ଆଭ୍ୟନ୍ତରୀଣ ନିରାପତ୍ତା ସମ୍ପର୍କିତ ବୈଠକ ଆରମ୍ଭ

କୋଲକାତା(କେନ୍ଯୁଜ୍) : କୋଲକାତାରେ ଆଭ୍ୟନ୍ତରୀଣ ନିରାପତ୍ତା ସମ୍ପର୍କିତ ବୈଠକ । ୨୩ ତମ ପୂର୍ବାଞ୍ଚଳ ଜୋନାଲ କମିଟି ବୈଠକ ଆରମ୍ଭ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଛି । ଝାଡ଼ଖଣ୍ଡ,ଓଡ଼ିଶା, ବିହାର ଓ ପଶ୍ଚିମବଙ୍ଗର ପ୍ରତିନିଧି ବୈଠକରେ ଯୋଗ ଦେଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଯୋଗ ଦେଇଛନ୍ତି । ଓଡ଼ିଶାରୁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଯୋଗ ଦେଇଛନ୍ତି । ମାଓ ମୁକାବିଲା ସହ ବିଭିନ୍ନ ପ୍ରସଙ୍ଗ ନେଇ ବୈଠକରେ ଆଲୋଚନା କରାଯାଉଛି । ଗୃହମନ୍ତ୍ରୀ ରାଜନାଥ ସିଂହ ଏହି କମିଟିର ଅଧ୍ୟକ୍ଷ ଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏହାର ଉପାଧ୍ୟକ୍ଷ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.