜ ମନ୍ଦିରରେ ପରିସରରେ ଅନ୍ୟ ୬୨ଟି ଛୋଟ ଛୋଟ ପାର୍ଶ୍ୱ ଦେବଦେବୀ ମନ୍ଦିର ରହିଛି । ୧୯୧୮ରୁ ଏହାକୁ କେନ୍ଦ୍ର ସରକାର ଐତିହ୍ୟ ଭାବେ ଘୋଷଣା କରିଛନ୍ତି । ହେଲେ ଏଏସଆଇ ଓଡ଼ିଶା ସର୍କଲ ଲିଙ୍ଗରାଜ ମନ୍ଦିରକୁ ଠିକ ଭାବେ ରକ୍ଷଣାବେକ୍ଷଣ କରୁନାହିଁ ।

 

ଏପରିକି ରକ୍ଷଣାବେକ୍ଷଣରେ ବି ଆଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଉନାହିଁ । ଏ ବାବଦରେ ଏଏସଆଇ କେବେ ହେଲେ ମନ୍ଦିର ଟ୍ରଷ୍ଟ କିମ୍ବା ପ୍ରଶାସନ ସହ ଆଲୋଚନା ନ କରିବା ପରିତାପର ବିଷୟ ବୋଲି ଚିଠିରେ ଲେଖିଛନ୍ତି ଦେବୋତ୍ତର କମିଶନର ଚିତ୍ତରଂଜନ ମହାପାତ୍ର । ମୁଖ୍ୟ ମନ୍ଦିରର ଚୂଡ଼ାରେ ଫାଟ ସୃଷ୍ଟି ହୋଇଛି । ପତାକା ବାନ୍ଧୁଥିବା ସେବାୟତମାନେ ଏ ବାବଦରେ ବିଭିନ୍ନ ସମୟରେ ଦେବୋତ୍ତର କମିଶନରଙ୍କ ଦଷ୍ଟି ଆଣିଛନ୍ତି । ମନ୍ଦିର ଗାତ୍ରରେ ଥିବା ମୂର୍ତ୍ତି ମଧ୍ୟ ସୁରକ୍ଷିତ ନୁହନ୍ତି । କିଛି ମୂର୍ତ୍ତି ଭାଙ୍ଗିରୁଜି ଗଲାଣି । ଆଉ କିଛି ଅର୍ଦ୍ଧ ଭଗ୍ନ ଅବସ୍ଥାରେ । କେବଳ ଏତିକି ନୁହେଁ ମୁଖ୍ୟମନ୍ଦିର ଯୋଡ଼େଇ ସ୍ଥାନରେ ବର୍ଷା ଦିନେ ପାଣି ଗଳୁଛି । ଏନେଇ ତୁରନ୍ତ ହସ୍ତକ୍ଷେପ କରିବା ସହ ପଦକ୍ଷେପ ନେବାକୁ ଏଏସଆଇ ଡିଜିଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଦେବୋତ୍ତର କମିଶନର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.