ଅନଲାଇନରେ ବିକ୍ରି ହେବ ନିରବ ମୋଦିଙ୍କ ମହଙ୍ଗା ଗାଡି, କିଣିବା ପାଇଁ ଇଛା ରଖିଥିଲେ ପଢ଼ନ୍ତୁ ଏହି ରିପୋର୍ଟ

ନୂଆଦିଲ୍ଲୀ : ପିଏନବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ଘରେ ଲାଗିଥିବା ପେଣ୍ଟିଂ ନିଲାମୀ ପରେ ଏବେ ତାଙ୍କର ବିଳାସପୂର୍ଣ୍ଣ ଗାଡିର ପାଳି। ନିରବଙ୍କ ୧୩ ଟି ବିଳାସପୂର୍ଣ୍ଣ ଗାଡିର ନିଲାମୀ କରିବାକୁ ଯାଉଛନ୍ତି ଆୟକର ବିଭାଗ ତାହା ପୁଣି ଅନଲାଇନରେ। ଏହି ପ୍ରକ୍ରିୟା ଏପ୍ରିଲ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି।

ଆୟକର ବିଭାଗ ନିକଟରେ ନିରବ ମୋଦିଙ୍କ ଘରେ ଲାଗିଥିବା ପେଣ୍ଟିଂକୁ ୫୪.୮୪ କୋଟି ଟଙ୍କାରେ ବିକ୍ରି କରିଥିଲେ। ଏହାପରେ ଏବେ ଇଡି ତାଙ୍କର ଗାଡି ମାନଙ୍କୁ ବିକ୍ରି କରି ଟଙ୍କା ରିକୋଭର କରିବ ବୋଲି କୁହାଯାଉଛି।

Nirav_Modi_7

କିପରି ହେବ ଅନଲାଇନ ନିଲାମୀ

ନିରବ ମୋଦିଙ୍କ ଗାଡି ଗୁଡିକର ଅନଲାଇନ ନିଲାମୀ ମେଟଲ ସ୍କୋପ କରପୋରେସନ୍ ଲିମେଟେଡ (ଏମଏସଟିସି)ରେ ହେବ। ଏଥିରେ ଖାଲି ଗାଡି ମାନଙ୍କୁ ଦେଖିବାକୁ ମିଳିବ ଆପଣ ତାହାର ଟେଷ୍ଟ ଡ୍ରାଇଭ କରିପାରିବେ ନାହିଁ। ସୂଚନା ଅନୁଯାୟୀ ଗାଡିର ସମସ୍ତ ଫିଚର ଏବଂ ଡିଟେଲ୍ସ ଆସନ୍ତା ସପ୍ତାହରେ ଏମଏସଟିସିର ୱେବସାଇଟରେ ଉପଲବ୍ଧ କରାଯିବ।

ନିଶ୍ଚିତ ପଢ଼ନ୍ତୁ : ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଝଟକା, ଜାମିନ ଆବେଦନ ଖାରଜ

ନୀଲାମ ହେବାକୁ ଥିବା ଗାଡି ମାନଙ୍କ ମଧ୍ୟରେ ରେଲ୍ସ ରୟର୍ସ ଘୋଷ୍ଟ, ପୋର୍ଶ୍ଚେ ପନେରା, ଦୁଇଟି ମର୍ସଡିଜ୍ ବେଞ୍ଜ୍, ତିନିଟି ହୋଣ୍ଡା ଗାଡି, ଟୟୋଟା ଫଚ୍ୟୁନର ଏବଂ ଇନୋଭା ସାମିଲ ରହିଛି। ଏହି ସମସ୍ତ ଗାଡି ଗୁଡିକର ଅବସ୍ଥା ଖୁବ ଭଲ ରହିଛି। ନିଲାମୀ ପରେ କିଣିଥିବା ବ୍ୟକ୍ତିଙ୍କୁ ଗାଡି ରେଜିଷ୍ଟେସନ କରିବା ପାଇଁ କିଛି ସମୟ ଦିଆଯିବ। ବର୍ତ୍ତମାନ ନିରବ ମୋଦି ଲଣ୍ଡନର ୱେଣ୍ଡସବର୍ଥ ଜେଲରେ ଅଛନ୍ତି।