ଚେନ୍ନାଇ ସହିତ ସବୁ ସଂପର୍କ ତୁଟାଇପାରନ୍ତି ରବିନ୍ଦ୍ର ଜାଡେଜା, ଡିଲିଟ୍‌ କଲେ ସବୁ ଇନଷ୍ଟା ପୋଷ୍ଟ

ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ସଂପର୍କ ଆଇପିଏଲ୍‌ ଟିମ୍‌ ଚେନ୍ନାଇ ସୁପର କିଙ୍ଗସ ସହିତ କିଛି ଭଲ ନାହିଁ। ନିକଟରେ ଜାଡେଜା ଇନଷ୍ଟା ଗ୍ରାମ୍ ଆକାଉଣ୍ଟରୁ ଚେନ୍ନାଇ ସୁପର କିଙ୍ଗସର ଆଇପିଏଲ୍ ୨୦୨୧ ଏବଂ ୨୦୨୨ର ସମସ୍ତ ପୋଷ୍ଟକୁ ହଟେଇ ଦେଇଛନ୍ତି । ଯାହାକୁ ନେଇ ସେ ଚେନ୍ନାଇ ଟିମ୍ ଛାଡିଥିବା ଚର୍ଚ୍ଚା ହେଉଛି । ସୋସିଆଲ୍ ମିଡିଆରେ ଏପରି ଅନେକ ମେମ୍ସ ଭାଇରଲ ହେଉଛି । ଆଗାମୀ ସିଜିନରେ ଜାଡେଜା ଅନ୍ୟକୌଣସି ଟିମ୍‌ର ଜର୍ସିରେ ନଜର ଆସିପାରନ୍ତି ବୋଲି ଫ୍ୟାନ୍ସ ଆକଳନ କରୁଛନ୍ତି।

ଖବର ଅନୁଯାୟୀ, ଆଇପିଏଲ୍ ୨୦୨୨ରେ ରବିନ୍ଦ୍ର ଜାଡେଜାଙ୍କୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ହୋଇଥିଲେ । କିନ୍ତୁ ଟିମ୍ ତାଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ କରିନଥିଲା । ୮ଟି ମ୍ୟାଚରୁ ୬ଟି ମ୍ୟାଚ୍ ହାରିଥିଲା ଚେନ୍ନାଇ ଟିମ୍ । ଏପିରିକି ଜାଡେଜା ନିଜେ ମଧ୍ୟ ଭଲ ପ୍ରଦର୍ଶନ କରିନଥିଲେ । ଶେଷରେ ୮ଟି ମ୍ୟାଚ୍ ପରେ ଜାଡେଜା ଅଧିନାୟକ ପଦ ଛାଡିଥିଲେ । ଏହାପରେ ଧୋନିଙ୍କୁ ବାକି ୨ଟି ମ୍ୟାଚରେ ଅଧିନାୟକ ସମ୍ଭାଳିବାକୁ ଦିଆଯାଇଥିଲା । ଟିମର ଖରାପ ପ୍ରଦର୍ଶନ ଲାଗି ଚଳିତ ସିଜିନରେ ବାଦ୍ ପଡିଥିଲେ ଚେନ୍ନାଇ ଟିମ୍ ।

ସେପଟେ ଆହତ ସମସ୍ୟା ଲାଗି ଆଇପିଏଲ୍ ୨୦୨୨ର ବାକି ମ୍ୟାଚରୁ ବାଦ୍ ପଡିଥିଲେ ଜାଡେଜା । ସେବେ ଠାରୁ ଚର୍ଚ୍ଚା ହେଉଥିଲା, ହୁଏତ ଚେନ୍ନାଇ ସୁପର କିଙ୍ଗସ ପ୍ରାଞ୍ଚାଇଜ ସହ ଜାଡେଜାଙ୍କ ସଂପର୍କ ହୁଏ ତ ଠିକ୍ ଠାକ୍ ନାହିଁ । ଏବେ ଜାଡେଜାଙ୍କ ଇନଷ୍ଟାଗ୍ରାମରୁ ଫଟୋ ହଠାଇବା ନିଷ୍ପତ୍ତି ସମସ୍ତ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ଏହାକୁ ନେଇ ଅନେକ ଟ୍ଵିଟ୍‌ ଭାଇରଲ ହେବାରେ ଲାଗିଛି। କ୍ରିକେଟ ଫ୍ୟାନ୍ସ ବିଭିନ୍ନ ପ୍ରକାର ଟ୍ଵିଟ କରୁଛନ୍ତି। ସୂଚନାଯୋଗ୍ୟ, ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଶତକ ମାରିଥିଲେ। ୧୯୪ ବଲରୁ ଜାଡେଜାଙ୍କ ୧୦୪ ରନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.