Below header

ନୂଆକରି ଜନ୍ମ ଦେଇଥିବା ମହିଳାଙ୍କ ଯତ୍ନ ନେବା ପାଇଁ ଖାଇବାରେ ସାମିଲ କରନ୍ତୁ ଏହିସବୁ

ପ୍ରସବ ପରେ ମହିଳାମାନଙ୍କର ବିଶେଷ ଭାବେ ଦେଖାଶୁଣା କରିବାର ଆବଶ୍ୟକତା ରହିଥାଏ । କାରଣ ଗର୍ଭାବସ୍ଥାର ସମୟ ବିତିବା ପରେ ମହିଳାମାନେ ବହୁତ ଦୁର୍ବଳ ହୋଇ ପଡ଼ିଥାନ୍ତି । କିନ୍ତୁ ସାଧାରଣତଃ ପିଲା ଜନ୍ମ ହେବାପରେ ସମସ୍ତଙ୍କର ଧ୍ୟାନ ନବଜାତ ଶିଶୁର ସ୍ୱାସ୍ଥ୍ୟ ଉପରେ ରହିଥାଏ ତେଣୁ ମା’ର ଦେଖାଶୁଣାରେ କମି ରହିଯାଇଥାଏ । ମାତ୍ର ପିଲା ସୁସ୍ଥ ରହିବା ପାଇଁ ମା’ର ସୁସ୍ଥ ରହିବ ଅତ୍ୟନ୍ତ ଜରୁରୀ ଅଟେ । ତାହେଲେ ଆସନ୍ତୁ ଜାଣିବା କିପରି ନେବେ ନଵପ୍ରସୁତା ମହିଳାମାନଙ୍କର ଯତ୍ନ ।

ଗରମ କ୍ଷୀର

ପ୍ରସବ ପରେ ମହିଳାମାନଙ୍କୁ ଗରମ କ୍ଷୀର ସେବନ କରିବା ନିତାନ୍ତ ଆବଶ୍ୟକ , ଗବେଷଣାରୁ ଜଣାପଡିଛି ଯେ ମହିଳାମାନଙ୍କୁ ଦିଆଯାଉଥିବା କ୍ଷୀରରୁ ସେମାନଙ୍କୁ ଆବଶ୍ୟକତା ଅନୁସାରେ 12 ପ୍ରତିଶତ କ୍ୟାଲସିୟମ ମିଳିଥାଏ , ଯଦି ଏହି ଖିରରେ ଟିକିଏ ହଳଦୀ ପକାଯାଏ ତାହେଲେ ଏହା ସ୍ୱାସ୍ଥ୍ୟ ପାଇଁ ଆହୁରି ଲାଭଦାୟକ ଅଟେ

ପାନମଧୁରୀ ପାଣି

fennel

ମଧୁରୀର ପାଣି ନୂଆକରି ମା ହୋଇଥିବା ମହିଳାମାନଙ୍କ ପାଇଁ ବରଦାନ ସଦୃଶ ଅଟେ । କୁହାଯାଏ ଯେଉଁ ମା ମାନେ ସ୍ତନ୍ୟପାନ କରନ୍ତି ସେମାନଙ୍କ ପାଇଁ ଏହି ମଧୁରୀ ପାଣି ଅତ୍ୟନ୍ତ ଆବଶ୍ୟକୀୟ ଅଟେ । ରାତିରେ ଏହାକୁ ପାଣିରେ ଭିଜାଇ ଦିଅନ୍ତୁ ଓ ସକାଳୁ ଏହାକୁ ଛାଣି ପ୍ରସୂତାଙ୍କୁ ପିଇବାକୁ ଦିଅନ୍ତୁ ।

ବିଟ ଜୁସ

ବିଟ ଖାଇବା ଦ୍ୱାରା ଶରୀରରେ ରକ୍ତର ପରିମାଣ ବୃଦ୍ଧି ପାଇଥାଏ । ନୂଆ କରି ଜନ୍ମ ଦେଇଥିବା ମହିଳା ମାନଙ୍କ ଶରୀରରେ ରକ୍ତର ଅଭାବ ଦେଖାଦେଇଥାଏ ତେଣୁ ସେମାନଙ୍କ ଶରୀରରେ ରକ୍ତର ପରିମାଣ ବଢାଇବା ପାଇଁ ଗର୍ଭାବସ୍ଥା ସମୟରୁ ସେମାନଙ୍କୁ ବିଟ ଜୁସ ସେବନ କରିବା ଆବଶ୍ୟକ ।

ପାଳଙ୍ଗ ଜୁସ

ଗର୍ଭାବସ୍ଥା ସମୟରେ ଯଦି ଆପଣଙ୍କୁ ପାଲଙ୍ଗର ସ୍ୱାଦ ଭଲ ଲାଗୁନାହିଁ ତାହେଲେ ଏହାକୁ ଜୁସ ବନାଇ ପିଅନ୍ତୁ । କାରଣ ପାଳଙ୍ଗର ସେବନ ଦ୍ୱାରା ଶରୀରକୁ ଆଇରନ ଯଥେଷ୍ଟ ମାତ୍ରାରେ ମିଳିଥାଏ ଯାହାକି ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ । ପ୍ରଥମେ ପାଳଙ୍ଗକୁ ପେଷି ଏହାର ରସ ବାହାର କରନ୍ତୁ । ତାପରେ ସ୍ୱାଦ ପାଇଁ ଏଥିରେ ଲେମ୍ବୁରସ ଓ ଲୁଣ ମିଶାଇ ପିଅନ୍ତୁ । ଏହା ପ୍ରସବ ପରେ ହେଉଥିବା ଦୁର୍ବଳତାରୁ ରକ୍ଷା କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.