ଓଡିଶାରେ ନ୍ୟାସନାଲ ହେଲଥ ମିଶନ ଅଧିନରେ ଖାଲିପଡିଛି ୧୯ ପଦବୀ, ୨୨ ନଭେମ୍ବର ପର୍ଯ୍ୟନ୍ତ କରିପାରିବେ ଆବେଦନ

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଓଡିଶାର ଯୁବପିଢିଙ୍କ ପାଇଁ ଖୁସି ଖବର। ନ୍ୟାସନାଲ ହେଲଥ ମିଶନ(NHM) ଅଧିନରେ ଖାଲିପଡିଛି ୧୯ଟି ପଦବୀ। ମାଲକାନଗିରି ଆୟୁଷMO, ଶିଶୁ ରୋଗ ବିଶେଷଜ୍ଞ, ମେଡିକାଲ ଅଫିସର ପଦବୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ମିଳିବ। ଏହି ପଦବୀରେ ଆବେଦନ କରିବାକୁ ଥିବା ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ http:// malkangiri.nic.in/ କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆବେଦନକାରୀ The Chief Medical Officer and Public Health Officer, Malkangiri, 764048 ଠିକଣାରେ ନିଜର ଆବେଦନ ପତ୍ର ପଠାଇବାକୁ ଅନୁରୋଧ।

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୨୨, ୨୦୨୧ ସନ୍ଧ୍ୟା ୫ଟା ସୁଦ୍ଧା ପଠାଇବାକୁ ଅନୁରୋଧ।

ପଦବୀ ବିବରଣୀ: ୧୯

ଆୟୁଷ MO

ଶିଶୁ ରୋଗ ବିଶେଷଜ୍ଞ ଏବଂ କନସଲଟାଣ୍ଟ

ମେଡିକାଲ ଅଫିସର

ଶିକ୍ଷାଗତ ଯୋଗ୍ୟତା:

ଆୟୁଷ MO ରେ ଆବେଦନ କରିବା ପାଇଁ ଆୟୁର୍ବେଦିକ ମେଡିସିନରେ ବ୍ୟାଚଲର ଡିଗ୍ରୀ, କିମ୍ବା ହୋମିଓପାଥିକ ଏବଂ ସର୍ଜରୀରେ ବ୍ୟାଚଲର ଡିଗ୍ରୀ କରିଥିବା ଜରୁରୀ।

ଶିଶୁ ରୋଗ ବିଶେଷଜ୍ଞ ପାଇଁ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଏମବିବିଏସ ପାସ୍‌ କରିଥିବା ଜରୁରୀ।

ମେଡିକାଲ ଅଫିସର ପଦବୀ ପାଇଁ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ସ୍ୱୀକୃତିପ୍ରାପ୍ତ ସଂସ୍ଥାରୁ ଏମବିବିଏସ ଡିଗ୍ରୀ ପାସ୍‌ କରିଥିବା ଜରୁରୀ।

ବୟସ ସୀମା: ଆୟୁଷ ପଦବୀ ପାଇଁ ୩୫ ବର୍ଷ ଏବଂ ଅନ୍ୟ ପଦବୀ ପାଇଁ ୬୫ ବର୍ଷ ରଖାଯାଇଛି। ମହିଳା, ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ରିହାତି ଏବଂ ଦିବ୍ୟାଙ୍ଗ, ପୂର୍ବତନ ଖେଳାଳିଙ୍କ ପାଇଁ ୧୦ ବର୍ଷ ବୟସ ରିହାତି ରହିଛି।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

http:// malkangiri.nic.in/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.