Below header

ଅଜିତ୍‌ ପାଓ୍ଵାରଙ୍କୁ ଝଟ୍‌କା, ଶପଥ ସମାରୋହରେ ସାମିଲ ହୋଇଥିବା ଦୁଇ ବିଧାୟକ ନେଲେ ୟୁ-ଟର୍ନ

ମହାରାଷ୍ଟ୍ରରେ ହୋଇଥିବା ବଡ଼ ରାଜନୈତିକ ଅସ୍ଥିରତା ପରେ ୟୁ-ଟର୍ନର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଅଜିତ ପାୱାରଙ୍କୁ ସମର୍ଥନ କରିଥିବା ଦୁଇ ବିଧାୟକ ଏବେ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ମହାରାଷ୍ଟ୍ରରେ ହୋଇଥିବା ବଡ଼ ରାଜନୈତିକ ଅସ୍ଥିରତା ପରେ ୟୁ-ଟର୍ନର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଅଜିତ ପାୱାରଙ୍କୁ ସମର୍ଥନ କରିଥିବା ଦୁଇ ବିଧାୟକ ଏବେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅଜିତଙ୍କ ସମର୍ଥକ ବିଧାୟକ ଦିଲୀପ ମୋହିତେ ପାଟିଲ ସୋମବାର ଦାବି କରିଛନ୍ତି ଯେ ଅଜିତ ପାୱାର ସେମାନଙ୍କୁ କିଛି ନ ଜଣାଇ ଗତକାଲି ବିଧାୟକମାନଙ୍କର ଦସ୍ତଖତ ନେଇଥିଲେ। ଆମେ ତାଙ୍କର ଏହି ପଦକ୍ଷେପ ସହିତ ସହମତ ନାହୁଁ।

ବିଧାୟକ ଦିଲୀପ ମୋହିତେ ପାଟିଲ ରବିବାର ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିଲେ। ଏବେ ତାଙ୍କ ବ୍ୟତୀତ ଏନସିପି ବିଧାୟକ ମକରନ୍ଦ ପାଟିଲ ମଧ୍ୟ ବିଦ୍ରୋହର ପରଦିନ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ନଜର ଆସିଥିଲେ। ସେ ରବିବାର ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲେ ଏବଂ ସୋମବାର ଶରଦ ପାୱାରଙ୍କ କାରରେ ବସିଥିବାର ଦେଖାଯାଇଥିଲେ।

ଏହାରି ଭିତରେ ଏନ୍‌ସିପି ଶପଥ ନେଇଥିବା ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ବରଖାସ୍ତ କରିଦେଇଛି। ମହାରାଷ୍ଟ୍ର ଏନସିପି ଅଧ୍ୟକ୍ଷ ଜୟନ୍ତ ପାଟିଲ କହିଛନ୍ତି, ଦଳର ଚିହ୍ନ କାହାକୁ ମଧ୍ୟ ବ୍ୟବହାର କରିବାକୁ ଅନୁମତି ନାହିଁ। ଯଦି ଏପରି କରାଯାଏ, ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନସିପି ମୁଖ୍ୟ ଶରଦ ପାୱାର ପୂରା ରାଜ୍ୟ ଗସ୍ତ କରିବେ।

ଅନ୍ୟପକ୍ଷରେ ମହାରାଷ୍ଟ୍ର ରାଜନୀତିରେ ବହୁତ ଜଲ୍‌ଦି ଆସିବ ଆଉ ଏକ ଟ୍ଵିଷ୍ଟ୍‍। ଏମିତି କହିଛନ୍ତି ଉଦ୍ଧବ ସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ। ସୋମବାର ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ଏକନାଥ ସିନ୍ଦେଙ୍କ ଜାଗାରେ ଅଜିତ ପାୱାର ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ। ସେ ଆହୁରି କହିଛନ୍ତି କି, ଖୁବ୍‌ଶୀଘ୍ର ଏକନାଥ ସିନ୍ଦେ ଏବଂ ଶିବସେନା ବିରୁଦ୍ଧରେ ବିଦ୍ରୋହ କରିଥିବା ୧୬ ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.