କରୋନା ରୋକିବାକୁ ବଡ଼ ପଦକ୍ଷେପ, ଜନତା କର୍ଫ୍ୟୁ ପାଇଁ ଆସନ୍ତାକାଲି ବନ୍ଦ ରହିବ ଓଡ଼ିଶାର ସମସ୍ତ ପେଟ୍ରୋଲ ପମ୍ପ

ଆସନ୍ତାକାଲି ସାରା ଦେଶରେ ପାଳନ ହେବ ଜନତା କର୍ଫ୍ୟୁ। ଦେଶର ସମସ୍ତ ନାଗରିକ ଏହି ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇ ସକାଳ ୭ଟାରୁ ରାତି ୯ଟା ଯାଏଁ ଘରେ ରହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଛନ୍ତି। ତେବେ ଏହି ସମୟ ମଧ୍ୟରେ ଦେଶର ୮୦ ପ୍ରତିଶତ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଓଡ଼ିଶାରେ କର୍ଫ୍ୟୁକୁ ସମର୍ଥନ ଜଣାଇ ଏଭଳି ନିଷ୍ପତ୍ତି ନିଆଯାଇଥିବା ନେଇ ପେଟ୍ରୋଲିୟମ୍‌ ଡିଲର ଆସୋସିଏସନ୍‌ର ସଭାପତି ସୂଚନା ଦେଇଛନ୍ତି।

ପେଟ୍ରୋଲ ପକାଇବା ପାଇର୍ଁ ପେଟ୍ରୋଲ ପମ୍ପରେ ରୀତିମତ ଭିଡ଼ ରହୁଥିବାରୁ ଏହାକୁ ବନ୍ଦ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଭିଡ଼ କମିଲେ କରୋନା ଭାଇରସ୍‌ର ପ୍ରଭାବ ମଧ୍ୟ କମ୍‌ ରହିବ, ଏଣୁ ଆସୋସିଏସନ୍‌ ତରଫରୁ ଏଭଳି ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି।

petrol pump

ଅନ୍ୟପଟେ କର୍ଫ୍ୟୁ ପାଇଁ କାଲି ସାରା ରାଜ୍ୟରେ ବସ୍‌ ଚଳାଚଳ ମଧ୍ୟ ବନ୍ଦ ରହିବ। ଆସନ୍ତାକାଲି ଓଡ଼ିଶାରେ ୧୪ ହଜାର ଘରୋଇ ବସ୍‌ ବନ୍ଦ ରହିବ। ଜନତା କର୍ଫ୍ୟୁ ବେଳେ ବସ୍‌ ବନ୍ଦ ରହିବ ବୋଲି ଆସୋସିଏସନ୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.