Below header

ରାତିରେ ଡ୍ୟୁଟି କରୁଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର, ଚଳିତ ମାସଠୁ ମିଳିବ ବର୍ଦ୍ଧିତ ଦରମା

ସପ୍ତମ ବେତନ କମିଶନକୁ ଗ୍ରୀନ୍‌ ସିଗ୍‌ନାଲ ଦେଖାଇଛନ୍ତି ମୋଦି ସରକାର। ଏବେ ନୂଆ ବ୍ୟବସ୍ଥା ମୁତାବକ ରାତିରେ ଡ୍ୟୁଟି କରୁଥିବା କେନ୍ଦ୍ରୀୟ କର୍ମଚାରୀଙ୍କୁ ଗ୍ରେଡ ପେ ଆଧାରରେ ଦରମା ନ ଦିଆଯାଇ ଅଲଗା ଆଲାଉନ୍ସ ଦିଆଯିବ। ଡିପାର୍ଟମେଣ୍ଟ ଅଫ୍‌ ପର୍ସନାଲ ଆଣ୍ଡ ଟ୍ରେନିଂ ଅର୍ଥାତ୍‌ କାର୍ମିକ ବିଭାଗରେ ଏନେଇ ପୂର୍ବରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନୂଆ ନିୟମ ଜୁଲାଇ ୧ରୁ ଲାଗୁ ହେବ। ନୂଆ ନିୟମରେ ରାତିରେ ଡ୍ୟୁଟି କରୁଥିବା କର୍ମଚାରୀଙ୍କୁ ଲାଭ ହେବ ଓ ସେମାନଙ୍କ ଦରମା ବଢ଼ିବ। ଆସନ୍ତୁ ଜାଣିବା ଏହି ନୂଆ ବ୍ୟବସ୍ଥାରେ କି କି ଲାଭ ମିଳିବ…

7th Pay Commission: Risk allowance up to Rs 25,000 for these ...

ରାତି ଡ୍ୟୁଟି ବେଳେ ପ୍ରତି ଘଣ୍ଟା ପାଇଁ ୧୦ ମିନିଟ୍‌ ୱେଟେଜ୍‌ ମିଳିବ। ସରକାରଙ୍କ ମୁତାବକ ରାତି ୧୦ଟାରୁ ଦିନ ୬ଟା ଯାଏଁ କରାଯାଉଥିବା ଡ୍ୟୁଟିକୁ ନାଇଟ୍‌ ଡ୍ୟୁଟି କୁହାଯାଏ। ନାଇଟ୍‌ ଡ୍ୟୁଟି ଆଲାଉନ୍ସ ପାଇଁ ବେସିକ୍‌ ପେର ସିଲିଂ ୪୩,୬୦୦ ଟଙ୍କା ପ୍ରତି ମାସ ଅନୁସାରେ ସ୍ଥିର ହୋଇଛି।

Here's what companies should do to ensure safety of staff working ...

ଏହି ଆଲାଉନ୍ସ ଘଣ୍ଟା ଆଧାରରେ ପୈଠ କରାଯିବ। ବେସିକ ପେ ଓ ମହଙ୍ଗା ଭତ୍ତାକୁ ମିଶାଇ ମୋଟକୁ ୨୦୦ ସହ ଭାଗ କରାଯିବ। ଏହା ସପ୍ତମ ବେତନ କମିଶନ ଆଧାରରେ କରାଯିବ। ସମସ୍ତ ମନ୍ତ୍ରଣାଳୟ ଓ ବିଭାଗର କର୍ମଚାରୀଙ୍କ ଉପରେ ଏହି ନିୟମ ଲାଗୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.