ଝାଉଁ ଗଛରେ ଝୁଲୁଛି ଅଟୋ ଚାଳକଙ୍କ ମୃତଦେହ

ପାରାଦୀପ(କେନ୍ୟୁଜ୍): ଗଛରେ ଝୁଲୁଛି ମୃତଦେହ । ପାରାଦୀପ ଷଣ୍ଢକୁଦ ଜଙ୍ଗଲ ବିଟ ହାଉସ ନିକଟରେ ସନ୍ଦେହ ଜନକ ଭାବରେ ଗଛରେ ଜଣଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି । ଝୁଲୁଥିବା ମୃତଦେହଟି ଜଣେ ଅଟୋ ଚାଳକଙ୍କ ହୋଇଥିବାବେଳେ ତାଙ୍କ ନାମ କୈଳାଶ ପରିଡା । ସେ ବୃନ୍ଦାବନ କଲୋନୀ ଏକ ନମ୍ବରରେ ରୁହନ୍ତି ବୋଲି ସୂଚନା ମିଳିଛି।

ରାସ୍ତା ପାର୍ଶ୍ଵରେ ଅଟୋଟି ଓଲଟି ପଡି ରହିଥିବା ବେଳେ, ରାସ୍ତାରୁ ପାଖାପାଖି ୨୦୦ ମିଟର ଦୁରରେ ଏକ ଝାଉଁ ଗଛରେ କୈଳାଶଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି। ଖବର ପାଇ ଘଟଣାସ୍ଥଳରେ ଜଟାଧାର ମୁହାଣ ସାମୁଦ୍ରିକ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇ, ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି।

ଅନ୍ଯପଟେ ମୃତ୍ୟୁ ବରଣ କରିଥିବା କୈଳାଶଙ୍କ ପୁଅଙ୍କ କହିବା ଅନୁଯାୟୀ ଜମିବାଡ଼ିକୁ ନେଇ ପାରିବାରିକ ଅସନ୍ତୋଷ ଲାଗି ରହିଥିବା କାରଣରୁ, ବାପା ଆତ୍ମହତ୍ୟା କରିଥାଇପାରନ୍ତି। ତେବେ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଜଟାଧାର ମୁହାଣ ପୋଲିସ ସୂତ୍ରରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.