Below header

ପ୍ରତ୍ୟେକ ଥର ବ୍ୟାଙ୍କ ଯିବାର ଆବଶ୍ୟକ ନାହିଁ ! ଏବେ ଆପଣ ଘରେ ବସି ମଧ୍ୟ କରିପାରିବେ ଏହି କାମ

ବଦଳୁଥିବା ସମୟ ସହିତ ବ୍ୟାକିଙ୍ଗ ପ୍ରଣାଳୀରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଲା । ପ୍ରଥମେ ଯେଉଁ କାମ ପାଇଁ ବ୍ୟାଙ୍କ ଯିବା ଜରୁରୀ ହେଉଥିଲା ଆଜି ସେହି କାମ ଘରେ ବସି କିଛି ହିଁ ସେକେଣ୍ଡରେ ଆପଣ କରିପାରିବେ ।

ବ୍ୟାକିଙ୍ଗ ସହ ଜଡିତ ଅନେକ କାମ ରହିଥାଏ । ସେଥିପାଇଁ ପୂର୍ବରୁ ଲୋକ ବ୍ୟାଙ୍କ ଯାଇ ନିଜର ସମସ୍ତ କାମ କରୁଥିଲେ । କିନ୍ତୁ ଆଜିର ସମୟରେ ଏମିତି ଜରୁରୀ ନୁହେଁ । ବଦଳୁଥିବା ସମୟ ସହିତ ବ୍ୟାକିଙ୍ଗ ପ୍ରଣାଳୀରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଲା । ପ୍ରଥମେ ଯେଉଁ କାମ ପାଇଁ ବ୍ୟାଙ୍କ ଯିବା ଜରୁରୀ ହେଉଥିଲା ଆଜି ସେହି କାମ ଘରେ ବସି କିଛି ହିଁ ସେକେଣ୍ଡରେ ଆପଣ କରିପାରିବେ । ଏମିତିରେ ଆସନ୍ତୁ ଜାଣିବା ସେହି ସବୁ କାମ ବିଷୟରେ ଯାହାପାଇଁ ଏବେ ବ୍ୟାଙ୍କ ଯିବା ଆଉ ଆପଣଙ୍କୁ ଆବଶ୍ୟକ ପଡିବନାହିଁ ।

ଯଦି ଆପଣଙ୍କୁ କୌଣସି ଅନ୍ୟ ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର କରିବାର ଅଛି ତାହେଲେ ଆପଣଙ୍କୁ ଏବେ ବ୍ୟାଙ୍କ ଯିବା ଜରୁରୀ ନାହିଁ । ଆପଣ ଘରେ ବସି ମଧ୍ୟ ଏହି କାମ କରିପାରିବେ । ଆଉ ଏଥିପାଇଁ ଆପଣଙ୍କ ପାଖରେ କେବଳ ନେଟ ବ୍ୟାକିଙ୍ଗ ଆକ୍ଟିଭ ରହିବା ଜରୁରୀ । ଆପଣ ନେଟ ବ୍ୟାକିଙ୍ଗ ଜରିଆରେ ଫଣ୍ଡ ଟ୍ରାନ୍ସଫର ସହଜରେ କରିପାରିବେ । ଏଥିପାଇଁ ବ୍ୟାଙ୍କ ଯିବା ଆବଶ୍ୟକ ନାହିଁ । ବାସ୍ ଆପଣଙ୍କ ପାଖରେ ଇଣ୍ଟରନେଟ ସୁବିଧା ରହିଥିବା ଉଚିତ ।

ପ୍ରଥମେ ବ୍ୟାଙ୍କ ଯାଇ ବ୍ୟାଙ୍କ ପାସବୁକରେ ଏଣ୍ଟ୍ରି କରାଇ ଆକାଉଣ୍ଟ ଷ୍ଟେଟମେଣ୍ଟର ପତ୍ତା ଲଗାଯାଏ । ଯଦିଓ ବର୍ତ୍ତମାନ ବ୍ୟାଙ୍କ ଯାଇ ଆକାଉଣ୍ଟ ଷ୍ଟେଟମେଣ୍ଟ ଚେକ କରିବା ଆଉ ଦରକାର ପଡିବ ନାହିଁ, କାହିଁକିନା ଏହି କାମ ଘରେ ବସି ମଧ୍ୟ କରିପାରିବେ । ନେଟ୍ ବ୍ୟାକିଙ୍ଗ କିମ୍ବା ବ୍ୟାଙ୍କ୍ ମୋବାଇଲ ଆପରେ ନିଜକୁ ରେଜିଷ୍ଟର କରାଇ ସହଜରେ ଆକାଉଣ୍ଟ ଷ୍ଟେଟମେଣ୍ଟ ଚେକ କରିପାରିବେ । ଏବଂ ନିଜ ଆକାଉଣ୍ଟ ଷ୍ଟେଟମେଣ୍ଟକୁ ଚେକ ମଧ୍ୟ କରିପାରିବେ ।

ଯଦି ଆପଣଙ୍କୁ ଲୋନ୍ ଦରକାର ତାହେଲେ ମଧ୍ୟ ଆପଣଙ୍କୁ ବ୍ୟାଙ୍କ ଯିବାର ଆବଶ୍ୟକ ନାହିଁ । ଆପଣ ନେଟ ବ୍ୟାକିଙ୍ଗ ଜରିଆରେ ବ୍ୟାଙ୍କ ମୋବାଇଲ ଆପ୍ ଜରିଆରେ ମଧ୍ୟ ଲୋନ ପାଇଁ ଆପ୍ଲାଏ କରିପାରିବେ । ଥରେ ବ୍ୟାଙ୍କ ଲୋନ୍ ପାଇଁ ଆପ୍ଲାଏ କରିବା ପରେ ବ୍ୟାଙ୍କ ଆପଣଙ୍କୁ ନିଜେ ସମ୍ପର୍କ କରିଥାଏ ।

ଆପଣଙ୍କ ଆକାଉଣ୍ଟରେ କେତେ ବାଲାନ୍ସ ଅଛି, ଏହାର ପତ୍ତା ଲଗାଇବା ପାଇଁ ମଧ୍ୟ ବ୍ୟାଙ୍କ ଯିବାର ଆବଶ୍ୟକ ନାହିଁ । ଆପଣ ଘରେ ହିଁ ନିଜ ମୋବାଇଲ ଆପ୍ ସାହାଯ୍ୟରେ ହିଁ ବାଲାନ୍ସ ଚେକ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.