ଅଧ ରାତିରେ ଘରେ ପଶିଥିଲା ଦିଅର, ଦୁଷ୍କର୍ମ ଉଦ୍ୟମ କରିବାରୁ ବ୍ଲେଡ୍‌ରେ ଗୁପ୍ତାଙ୍ଗ କାଟିଦେଲା ଭାଉଜ

ବିହାରର ବାଙ୍କାରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଦିଅର ନିଜ ଭାଉଜକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ଭାଉଜ ସାହସ ଦେଖାଇ ଦିଅରର ଗୁପ୍ତାଙ୍ଗକୁ ବ୍ଲେଡ୍‌ରେ କାଟି ପକାଇଥିଲା।

ବିହାରର ବାଙ୍କାରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଦିଅର ନିଜ ଭାଉଜକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ଭାଉଜ ସାହସ ଦେଖାଇ ଦିଅରର ଗୁପ୍ତାଙ୍ଗକୁ ବ୍ଲେଡ୍‌ରେ କାଟି ପକାଇଥିଲା। ଏହାପରେ ଦିଅରକୁ ଏକ କୋଠରୀରେ ତାଲା ପକାଇ ଗାଁର ମୁଖିଆ ଏବଂ ଗ୍ରାମବାସୀଙ୍କୁ ଡାକିବାକୁ ଯାଇଥିଲା।

ଏହି ସମୟରେ ଅଭିଯୁକ୍ତ ଯୁବକ କୌଣସି ପ୍ରକାରେ ସେଠାରୁ ଖସି ପଳାଇ ଆସିଥିଲେ। ମହିଳା ଜଣକ ଏ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ ଏବଂ ଗାଁରୁ ଖସି ପଳାଇବା ଆଗରୁ ଯୁବକଙ୍କୁ ପୋଲିସ ହାତରେ ଧରାଇ ଦେଇଥିଲେ। ଏହି ଘଟଣାକୁ ନେଇ ସବୁଆଡ଼େ ଚର୍ଚ୍ଚା ହେଉଥିବା ବେଳେ ଲୋକମାନେ ମହିଳାଙ୍କ ସାହସକୁ ପ୍ରଶଂସା କରୁଛନ୍ତି।

ଥାନାରେ ମହିଳା କରିଥିବା ଅଭିଯୋଗ ଅନୁସାରେ, ଗୁରୁବାର ତାଙ୍କ ସ୍ୱାମୀ ଏବଂ ପିଲାମାନେ ଘରେ ନ ଥିଲେ। ରାତିରେ ସେ ଘରର ଛାତ କବାଟ ବନ୍ଦ କରିବାକୁ ଭୁଲି ଯାଇଥିଲେ। ଏହି ସୁଯୋଗରେ ଅଭିଯୁକ୍ତ ଯୁବକ ଛାତ ବାଟେ ଘର ଭିତରେ ପଶିଥିଲେ ଏବଂ ତାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ।

ଏହି ସମୟରେ ମହିଳା ନିଜକୁ କୌଣସି ପ୍ରକାରେ ରକ୍ଷା କରି ଏକ ବ୍ଲେଡ୍‌ରେ ତାଙ୍କ ଗୁପ୍ତାଙ୍ଗକୁ କାଟି ପକାଇଥିଲେ। ଫଳରେ ପ୍ରବଳ ରକ୍ତସ୍ରାବ ସହ ଅଭିଯୁକ୍ତ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ସେତେବେଳେ ମହିଳା ତାଙ୍କୁ ଘରେ ତାଲା ପକାଇ ଗାଁ ଲୋକଙ୍କୁ ଡାକିବାକୁ ଯାଇଥିଲେ।

ଘଟଣା ସମ୍ପର୍କରେ ପୋଲିସ କହିଛି ଯେ ଯୁବକଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ନେଇ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.