Below header

ବନ୍ଧୁକ ଧରା ହାତରେ ବରଣ ମାଳା, ଲାଲ ବାହିନୀ ହାତ ଛାଡ଼ି ବିବାହ ବନ୍ଧନରେ ବାନ୍ଧି ହେଲେ ମାଓ ଯୁବକ ଯୁବତୀ

କଳାହାଣ୍ଡି(କେନ୍ୟୁଜ୍): ଯେଉଁ ହାତରେ ଥିଲା ଦିନେ ବନ୍ଧୁକ, ସେହି ହାତରେ ଆଜି ବରଣମାଳ । ଯେଉଁ ଯୁବକଯୁବତୀ ଦିନେ ଅନ୍ୟର ଜୀବନ ନେବାକୁ ପଛାଉ ନଥିଲେ, ସେମାନେ ଆଜି ଏକ ନୂଆ ଜୀବନ ଆରମ୍ଭ କରିଛନ୍ତି । ଲାଲ ବାହିନୀ ହାତ ଛାଡ଼ି ଥିବା କଲମ ଦେଈ ଓ ରାମଦାସ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତ ୨୦୧୭ ମସିହାରେ କଳାହାଣ୍ଡି ଯୁଗସାଇ ପାଟଣା ପଞ୍ଚାୟତ ପଞ୍ଚକୁଳ ଗାଁର କଲମ ଦେଈ ମାଓବାଦୀ ସଂଗଠନ ଛାଡି ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ । ଠିକ ସେହି ଭଳି ଛତିଶଗଡ଼ ବିଜାପୁର ଜିଲ୍ଲାପଲସିଗୁଣ୍ଡି ଗାଁର ରାମ ଦାସ ମଧ୍ୟ ଗତ ୨୦୧୯ ମସିହାରେ କଳାହାଣ୍ଡି ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ । ଦୁହେଁ ଭବାନୀପାଟଣା ପୋଲିସ ରିଜର୍ଭରେ ରହି ଆସୁଥିବା ବେଳେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ଆଜି ବର ରାମ ଦାସ ଓ କନ୍ୟା କଲମ ଦେଈଙ୍କ ପରିବାର ଉପସ୍ଥିତିରେ ଭବାନୀପାଟଣା ରିଜର୍ଭ ପୋଲିସରେ ଥିବା ମନ୍ଦିରରେ ବିବାହ ସମ୍ପନ୍ନ ହୋଇଛି । ଦକ୍ଷିଣାଞ୍ଚଳ ଡିଆଇଜି, କଳାହାଣ୍ଡି ଏସ୍‌ପିଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ବିବାହ ଉତ୍ସବରେ ସାମିଲ ହୋଇ ନବଦଂପତିଙ୍କୁ ଆଶୀର୍ବାଦ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.