କରୋନାକୁ ମାତ ଦେଲା ୧୦ ବର୍ଷର କୁନି ଝିଅ

ଭୁବନେଶ୍ୱର: ବୟସ ଆଗରେ ହାର ମାନିଛି ମହାମାରୀ କରୋନା । କରୋନାକୁ ମାତ ଦେଲା ୧୦ ବର୍ଷର କୁନି ଝିଅ । ମିଳିଥିବା ସୂଚନା ଅନୁଯାୟୀ ଏହି କୁନିଝିଅଟି ନିଜ କରୋନା ସଂକ୍ରମିତ ବାପାଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଥିଲା । ଆକ୍ରାନ୍ତ ବୋଲି ଜଣା ପଡିବା ପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ । ଆଉ ରିପୋର୍ଟ ନେଗେଟିଭ ଆସିବା ପରେ ଏବେ ଘରକୁ ଫେରିଛି । ସୁସ୍ଥ ହେବା ପରେ ଘରକୁ ଫେରି କରୋନାକୁ ନେଇ ନିଜ ଅନୁଭୂତି ବଖାଣିଛି ଏହି କୁନି ଝିଅ । ଖାଲି ଏହି ଛୋଟ ଝିଅଟି ନୁହେଁ ଏହା ପୂର୍ବରୁ ଅନେକ ବୟସ୍କ ବ୍ୟକ୍ତି ମାନେ ବି କରୋନାକୁ ମାତ ଦେଇଥିବା ନେଇ ଅନେକ ନଜିର ରହିଛି । ଏମିତିକି ନବେ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଜଣେ ଶତାୟୁ ମଧ୍ୟ କରୋନା ଯୁଦ୍ଧରେ ସଫଳତା ଅର୍ଜନ ଭଲ ।

ଗୋଟେ ପଟେ ରାଜ୍ୟରେ ଦିନ କୁ ଦିନ କରୋନା ନିଜ କାୟା ବିସ୍ତାର କରି ସାରିଥିବା ବେଳେ ଏନେଇ ରାଜ୍ୟ ସରକାରଙ୍କ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି । ଗୋଟେ ପଟେ ଛୋଟ ପିଲା ଓ ବୟସ୍କ ବ୍ୟକ୍ତି ପକ୍ଷରେ ଏହି କରୋନା ସଂକ୍ରମିତ ହେବା ନେଇ ଆଶଙ୍କା ଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିବା ନିଶ୍ଚିତ ରୂପେ ଏକ ଗର୍ବର ବିଷୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.