ଗୋବର୍ଦ୍ଧନ ପରିକ୍ରମାରୁ ଫେରୁଥିବା ଶ୍ରଦ୍ଧାଳୁଙ୍କ ଟ୍ରାକ୍ଟରକୁ ଧକ୍କା ଦେଲା କାର, ୫ ମୃତ

ଗୋବର୍ଦ୍ଧନ ପରିକ୍ରମା ପରେ ଶ୍ରଦ୍ଧାଳୁମାନେ ଟ୍ରାକ୍ଟରରେ ଫେରୁଥିଲେ । ଏହି ସମୟରେ ରାଇପୁରଜାଟ ନିକଟରେ ଏକ କାର ନିୟନ୍ତ୍ରଣ ହରାଇ ଏହି ଟ୍ରାକ୍ଟର ପଛ ପଟେ ଚଢ଼ିଯାଇଥିଲା । ଏହା ପରେ ଡିଭାଇଡରକୁ ଧକ୍କା ଦେଇଥିଲା କାର ।

ମଥୁରାରେ ହୋଇଛି ବଡ଼ ଅଘଟଣ । ଶ୍ରଦ୍ଧାଳୁଙ୍କ ଟ୍ରାକ୍ଟରକୁ ଧକ୍କା ଦେଇଛି ଏକ କାର, ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଗ୍ରା- ଦିଲ୍ଲୀ ରାଜପଥର ରାଇପୁରାଜାଟ ଗାଁରେ ଏଭଳି ଦୁର୍ଘଟଣା ଘଟିଛି । ଏକ ସ୍ୱିଫ୍ଟ ଡିଜାୟର କାର ଶ୍ରଦ୍ଧାଳୁମାନଙ୍କ ଭର୍ତ୍ତିଥିବା ଟ୍ରାକ୍ଟରରେ ଚଢ଼ି ଯାଇଥିଲା । କାରରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଟ୍ରାକ୍ଟରରେ ଥିବା ଦୁଇ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ପାଖାପାଖି ୨୮ ଜଣ ଆହତ ହୋଇଛନ୍ତି ।

ମୁଡ଼ିଆ ପୂର୍ଣ୍ଣିମାରେ ଗୋବର୍ଦ୍ଧନ ପରିକ୍ରମା ପରେ ଶ୍ରଦ୍ଧାଳୁମାନେ ଟ୍ରାକ୍ଟରରେ ଫେରୁଥିଲେ । ଏହି ସମୟରେ ରାଇପୁରଜାଟ ନିକଟରେ ଏକ କାର ନିୟନ୍ତ୍ରଣ ହରାଇ ଏହି ଟ୍ରାକ୍ଟର ପଛ ପଟେ ଚଢ଼ିଯାଇଥିଲା । ଏହା ପରେ ଡିଭାଇଡରକୁ ଧକ୍କା ଦେଇଥିଲା କାର । ଫଳରେ କାରରେ ଥିବା ତିନି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ କାର ଆରୋହୀ ନିଜ ଭଉଣୀଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ଦେଖିବାକୁ ଯାଉଥିଲେ । ଏହି ସମୟରେ ହିଁ କାର ଟି ଭାରସାମ୍ୟ ହରାଇଥିଲା ଏବଂ ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଟ୍ରାକ୍ଟରରେ ଥିବା ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଥିବା ଜଣା ପଡ଼ିଛି । ଅନ୍ୟପଟେ ଗୁରୁତର ମାନଙ୍କୁ ନିକଟସ୍ଥ ଫରାହ ସିଏଚସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଭୟଙ୍କର ଦୁର୍ଘଟଣା ପରେ ରାଜପଥ ଦୀର୍ଘ ସମୟ ଧରି ବନ୍ଦ ହୋଇଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.