ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲ କୋଠାରୁ ଖସି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

କେନ୍ୟୁଜ୍(ବ୍ୟୁରୋ):  ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ। ହଷ୍ଟେଲର ସାତ ମହଲା କୋଠାରୁ ଖସିପଡ଼ିି ଏମବିବିଏସ୍‌ର ପ୍ରଥମ ବର୍ଷର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଡାକ୍ତରୀ ଛାତ୍ରଙ୍କ ନାଁ ନିଶାନ୍ତ କୁମାର । ଘର ହରିୟାଣାରେ । ସେ ପ୍ରାୟ ୧୦ ଦିନ ହେବ ମେଡିକାଲ କଲେଜ ହଷ୍ଟେଲକୁ ଆସିଥିଲେ । ଆଜି ହଷ୍ଟେଲ କୋଠା ତଳେ ନିଶାନ୍ତ ବେହୋସ ହୋଇ ପଡ଼ିଥିବା ସୁରକ୍ଷାକର୍ମୀ ଦେଖିବାକୁ ପାଇଥିଲେ । ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.