ଆନ୍ଧ୍ର-ଓଡ଼ିଶା ସୀମାରେ ଜଏଣ୍ଟ ଅପରେସନ, ଗୁଳି ବିନିମୟରେ ଜଣେ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି: ଆନ୍ଧ୍ର-ଓଡ଼ିଶା ସୀମାରେ ପୋଲିସ ମାଓବାଦୀ ମଧ୍ୟରେ ଏକ ବଡ ଧରଣର ଗୁଳି ବିନିମୟ ହୋଇଛି । ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସୀମାନ୍ତବର୍ତ୍ତୀ ଆନ୍ନାଭାରାମ ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଗୁଳି ବିନିମୟ ହୋଇଛି । ସେଠାକାର ଗୁଜେଡି ଜଙ୍ଗଲରେ ମାଓବାଦୀ ଥିବା ନେଇ ସୂଚନା ପାଇ ପୋଲିସ ତରଫରୁ ଏକ ଜଏଣ୍ଟ ଅପରେସନ ଆରମ୍ଭ ହୋଇଥିଲା ।

ଆନ୍ଧ୍ର ପ୍ରଦେଶର ଗ୍ରେ-ହାଉଣ୍ଡ କମାଣ୍ଡର ଓ ଓଡିଶା ପୋଲିସ ମିଳିତ ଭାବେ ଜଏଣ୍ଟ ଅପରେସନ ଆରମ୍ଭ କରିଥିଲେ । ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ଗୋଟିଏ ୩୦୩ ବନ୍ଧୁକ ସମେତ ବିପୁଳ ପରିମାଣର ବିସ୍ଫୋରକ ପଦାର୍ଥ ଜବତ କରିଛି ପୋଲିସ । ଏହାବାଦ ଟପ୍‌ ମାଓନେତା ରାମକୃଷ୍ଣ, ଉଦୟ, ଅରୁଣା ଓ ଜଗନ ଖସି ପଳାଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.