Below header

ଗଜପତି : ମୁଡୁମୁଡିଆ ଗାଁରେ ଅଲୌକିକ ଘଟଣା, ସ୍ୱପ୍ନାଦେଶ ପରେ ଶିବଲିଙ୍ଗର ଆବିର୍ଭାବ

ଗଜପତି ଜ଼ିଲ୍ଲା ମୋହନା ବ୍ଲକ ମୁଡୁମୁଡିଆ ଗାଁରେ ଅଲୌକିକ ଘଟଣା। ଗାଁ ନିକଟସ୍ଥ ରାମୀମୀରା ପାହାଡ଼ରେ ଏକ ଶିବଲିଙ୍ଗ ଆବିର୍ଭାବ ହୋଇଛି l କିଛି ଦିନଧରି ରାମଗିରି ଅଞ୍ଚଳର ଜଣେ ମାଳି ମୁଡୁମୁଡିଆ ଆସି ରାମୀମୀରା ପାହାଡ଼ ନିକଟରେ ଥିବା ଏକ ଉଇହୁଙ୍କା ନିକଟରେ ପୂଜାର୍ଚ୍ଚନା କରୁଥିଲେ ।

ଗଜପତି(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ବ୍ଲକ ମୁଡୁମୁଡିଆ ଗାଁରେ ଅଲୌକିକ ଘଟଣା। ଗାଁ ନିକଟସ୍ଥ ରାମୀମୀରା ପାହାଡ଼ରେ ଏକ ଶିବଲିଙ୍ଗ ଆବିର୍ଭାବ ହୋଇଛି l କିଛି ଦିନଧରି ରାମଗିରି ଅଞ୍ଚଳର ଜଣେ ମାଳି ମୁଡୁମୁଡିଆ ଆସି ରାମୀମୀରା ପାହାଡ଼ ନିକଟରେ ଥିବା ଏକ ଉଇହୁଙ୍କା ନିକଟରେ ପୂଜାର୍ଚ୍ଚନା କରୁଥିଲେ ।

ଗାଁ ଲୋକଙ୍କୁ ମଧ୍ୟ ପୂଜା କରିବା ପାଇଁ ପରାମର୍ଶ ଦେଇଥିଲେ l ସେବେଠାରୁ ଲୋକେ ସେହି ସ୍ଥାନରେ ପୂଜାର୍ଚ୍ଚନା କରି ଆସୁଥିଲେ । ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡା଼ ଯାତ୍ରା ରାତିରେ ଗାଁର ରୋହିତ ନାୟକଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ପାହାଡ଼ର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଶିବଲିଙ୍ଗ ରହିଥିବା ସ୍ୱପ୍ନାଦେଶ ପାଇଲେ ।

ରୋହିତ ପରଦିନ ଭୋରୁ ସେହି ସ୍ଥାନକୁ ଯାଇ ସେଠାରେ ଏକ ନାଗ ସାପକୁ ଦେଖିଥିଲେ । ସଙ୍ଗେ ସଙ୍ଗେ ଗାଁଲୋକଙ୍କୁ ଘଟଣା ସମ୍ପର୍କ କହିଥିଲେ । ସ୍ୱପ୍ନାଦେଶ ଅନୁଯାୟୀ ୭ ଜଣ ଅବିବାହିତ ଝିଅଙ୍କ ଦ୍ୱାରା ୭ ଗରା ପାଣିରେ ସେହି ସ୍ଥାନକୁ ଅଭିଷେକ କରିଥିଲେ ।

ଏହାପରେ ସେଠାରେ ବୃଷଭ ସଦୃଶ ଛୋଟିଆ ଶିଳା ଏବଂ ଏକ ଶିବ ଲିଙ୍ଗ ଦେଖା ଯାଇଥିଲେ । ପୀଠର ନାମକରଣ “ମୁକ୍ତେଶ୍ୱର”ମହାଦେବ ରଖାଯାଇଛି । ଭକ୍ତି ଏବଂ ବିଶ୍ୱାସର ସହ ଲୋକେ ସେଠାରେ ପୂଜାର୍ଚ୍ଚନା କରୁଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.