Below header

୧୦ମାସର ଶିଶୁକୁ ମିଳିଲା ରେଳବିଭାଗରେ ନିଯୁକ୍ତି, ୧୮ବର୍ଷ ହେଲେ କାମରେ ଯୋଗ ଦେବେ

ଗୋଟେ ଛୋଟ ଶିଶୁ ପାଇଁ ଭାରତୀୟ ରେଳ ବିଭାଗ ତରଫରୁ ଏମିତି ଏକ ପଦକ୍ଷେପ ନିଆଯାଇଛି ଯାହାକୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଛତିଶଗଡ଼ରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏକ ୧୦ ମାସର ଶିଶୁକୁ ଅନୁକମ୍ପା ଆଧାରରେ ଚାକିରୀଟିଏ ମିଳିଛି । ଏହି ଶିଶୁକୁ ଚାକିରୀ ସହିତ ସେହି ସମସ୍ତ ସୁବିଧା ସୁଯୋଗ ମିଳିବ ଯାହା ସାଧାରଣତଃ ରେଳ କର୍ମଚାରୀଙ୍କୁ ମିଳିଥାଏ । ଅଧିକାରୀକ କହିବା ଅନୁଯାୟୀ ଶିଶୁଟି ୧୮ ବର୍ଷର ହେବା ପରେ ରେଳ ବିଭାଗରେ କାମ କରିପାରିବ । ସେ ଏହା ମଧ୍ୟ କହିଛନ୍ତି ରାଜ୍ୟ ଇତିହାସରେ ପ୍ରଥମ ଥର ପାଇଁ ଏମିତି ଏକ ଶିଶୁକୁ ଅନୁକମ୍ପା ଭାବେ ଏହି ସୁବିଧା ମିଳିଛି । ସାଧାରଣତଃ କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାରର ଜଣେ କେହିଙ୍କୁ ଅନୁକମ୍ପା ଆଧାରରେ ନିଯୁକ୍ତି ଦିଆଯାଇଥାଏ । ଯାହାକୁ ତତ୍କାଳ ସହାୟତା ଭାବେ ଧରାଯାଏ ।

ଦକ୍ଷିଣ-ପୂର୍ବ-ମଧ୍ୟ ରେଳ ତରଫରୁ ଏକ ବୟାନରେ କୁହାଯାଇଛିକି- “ଗତ ଜୁଲାଇ ୪ ତାରିଖରେ ଏସଇସିଆର, ରାୟପୁର ରେଳ ମଣ୍ଡଳର କାର୍ମିକ ବିଭାଗରେ ଅନୁକମ୍ପା ମୂଳକ ନିଯୁକ୍ତି ପାଇଁ ଏକ ୧୦
ମାସ ଶିଶୁର ନାଁ ପଞ୍ଜିକରଣ କରାଯାଇଛି । ଯେବେକି ଶିଶୁଟିର ପିତା ରାଜେନ୍ଦ୍ର କୁମାର ଭିଲାଇ ରେଲ୍ୱେରେ ଜଣେ ସହାୟକ ଭାବରେ କାର୍ଯ୍ୟରତ ଥିଲେ । ଜୁନ ପହିଲାରେ ଏକ ସଡକ ଦୁର୍ଘଟଣାରେ ତାଙ୍କ ପତ୍ନୀଙ୍କ ସମେତ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଯେବେକି ଦୁର୍ଘଟଣାରୁ ତାଙ୍କ କୁନି ଝିଅଟି ରକ୍ଷା ପାଇଯାଇଥିଲା ।

ଅଧିକାରୀଙ୍କ କହିବା ମୁତାବକ “କୁମାରଙ୍କ ପରିବାରକୁ ରାୟପୁର ରେଳ ମଣ୍ଡଳ ତରଫରୁ ଯଥାସମ୍ଭବ ସହାୟତା ପ୍ରଦାନ କରାଯାଇଛି ।” ସେମାନେ ରେଲ୍ୱେ ରେକର୍ଡରେ ଅଧିକାରୀକ ଭାବେ ପଞ୍ଜିକରଣ କରିବା ପାଇଁ ଶିଶୁ ଆଙ୍ଗୁଠିର ଚିହ୍ନ ମଧ୍ୟ ନେଇଛନ୍ତି । ଶିଶୁଟି ୧୮ ବର୍ଷ ବୟସ ପରେ ରେଳ ବିଭାଗରେ ଚାକିରୀ କରିପାରିବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.