Below header

ଆରମ୍ଭ ହେଲା ମହଙ୍ଗା ମାସ ! ଏଣିକି ପକେଟ୍ ହେବ ଢିଲା, ଆଜିଠୁ ବଢିଲା ଏହି ସବୁ ସାମଗ୍ରୀର ଦାମ୍

ଆଜିଠୁ ଆରମ୍ଭ ହେଲା ଅକ୍ଟୋବର ମାସ । ଆଉ ଅକ୍ଟୋବର ସହ ଆରମ୍ଭ ହେଲା ମହଙ୍ଗା ମାସ । ଆଜିଠାରୁ ଢିଲା ହେବ ଆପଣଙ୍କ ପକେଟ୍ । ଅନେକ ସାମଗ୍ରୀ ଏବଂ ସୁବିଧା ପାଇଁ ପୂର୍ବଠାରୁ ଦେବାକୁ ପଡିବ ଅଧିକ ଟଙ୍କା । ଅନ୍ୟପଟେ ପୋଷ୍ଟ ଅଫିସରେ ଚାଲୁଥିବା ବିଭିନ୍ନ ଛୋଟ ଛୋଟ ସଂଚୟ ଯୋଜନା ପାଇଁ ଲୋକଙ୍କୁ ମିଳିବ ଅଧିକ ସୁଧ । ମୋଟା ମୋଟି କହିବାକୁ ଗଲେ ଆଜିଠାରୁ ବିଭିନ୍ନ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଏବେ ନଜର ପକାନ୍ତୁ ଏହି ପରିବର୍ତ୍ତିତ ନିୟମ ଉପରେ ।

ମହଙ୍ଗା ହେଲା ବିମାନ ଯାତ୍ରା :

flightଗୋଟିଏ ପଟେ ଭଡା ବଢାଇବାରେ ବ୍ୟସ୍ତ ସମସ୍ତ ବିମାନ କମ୍ପାନୀ , ଅନ୍ୟପଟେ ଟିକେଟ୍ ରଦ୍ଦ କଲେ ମିଳିବନି ରିଫଣ୍ଡ୍ । ୩୧ ମାର୍ଚ୍ଚ ୨୦୧୮ ପୂର୍ବରୁ ବୁକ୍ କରାଯାଇଥିବା ଟିକେଟ୍ ରଦ୍ଦ କଲେ ଯାତ୍ରୀଙ୍କୁ କୌଣସି ଜିଏସଟି ରିଫଣ୍ଡ ମିଳିବନି । ବିମାନ କମ୍ପାନୀର କଷ୍ଟମ୍ ଡ୍ୟୁଟି ବଢିବା ପରେ ଏବେ ଭଢା ବଢିବାକୁ ଯାଉଛି । ଯାହା ଫଳରେ ଆସୁଥିବା ଫେଷ୍ଟିଭ୍ ସିଜନରେ ଯାତ୍ରା କରିବାକୁ ହେଲେ ଲୋକଙ୍କ ପକେଟ୍ ଢିଲା କରିବାକୁ ପଡିବ ।

ବଢିଲା ଏଲପିଜି ଏବଂ ପିଏନଜିର ଦାମ୍ :

LPGଏଲପିଜି, ସିଏନଜି ଏବଂ ଏଲପିଜିର ଦାମ ବଢାଇଦେଇଛନ୍ତି ସରକାର । ଯାହା ଫଳରେ ସାଧାରଣ ଜନତାଙ୍କୁ ଜୋରଦାର ମହଙ୍ଗାର ସାମ୍ନା କରିବାକୁ ପଡିଛି । ଅଣସବସିଡି ଏଲପିଜି ସିଲିଣ୍ଡର ଦାମ୍ ଆଜିଠାରୁ ୫୯ ଟଙ୍କା ବଢିଛି । ସେହିପରି ସବସିଡି ସିଲିଣ୍ଡରର ଦାମରେ ୨.୮୯ ବୃଦ୍ଧି ହୋଇଛି । ଦିଲ୍ଲୀରେ ଏବେ ସିଏନଜି ୧.୭୦ ଟଙ୍କା ମହଙ୍ଗା ହୋଇଥିବା ବେଳେ ନୋଏଡା, ଗ୍ରେଟର୍ ନୋଏଡା, ଗାଜିଆବାଦରେ ୧.୯୫ ଟଙ୍କା ବୃଦ୍ଧି ହୋଇଛି । ସେହିପରି ରୋଷେଇରେ ବ୍ୟବହାର ହେଉଥିବା ପିଏନଜିର ଦାମରେ ମଧ୍ୟ ବୃଦ୍ଧି ହୋଇଛି । ଦିଲ୍ଲୀରେ ପିଏନଜି ଦାମରେ ୧.୩୦ ଟଙ୍କା ପ୍ରତି ଷ୍ଟାଡାର୍ଡ କ୍ୟୁବିକ୍ ମିଟର ବୃଦ୍ଧି ହୋଇଛି ।

କଲ୍ ଡ୍ରପ୍ ହେଲେ ଜରିମାନା :

call dropଟାଇ କହିଛି ଯଦି ଫୋନରେ କଥା ହେବା ସମୟରେ ଭଏସ୍ ରହି ରହି ଆସୁଛି କିମ୍ବା ଭଏସ୍ ହିଁ ବିଲକୁଲ୍ ଆସୁନାହିଁ ତେବେ ଏହାକୁ କଲ୍ ଡ୍ରପ୍ ବୋଲି କୁହାଯିବ । ଆଉ ଏପରି କ୍ଷେତ୍ରରେ ଉକ୍ତ ଟେଲିକମ୍ କମ୍ପାନୀ ଉପରେ ୫ ଲକ୍ଷ ଯାଏଁ ଜରିମାନା ଲଗାଯିବ ।

ଅନଲାଇନ୍ ସପିଂ ହେଲା ମହଙ୍ଗା :

online shoppingଆଜିଠାରୁ ସମସ୍ତ ଇ- କମର୍ସ ସାଇଟ୍ କମ୍ପାନୀଗୁଡିକୁ ଟ୍ୟାକ୍ସ କଲେକଟେଡ୍ ସୋର୍ସ (ଟିସିଏସ) ଏବଂ ଟ୍ୟାକ୍ସ ଡିଡକଟେଡ୍ ଆଟ୍ ସୋର୍ସ (ଟିଡିଏସ୍) ଦେବାକୁ ପଡିବ । କେନ୍ଦ୍ରୀୟ ଜିଏସଟି ଅଧିନିୟମ ମୂତାବିକ, କମ୍ପାନୀଗୁଡିକୁ ୨.୫ ଲକ୍ଷ ଟଙ୍କାରୁ ଅଧିକ ବସ୍ତୁ ବା ସେବା ପାଇଁ ୧ ପ୍ରତିଶତ ଟିଡିଏସ୍ କାଟିବା ଜରୁରୀ । ଏହା ସହ ରାଜ୍ୟ ମଧ୍ୟ ନିୟମ ଅନୁଯାୟୀ ୧ ପ୍ରତିଶତ ଟ୍ୟାକ୍ସ ଆଦାୟ କରିବ । ତେଣୁ କମ୍ପାନୀ ଏ ବାବଦ ଅର୍ଥ ଗ୍ରାହଙ୍କଠାରୁ ଆଦାୟ କରିବ ।

ପିଏନବି ଋଣ ନେବା ପଡିବ ମହଙ୍ଗା :

pnbପଂଜାବ ନ୍ୟାସନାଲ୍ ବ୍ୟାଙ୍କ୍ (ପିଏନବି) ଛୋଟ ଏବଂ ଲମ୍ବା ଅବଧି ଋଣ ପାଇଁ ଏମସିଏଲଆର୍ ଦରରେ ବୃଦ୍ଧି କରିଛି । ଏହା ପରେ ପିଏନବିରୁ ଅଟୋ ଏବଂ ବ୍ୟକ୍ତିଗତ ଋଣ ନେବା ମହଙ୍ଗା ହୋଇପାରେ । ପିଏନବି ମାର୍ଜିନାଲ୍ କାଷ୍ଟ ଅଫ୍ ଫଣ୍ଡ୍ ବେସ୍ଡ ଲେଣ୍ଡିଙ୍ଗ୍ ରେଟରେ ୦.୨ ପ୍ରତିଶତ ବୃଦ୍ଧି କରିଛି । ଏହି ନୂଆ ଦର ଆଜିଠାରୁ ଲାଗୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.