Below header

ବାରବାଟୀରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ୍‌

କଟକ (କେନ୍ୟୁଜ୍‌) : ବାରବାଟୀକୁ ଫେରିଲା ଅନ୍ତର୍ଜାତୀୟ ଟି-୨୦। ଜୁନ୍‌ ୧୨ ତାରିଖରେ ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯିବ ବୋଲି ଆଜି ସୂଚନା ଦେଇଛନ୍ତି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ସମ୍ପାଦକ ସଞ୍ଜୟ ବେହେରା ।

ବିସିସିଆଇ ତରଫରୁ ସୂଚନା ମିଳିବା ପରେ ଓସିଏ ଏହି ଟି୨୦ ମ୍ୟାଚ୍‌ ସମ୍ପର୍କରେ ଗଣମାଧ୍ୟମକୁ ଜଣାଇଛି । ଭାରତ ଗସ୍ତରେ ଆସୁଥିବା ଦକ୍ଷିଣ ଆଫ୍ରିକା ଦଳ ସିରିଜ୍‌ର ଦ୍ୱିତୀୟ ଟି୨୦ ମ୍ୟାଚ୍‌ ବାରବାଟୀରେ ଖେଳିବ । ପୂର୍ବରୁ ଏ ନେଇ ସୂଚନା ମିଳିଥିଲେ ମଧ୍ୟ ବିସିସିଆଇ ବିଧିବଦ୍ଧ ଭାବେ ଘୋଷଣା କରିନଥିଲା । ଯଦି ସେତେବେଳେ କୋଭିଡ୍‌ ନେଇ କୌଣସି କଟକଣା ନଥିବ ତେବେ ଦର୍ଶକମାନେ ଏହି ମ୍ୟାଚ୍‌କୁ ଷ୍ଟାଡିୟମ୍‌ରେ ବସି ଉପଭୋଗ କରି ପାରିବେ ।

ସୂଚନା ଥାଉ କି ଶେଷ ଥର ପାଇଁ ବାରବାଟୀ ଷ୍ଟାଡିୟମରେ ୨୦୧୯ ଡିସେମ୍ବର ୨୨ ତାରିଖରେ ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳା ଯାଇଥିଲା । ଚଳିତ ବର୍ଷ ଫେବ୍ରୁଆରୀ ୧୫ ତାରିଖରେ ଭାରତ ଓ େଓ୍ଵଷ୍ଟଇଣ୍ଡିଜ୍‌ ମଧ୍ୟରେ ଟି୨୦ ମ୍ୟାଚ୍‌ ହେବାର ଥିଲା । ତେବେ ପରେ ଏ ନେଇ ନିଷ୍ପତ୍ତି ବଦଳି ଯାଇଥିଲା । ତେଣୁ ଓଡ଼ିଶାର କ୍ରିକେଟ୍‌ ପ୍ରେମୀ ନିରାଶ ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.