Below header

ମାତିଲା ବୁଲଡୋଜର, ମାଟିରେ ମିଶିଲା ୩୦୦ ବର୍ଷ ପୁୁରୁଣା ଶିବ ମନ୍ଦିର

କେନ୍ୟୁଜ୍(ବ୍ୟୁରୋ): ବାବାଙ୍କ ମନ୍ଦିରରେ ବୁଲିଲା ବୁଲଡୋଜର । ମାଟିରେ ମିଶିଲା ୩୦୦ ବର୍ଷ ପୁୁରୁଣା ଶିବ ମନ୍ଦିର । ରାଜସ୍ଥାନର ଅଲଓ୍ଵରରେ ଥିବା ୩୦୦ ବର୍ଷ ପୁରୁଣା ଶିବ ମନ୍ଦିରରେ ବୁଲଡୋଜର ଚାଲିଛି । ମନ୍ଦିରରେ ଥିବା ଶିବଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ରୁଜି ଯାଇଛି । ମନ୍ଦିର ଭଙ୍ଗା ଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହାକୁ ବିବାଦ ତେଜିବାରେ ଲାଗିଛି । ରାଜନୈତିକ ହଟଚମଟ ମଧ୍ୟ ସୃଷ୍ଟି ହୋଇଛି ।

ଗେହଲଟ୍‌ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ଅମିତ ମାଲବ୍ୟ । କହିଛନ୍ତି, ବିକାଶ ନାଁରେ ୩୦୦ ବର୍ଷ ପୁରୁଣା ମନ୍ଦିର ଭଙ୍ଗାଯାଉଛି । ସେପଟେ ଅମିତଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ ପ୍ରତାପ ସିଂହ । ମନ୍ଦିର ଭାଙ୍ଗିବା ପ୍ରସ୍ତାବ ରାଜଗଡ ଅର୍ବାନ ବଡିଜ୍‌ ବୋର୍ଡର ଅଧ୍ୟକ୍ଷ ଦେଇଛନ୍ତି । ଯିଏ କି ଜଣେ ବିଜେପି ସଦସ୍ୟ ବୋଲି କହିଛନ୍ତି ପ୍ରତାପ ସିଂହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.