Below header

କରୋନାଭାଇରସକୁ ନେଇ IRCTC କଲା ଆଲର୍ଟ, ଏବେ ଆଉ ଟ୍ରେନରେ ମିଳିବନାହିଁ ଚା, ଟିଫିନ୍‌ ଏବଂ ଖାଦ୍ୟ

ଟ୍ରେନରେ ଏବେ ଆଉ ଯାତ୍ରୀଙ୍କୁ ଚା, ଟିଫିନ୍‌ ଏବଂ ଖାଦ୍ୟ ମିଳିବନାହିଁ। ଷ୍ଟେସନରେ ଫୁଡ୍‌ ପ୍ଲାଜା, ରିଫ୍ରେସମେଣ୍ଟ, ସେଲ କିଚେନ ଏବଂ ଜନ ଆହାରକୁ ମଧ୍ୟ ବନ୍ଦ କରାଯିବ। କରୋନା ଭାଇରସ୍‌ କାରଣରୁ ବଢ଼ୁଥିବା ସଂକ୍ରମଣକୁ ଦେଖି ଇଣ୍ଡିଆନ୍‌ ରେଲେଓ୍ଵ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ୨୨ ମାର୍ଚ୍ଚ ଠାରୁ ଖାଦ୍ୟ ପାନୀୟ ସମ୍ଭଦ୍ଧୀତ ସମସ୍ତ ସୁବିଧା ବନ୍ଦ କରିବା ପାଇର୍ ନିର୍ଣ୍ଣୟ ନେଇଛନ୍ତି।

ଆଇଆରସିଟିସିର ଗ୍ରୁପ ମହାପ୍ରବନ୍ଧକ ୨୦ ମାର୍ଚ୍ଚକୁ ସମସ୍ତ ଜୋନରେ ମହାପ୍ରମନ୍ଧକଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦେଇଛନ୍ତି ଯେ ସମସ୍ତ ମେଲ ଏବଂ ଏକ୍ସପ୍ରେସ ଟ୍ରେନରେ ପେଣ୍ଟ୍ରିକାର ଏବଂ ସାଇଡ୍‌ ବୋର୍ଡିଂ ବ୍ୟବସ୍ଥାକୁ ଆଗାମୀ ଆଦେଶ ପଯ୍ୟର୍ନ୍ତ ସ୍ଥଗିତ କରାଯାଇଛି।

ଏହାର ବ୍ୟବସ୍ଥା ସୁନିଶ୍ଚିତ କରାନ୍ତୁ। ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ଅଶ୍ୱନୀ ଶ୍ରୀବାସ୍ତବ କହିଛନ୍ତି ଯେ ନିର୍ଦ୍ଦେଶ ଅନୁଯାୟୀ ୨୨ ମାର୍ଚ୍ଚରେ କଡା ପାଳନ କରାଯିବ। ଏହି ସମ୍ବନ୍ଧରେ ସମସ୍ତ ଷ୍ଟେସନରେ ଆଦେଶ ଦିଆଯାଇଛି।

ଷ୍ଟେସନରେ ବନ୍ଦ ହୋଇପାରେ ଖାଦ୍ୟ ପାନୀୟ ଦୋକାନ

ଟ୍ରେନରେ ପେଣ୍ଟ୍ରିକାର ଏବଂ ସାଇଡ୍‌ ବୋର୍ଡିଂକୁ ବନ୍ଦ କରିବା ପରେ ବହୁତ ଜଳଦି ଷ୍ଟେସନରେ ବନ୍ଦ ହୋଇପାରେ ଖାଦ୍ୟ ପାନୀୟ ଦୋକାନ। ଏହାକୁ ନେଇ ଏବେ ଅଧିକାରୀ ମାନେ ବିଚାର ବିମର୍ସ ଚଲାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.