Below header

ଏନଆଇଟି ଜାରି କରିଛି ନିଯୁକ୍ତି ପ୍ରକ୍ରିୟା, ଇଚ୍ଛା ଥିଲେ ତୁରନ୍ତ କରନ୍ତୁ ଆବେଦନ

ରାଷ୍ଟ୍ରୀୟ ପ୍ରଦ୍ୟୋଗିକ ସଂସ୍ଥାନ ବା ଏନଆଇଟି ଦୁର୍ଗାପୁର ନନ କିଛି ଟିଚିଙ୍ଗ ପଦବି ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି କରିଛି । ସିନିୟର ଟେକନିସିଆନ, ଟେକନିକାଲ ସହାୟକ ପରି ପଦବୀ ପାଇଁ ବାହାରିଛି ନିଯୁକ୍ତି ପ୍ରକ୍ରିୟା । ଏଥିପାଇଁ ଇଛୁକ ଥିବା ପ୍ରାର୍ଥୀମାନେ ଦୁର୍ଗାପୁର ଏନଆଇଟିର ଅଫିସିଆଲ ୱେବସାଇଟକୁ ଯାଇ ଆସନ୍ତା ଏପ୍ରିଲ ୨୯ ତାରିଖ ପୂର୍ବରୁ ଆବେଦନ କରିପାରିବେ ।

ଏହି ପଦବୀ ପାଇଁ ଆବେଦନ କରିବାକୁ ଥିବା ଆଶାୟୀମାନଙ୍କ ନିକଟରେ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାନରୁ ପ୍ରାସଙ୍ଗିକ ବିଷୟରେ ପ୍ରଥମ ଶ୍ରେଣୀ ଅବା ସମକକ୍ଷ ଗ୍ରେଡ଼ ବି.ଇ/ ବିଟେକ / ଏମ୍ସିଏ ଆଦିରେ ଡିଗ୍ରୀ ଥିବା ଆବଶ୍ୟକ । ଏହି ବିଷୟ ଗୁଡିକରେ ୫୦ ପ୍ରତିଶତ କିମ୍ବା ଏହା ସହିତ ସମକକ୍ଷ ଗ୍ରେଡ଼ ସହିତ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ଏନଆଇଆଟି ପକ୍ଷରୁ ଜାରି ହୋଇଥିବା ଅନ୍ୟାନ ପଦବୀ ପାଇଁ ଆବେଦନ କରିବାକୁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ସ୍ଥିର କରାଯାଇଛି । ଅଧିକ ସୂଚନା ପାଇବା ପାଇଁ ଆଶାୟୀ ମାନେ ଏନଆଇଟିର ଅଫିସିଆଲ ୱେବସାଇଟକୁ ଯାଇ ତନାଘନା କରିପାରିବେ । ଏହି ପଦବୀ ଗୁଡିକ ପାଇଁ ସର୍ବନିମ୍ନ ବୟସ ୨୭ ବର୍ଷ ହେବା ସହ ସର୍ବାଧିକ ବୟସ ୩୩ ବର୍ଷ ହେବା ନିହାତି ଦରକାର । ତେବେ ଜାଣିରଖନ୍ତୁ କେଉଁ ପଦବୀ ପାଇଁ ବାହାରିଛି କେତେ ପଦ:

୧ . ଟେକନିସିଆନ-୨୫

୨ . ଟେକନିକ ସହାୟକ- ୨୨

୩ . ଜୁନିୟର ସହାୟକ-୧୪

୪ . ଲ୍ୟାବ ଆସିଷ୍ଟାଣ୍ଟ- ୧୨

୫ . ସିନିୟର ଟେକନିସିଆନ- ୧୨

୬ . ସିନିୟର ସହାୟକ- ୦୬

୭ . କାର୍ଯ୍ୟାଳୟ ପରିଚାରକ-୦୫

job application
image credit: abp news

୮ . ଅଧିକ୍ଷକ- ୦୪

୯. ଜୁନିୟର ଇଂଜିନିୟର- ୦୨

୧୦. ପୁସ୍ତକାଳୟ ଓ ସୂଚନା ସହାୟକ- ୦୧

୧୧ . ଏସଏଏସ ଆସିଷ୍ଟାଣ୍ଟ-୦୧

ଜାଣିରଖନ୍ତୁ କେମିତି ରହିଛି ଆବେଦନ ପ୍ରକ୍ରିୟା:

– ସର୍ବପ୍ରଥମେ ଦୁର୍ଗାପୁର ଏନଆଇଟିର ଅଫିସିଆଲ ୱେବସାଇଟ nitdgp.ac.inକୁ ଯାଆନ୍ତୁ

– ଏବେ ହୋମପେଜରେ ଭର୍ତ୍ତି ଟ୍ୟାବକୁ ଯାଆନ୍ତୁ । ବିଭିନ୍ନ ବିଭାଗରେ ପ୍ରଫେସର ପାଦରେ ଭର୍ତ୍ତି ପାଇଁ ଥିବା ଲିଙ୍କ ଉପରେ କ୍ଲିକ କରନ୍ତୁ ।

– ଏବେ ଏକ ନୂଆ ପେଜ ଖୋଲିବ । ଏବେ ପଚରା ଯାଇଥିବା ତଥ୍ୟ ତଥା ଆବଶ୍ୟକ କାଗଜ ପତ୍ର ଅପଲୋଡ କରନ୍ତୁ ।

– ଏବେ ନିଜ ଆବେଦନ ଶୁଳ୍କ ଜମା କରନ୍ତୁ । ଆଉ ନିଜ ଆବେଦନ ପତ୍ର ଦାଖଲ କରନ୍ତୁ ।

– ଆବେଦନ ପତ୍ରକୁ ଡାଉନ ଲୋଡ଼ କରି ନିଅନ୍ତୁ । ଆଉ ଭବିଷ୍ୟତର ଦରକାର ପାଇଁ ପ୍ରିଣ୍ଟ ବାହାର କରିନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.