Below header

ଏବେ ବିଦେଶ ଯାତ୍ରା ହେବ ଆହୁରି ଶସ୍ତା: ସରକାର କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ : ବିଦେଶ ଯାଉଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର। ଆନ୍ତର୍ଜାତୀୟ ଫ୍ଲାଇଟ୍ସରେ ଯାତ୍ରା କରିବା ବର୍ତ୍ତମାନ ସହଜ ହେବ। ସୂଚନା ଅନୁସାରେ, ଆନ୍ତର୍ଜାତୀୟ ବିମାନ ଚଳାଚଳ କରୁଥିବା ଡେମୋଷ୍ଟିକ୍ ଏୟାରଲାଇନ୍ସକୁ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକରୁ ବିମାନ ଇନ୍ଧନ ଅର୍ଥାତ୍ ଏଟିଏଫ କିଣିବା ଉପର ୧୧ % ମୌଳିକ ଏକ୍ସାଇଜ ଡ୍ୟୁଟିରୁ ରାହତ ଦେଇଛି ଅର୍ଥ ମନ୍ତ୍ରଣାଳୟ । ଅର୍ଥାତ୍ ଏବେ ଏଟିଏଫ୍ ଉପରେ ଏକ୍ସାଇଜ୍ ଡ୍ୟୁଟି ଆଦାୟ କରାଯିବ ନାହିଁ ।

ମନ୍ତ୍ରାଳୟ ନିଜର ଏକ ନୋଟିଫିକେସନରେ କହିଛି କି ଡୋମଷ୍ଟିକ୍ ଏୟାରଲାଇନ୍ସକୁ ଅନ୍ତର୍ଜାତୀୟ ଫ୍ଲାଇଟ୍ସର ସଞ୍ଚାଳନ ପାଇଁ ବିକାଯାଉଥିବା ଏଟିଏଫରେ ବେସିକ୍ ଏକ୍ସାଇଜ୍ ଡ୍ୟୁଟି ଆଦାୟ କରାଯିବନି । ଏହି ନିଷ୍ପତ୍ତି ୧ ଜୁଲାଇରୁ ଲାଗୁ ହୋଇଯାଇଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ସରକାର ଗତ ଜୁଲାଇ ୨ ରେ ବିମାନ ଇନ୍ଧନ ରପ୍ତାନି ଉପରେ ଲିଟର ପିଛା ୬ ଟଙ୍କା ମୂଲ୍ୟରେ ବିଶେଷ ଅତିରିକ୍ତ ଏକ୍ସାଇଜ୍ ଡ୍ୟୁଟି ଲାଗୁ କରିବାକୁ ଘୋଷଣା କରିଥିଲେ । ଏହା ପରେ ଅନ୍ତର୍ଜାତୀୟ ବିମାନ ଚଳାଚଳ କରୁଥିବା ଘରୋଇ ବିମାନ ସେବା ପାଇଁ ଏହି ଶୁଳ୍କ ପ୍ରଯୁଜ୍ୟ ହେବ କି ନାହିଁ ଏହା ସନ୍ଦେହଜନକ ଥିଲା । କିନ୍ତୁ ବର୍ତ୍ତମାନ ସରକାର ଏହାକୁ ସ୍ପଷ୍ଟ କରିଛନ୍ତି ।

ତେଲ ମାର୍କେଟିଂ କମ୍ପାନୀମାନେ ଏହି ରାୟ ଦେଇଥିଲେ କି ଏଟିଏଫର ରପ୍ତାନୀରେ ଏକ୍ସସାଇଜ୍ ଡ୍ୟୁଟି ଲାଗିବା ପରେ ଅନ୍ତର୍ଜାତୀୟ ଫ୍ଲାଇଟ୍ସ ବିଶିଷ୍ଟ ଡୋମେଷ୍ଟିକ୍ ଏୟାରଲାଇନ୍ସକୁ ୧୧ ପ୍ରତିଶତ ଦରରେ ବେସିକ୍ ଏକ୍ସସାଇଜ୍ ଡ୍ୟୁଟି ଦେବାକୁ ପଡିବ । କିନ୍ତୁ ଅର୍ଥ ମନ୍ତ୍ରାଳୟ ସ୍ପଷ୍ଟ କରିଦେଇଛି କି ଅନ୍ତର୍ଜାତୀୟ ଫ୍ଲାଇଟ୍ସ ପାଇଁ ଡୋମେଷ୍ଟିକ୍ ଏୟାରଲାଇନ୍ସରେ ଏହି ଏକ୍ସସାଇଜ୍ ଡ୍ୟୁଟିରେ ଦିଆଯାଉଥିବା ରିହାତି ଅନୁରୂପ ହେବ । ସରକାରଙ୍କ ଏହି ନିଷ୍ପତ୍ତି ପରେ ଏୟାରଲାଇନ୍ ଇଣ୍ଡଷ୍ଟ୍ରିରେ ଖୁସି ଖେଳିଯାଇଛି । କେପିଏମଜିର ଟ୍ୟାକ୍ସ ପାର୍ଟନର ଅଭିଷେକ ଜୈନ କହିଛନ୍ତି କି ‘ବିଦେଶ ଯାଉଥିବା ବିମାନର ଇନ୍ଧନ ଉପରେ ଏକ୍ସସାଇଜ୍ ଡ୍ୟୁଟି ଲାଗୁ ହେବା ଫଳରେ ଆଶ୍ୱସ୍ତି ମିଳିଛି । ଏହା ଏୟାରଲାଇନ୍ ଇଣ୍ଡଷ୍ଟ୍ରି ପାଇଁ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.