ସାପ କାମୁଡାରେ ଶୋଇଥିବା ନାବାଳକ ପୁଅର ମୃତ୍ୟୁ

ମଶାରି ଭିତରେ ଶୋଇଥିବା ଅବସ୍ଥାରେ ଜଣେ ନାବାଳକକୁ ସାପ କାମୁଡି ଦେବାରୁ ତାର ମୃତ୍ୟୁ ହୋଇଛି । ଏପରି ଦୁଖଦ ଘଟଣା ଦେଖା ଦେଇଛି ଆନନ୍ଦପୁରରେ ।

ଆନନ୍ଦପୁର(କେନ୍ୟୁଜ୍): ମଶାରି ଭିତରେ ଶୋଇଥିବା ଅବସ୍ଥାରେ ଜଣେ ନାବାଳକକୁ ସାପ କାମୁଡି ଦେବାରୁ ତାର ମୃତ୍ୟୁ ହୋଇଛି । ଏପରି ଦୁଖଦ ଘଟଣା ଦେଖା ଦେଇଛି ଆନନ୍ଦପୁରରେ । ଘଷିପୁରା ଥାନା ଧାକୋଠା ପଞ୍ଚାୟତ ଜଳନଣ୍ଡା ଗାଁର ଜଦୁ ମୁଣ୍ଡାଙ୍କ ସ୍ତ୍ରୀ ଓ ପୁଅ ସାଙ୍ଗ ହୋଇ ମସାରି ଭିତରେ ଶୋଇଥିବା ବେଳେ ବିଷାକ୍ତ ସାପ ପସି ୬ବର୍ଷୀୟ ପୁଅ କିଶନକୁ କାମୁଡି ଦେଇଥିଲା।

ସକାଳେ ଅଚେତ ଅବସ୍ଥାରେ ପୁଅକୁ ଦେଖି ଆନନ୍ଦପୁର ମେଡ଼ିକାଲ୍ ଆଣିବା ପରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ନାବାଳକ ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.