କିସ୍‌ ପାଇଁ ବିଗ ବସ ଓଟିଟି ୨ରୁ ବିଦା ହେଲେ ଆକାଂକ୍ଷା, ନୋମିନେଟ ହେଲେ ଜେଡି ହାଦିଦ୍‌

ବିଗ୍‌ ବସ୍‌ ଓଟିଟି ୨ ରେ ଆକାଂକ୍ଷା ଓ ଜେଡି ହାଦିଦ୍‌ଙ୍କ କିସ୍‌କୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏହି ମାମଲାକୁ ନେଇ ସଲମାନ ଖାନ ଦର୍ଶକମାନଙ୍କୁ କ୍ଷମା ମାଗିଛନ୍ତି । ଏଭଳି ଟାସ୍କ ନକରିବା ପାଇଁ ସୋ’ ର ସମସ୍ତ ପ୍ରତିଯୋଗୀଙ୍କୁ ସଲମାନ କହିଛନ୍ତି ।

ବିଗ୍‌ ବସ୍‌ ଓଟିଟି ୨ ଟିଭି ଦୁନିଆର ଏକ ରିଆଲିଟି ସୋ ଯାହା ଅନେକ ଲୋକପ୍ରିୟତା ହାସଲ କରିଛି । ଏହି ସୋ ଟିଭି ଦୁନିଆରେ ସବୁ ବେଳେ ଚର୍ଚ୍ଚାରେ ରହିଥାଏ । ବିଗ୍‌ ବସ୍‌ର ଅନେକ ସିଜିନ ଶେଷ ହୋଇଛି । ଏବେ ବିଗ୍‌ ବସ୍‌ ଓଟିଟି ର ଦ୍ୱିତୀୟ ସିଜିନ ଚାଲିଛି । ବର୍ତ୍ତମାନ ବିଗ୍‌ ବସ୍‌ ଓଟିଟି ୨ ରେ ଆକାଂକ୍ଷା ଓ ଜେଡି ହାଦିଦ୍‌ଙ୍କ କିସ୍‌କୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏହି ମାମଲାକୁ ନେଇ ସଲମାନ ଖାନ ଦର୍ଶକମାନଙ୍କୁ କ୍ଷମା ମାଗିଛନ୍ତି । ଏଭଳି ଟାସ୍କ ନକରିବା ପାଇଁ ସୋ’ ର ସମସ୍ତ ପ୍ରତିଯୋଗୀଙ୍କୁ ସଲମାନ କହିଛନ୍ତି ।

ସୋ’ର ଅନ୍ୟ ପ୍ରତିଯୋଗି ଅଭିଷେକ ମଲ୍ହାନ, ଜିୟା ଶଙ୍କର ଏବଂ ଆକାଂକ୍ଷା ପୁରୀଙ୍କୁ କଥାବାର୍ତ୍ତା ପାଇଁ ସମୟ ଦିଆଯାଇଥିଲା, ଯେଉଁଥିରେ ନିଜସ୍ୱ ମତ ନେଇ ସେମାନେ ଜଣଙ୍କୁ ସୋ’ ରୁ ବାହାର କରିପାରିବେ । ଏଥିପାଇଁ ୫ ମିନିଟ ସମୟ ଦିଆଯାଇଥିଲା । ଏହି ୫ ମିନିଟ ଭିତରେ ହିଁ ପ୍ରତ୍ୟେକ ମିନିଟରେ ଗୋଟିଏ ଗୋଟିଏ ସୁବିଧାକୁ ବନ୍ଦ କରାଯାଇଥିଲା । ଆକାଂକ୍ଷା ଏବଂ ଅଭିଷେକ ଦୁଇ ଜଣ ଜିୟାଙ୍କୁ ସୋ’ରୁ ବାହାର କରିବା ପାଇଁ କହିଥିଲେ । କିନ୍ତୁ ନିଜସ୍ୱ ମତରେ କୌଣସି ସମାଧାନ ହୋଇ ପାରିନଥିଲା ।

ଏହା ପରେ ଜନତା ଭୋଟିଙ୍ଗ କରାଯାଇଥିଲା । ଏହି ଭୋଟିଙ୍ଗରେ ଆକାଂକ୍ଷାକୁ ବାହାର କରାଯାଇଥିଲା । ଆକାଂକ୍ଷା ଓ ଜେଡିଙ୍କ କିସ୍‌କୁ ନେଇ ଦର୍ଶକମାନେ ମଧ୍ୟ ଟ୍ରୋଲ କରିଛନ୍ତି ।  ଆକାଂକ୍ଷା ଓ ଜେଡିଙ୍କ କିସ୍‌କୁ ନେଇ କମେଣ୍ଟ କରିଥିବା ସମ୍ପୃକ୍ତ ବ୍ୟକ୍ତିକୁ ପୂର୍ବତନ ପ୍ରତିଯୋଗି ଦେବୋଲିନା ଭଟାଚାର୍ଯ୍ୟ କଡ଼ା ଜବାବ ଦେଇଛନ୍ତି ।

୧୭ ଜୁନରୁ ଆରମ୍ଭ ହୋଇଥିବା ଏହି ସୋ’ରେ ଆକାଂକ୍ଷା ଏବଂ ଜେଡିଙ୍କ ୩୦ ସେକେଣ୍ଡର କିସ୍‌କୁ ନେଇ ଦର୍ଶକମାନେ ଆକାଂକ୍ଷାକୁ ଟ୍ରୋଲ କରିଛନ୍ତି । ଏଭଳି ଘଟଣାକୁ ନେଇ ଆକାଂକ୍ଷାଙ୍କୁ ସୋ’ରୁ ବାହାର କରାଯାଇଛି । ଅନ୍ୟପଟେ ଏହି ସପ୍ତାହରେ ହିଁ ଜେଡି ହାଦିଦ୍‌ ଘରୁ ବାହାର ହୋଇପାରନ୍ତି ବୋଲି ଖବର ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.