Below header

ଗଙ୍ଗାଘାଟ ହେବ ପ୍ଲାଷ୍ଟିକ୍‌ମୁକ୍ତ; କୁର୍‌କୁରେ, ଚିପ୍ସ ଓ ପାଣି ବୋତଲ ନେଲେ ସିକ୍ୟୁରିଟି ବାବଦରେ ଦେବେ ୫୦ ଟଙ୍କା

ଗଙ୍ଗା ନଦୀ କୂଳରେ ଅବସ୍ଥିତ ପ୍ରାଚୀନ ସହର ବାରାଣସୀକୁ କରାଯିବ ପ୍ଲାଷ୍ଟିକମୁକ୍ତ। ଏଥିପାଇଁ ସ୍ଥାନୀୟ ମ୍ୟୁନିସିପାଲିଟି କର୍ପୋରେସନ ତରଫରୁ ବଡ଼ ଅଭିଯାନ ଆରମ୍ଭ କରାଯାଇଛି।

ଗଙ୍ଗା ନଦୀ କୂଳରେ ଅବସ୍ଥିତ ପ୍ରାଚୀନ ସହର ବାରାଣସୀକୁ କରାଯିବ ପ୍ଲାଷ୍ଟିକମୁକ୍ତ। ଏଥିପାଇଁ ସ୍ଥାନୀୟ ମ୍ୟୁନିସିପାଲିଟି କର୍ପୋରେସନ ତରଫରୁ ବଡ଼ ଅଭିଯାନ ଆରମ୍ଭ କରାଯାଇଛି। ଏହା ଅଧୀନରେ ଯଦି କେହି ବ୍ୟକ୍ତି ଗଙ୍ଗା ଘାଟରେ କୁର୍‌କୁରେ ପ୍ୟାକେଟ୍‌, ଚିପ୍ସ ପ୍ୟାକେଟ୍‌, ପାଣି ବୋତଲ କିମ୍ବା ଅନ୍ୟାନ୍ୟ ପ୍ଲାଷ୍ଟିକ୍ ପ୍ୟାକିଂଯୁକ୍ତ ଖାଦ୍ୟ ନେଇ ଯିବେ, ତେବେ ତାଙ୍କୁ ସିକ୍ୟୁରିଟି ବାବଦରେ ୫୦ ଟଙ୍କା ଜମା କରିବାକୁ ପଡ଼ିବ।

ଯେତେବେଳେ ଗ୍ରାହକ ଖାଲି ପ୍ଲାଷ୍ଟିକ୍ ପ୍ୟାକେଟ୍ ଫେରସ୍ତ କରିବେ, ସେତେବେଳେ ଦୋକାନୀଙ୍କୁ ଉକ୍ତ ଟଙ୍କା ଫେରାଇବାକୁ ପଡିବ। ଏମିତି ନ କଲେ ସ୍ଥାୟୀ ଏବଂ ଅସ୍ଥାୟୀ ଦୋକାନୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମ୍ୟୁନିସିପାଲିଟି କମିଶନର ଗଙ୍ଗାଘାଟକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଏହି ନିର୍ଦ୍ଦେଶ ଦେଇଛନ୍ତି।

ବାରାଣସୀ ମ୍ୟୁନିସିପାଲିଟି କର୍ପୋରେସନର କମିଶନର ଦଶାଶ୍ୱମେଧ ଜୋନ୍‌ରେ ଆସୁଥିବା ଗଙ୍ଗା ନଦୀ କୂଳରେ ସ୍ଥାୟୀ ଏବଂ ଅସ୍ଥାୟୀ ଦୋକାନୀମାନଙ୍କୁ ଏହି ଆଦେଶ ଜାରି କରିଛନ୍ତି।

ଏହି ଆଦେଶରେ କୁହାଯାଇଛି, ଯଦି ସେମାନେ କୁର୍‌କୁରେ, ଚିପ୍ସ ସହ ପ୍ଲାଷ୍ଟିକ୍‌ ପାଣି ବୋତଲ କିମ୍ବା ଖାଦ୍ୟ ପ୍ୟାକେଟ୍ ବିକ୍ରି କରି ଗ୍ରାହକଙ୍କୁ ଲୁଭାଇବାକୁ ଚାହୁଁଛନ୍ତି, ତା’ ହେଲେ ଦ୍ରବ୍ୟର ମୂଲ୍ୟ ସହ ପ୍ରତ୍ୟେକ ଗ୍ରାହକଙ୍କଠାରୁ ସୁରକ୍ଷା ବାବଦ ୫୦ ଟଙ୍କା ସଂଗ୍ରହ କରିବାକୁ ପଡିବ।

ଯେତେବେଳେ ଗ୍ରାହକ ପ୍ୟାକେଟ୍ ଖାଦ୍ୟ ବ୍ୟବହାର କରିବା ପରେ ଦୋକାନୀକୁ ପ୍ୟାକେଟ୍‌ ଫେରସ୍ତ କରିବେ କିମ୍ବା ତାହାକୁ ଡଷ୍ଟବିନରେ ପକାଇଦେବେ, ସେତେବେଳେ ଦୋକାନୀ ଉକ୍ତ ୫୦ ଟଙ୍କା ଫେରସ୍ତ କରିଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.